ହଳଦୀ ଡବାରେ ଲୁଚାଇ ରଖନ୍ତୁ ଏହି 1 ଜିନିଷ, କେବେ ଖାଲି ହେବନି ଆପଣଙ୍କ ଧନ ଭଣ୍ଡାର- Vaastu Tips

ଆଜି ଆମେ ଆପଣ ମାନକୁ ହଳଦୀର ପ୍ରୟୋଗ ଦ୍ଵାରା କିପରି ଧନ ଉପାର୍ଜନ କରା ଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛି । ଯେଉଁ ମାନଙ୍କର ବେପାରରେ ବୃଦ୍ଧି ହେଉ ନାହି ବା ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରି ସଫଳ ହେଉ ନାହାନ୍ତି ବା ଯେଉଁ ମାନେ ଟଙ୍କା ସଞ୍ଚୟ କରିପାରୁ ନାହାନ୍ତି ସେମାନେ ଏହି ହଳଦୀ ବିଧିର ପ୍ରୟୋଗ କରି ପାରିବେ ଯାହା ବିଷୟରେ ଆମେ କହିବାକୁ ଯାଉଛୁ । ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ବା ଯେଉଁ ମାନେ ଦୋକାନ ବଜାର କରୁଛନ୍ତି କିନ୍ତୁ ରୋଜଗାର ହେଉ ନାହିଁ ତେବେ ପ୍ରତେକ ଦିନ ସକାଳୁ କିଛି ହଳଦୀ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପାଦ ତଳେ ଲେପନ କରନ୍ତୁ ।

ତା ପରେ ସେହି ହଳଦିର କିଛି ମାତ୍ରା ଆଣି ମଥାରେ ତିଳକ କରନ୍ତୁ ବା ଏହାକୁ ନିଜ ପାଖରେ ରଖିନ୍ତୁ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଆପଣଙ୍କର ରୋଜଗାରେ ମଧ୍ୟ ବୃଦ୍ଧି ହେବ । ଯେଉଁ ବିଦ୍ୟାର୍ଥୀଙ୍କର ପାଠ ହେଉ ନାହିଁ ବା ଶିକ୍ଷା ପ୍ରତି ଆଗ୍ରହ ଆସୁ ନାହିଁ ତେବେ ସେମାନେ ଏହି ହଳଦୀକୁ ଆଣି ମଥାରେ ତିଳକ କରି ଲଗାଇଲେ ଶିକ୍ଷାରେ ଆଗ୍ରହ ହେବା ସହ ଜୀବନରେ ଉନ୍ନତି ଆସିବ । ଯଦି ଆପଣ ଚାକିରି ପାଇଁ ଇଣ୍ଟରବିୟୁ ପାଇଁ ଯାଉଛନ୍ତି ତେବେ ଏହି ହଳଦିର ପ୍ରୟୋଗ କରି ପାରିବେ ।

ଯେଉଁ ମାନଙ୍କର ବିବାହ ଯୋଗ ହେଉ ନାହିଁ ସେମାନେ ସ୍ନାନ କରିବା ସମୟରେ କିଛି ହଳଦୀ ପକାଇ ସ୍ନାନ କରିଲେ ବିବାହ ହୋଇଥାଏ । ଯେଉଁ ମାନଙ୍କର ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେଉଛି ସେମାନେ କିଛି ହଳଦୀକୁ କାଗଜରେ ରଖି ରାତିରେ ଶୋଇବା ସମୟରେ ତକିଆ ତଳେ ରଖନ୍ତୁ । ଏହା ପରେ ସକାଳେ ଏହି କାଗଜ ପୁଡିଆକୁ ବାହାରେ କୌଣସି ପଲିଥିନରେ ରଖନ୍ତୁ ।

ଏହି ପରି ଭାବେ ୪୧ ଦିନ ଯାଏଁ ୪୧ଟି ପୁଡିଆ କରିବା ପରେ ଏହାକୁ ନଦୀରେ ଭସାଇ ଦିଅନ୍ତୁ । ଏହା ଦ୍ଵାରା ବୈବାହିକ ଜୀବନ ସୁଖମୟ ହେବ । ଯେଉଁ ବ୍ୟକ୍ତି ଉପରେ ନଜର ବା ଦ୍ରୁଷ୍ଟି ରହୁଥିବ ସେମାନେ ନିଜ ରୁମରେ ହଳଦିରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଏହା ଦୂର ହୋଇଥାଏ । ଯଦି ଗୃହରେ ସର୍ବଦା କଳହ ବା ବିବାଦ ଲାଗି ରହୁଛି ତେବେ ଘରର ମୁଖ୍ୟ ଦ୍ଵାରରେ ହଳଦୀରେ ସ୍ଵସ୍ତିକ ଆଂକିବା ସହ ଶୁଭ ଲାଭ ଲେଖି ଦିଅନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଘରର ସବୁ କ୍ଲେଶ ଦୂର ହୋଇଯିବ । ଆପଣଙ୍କର ଘରେ ଶାନ୍ତି ବିରାଜମାନ କରିବା ସହ ଧନ ବୃଦ୍ଧି ହେବ । ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ହଳଦୀ ଡବାରେ ଶୁଖିଲା ନାଲି ଲଙ୍କା, ସବୁଜ ଅଳେଇଚ ଓ କଳା ମରୀଚକୁ ଗୁପ୍ତ ଅବସ୍ଥାରେ ରଖିଲେ ଏମାନଙ୍କର ସଂଯୋଗ ଦ୍ଵାରା ଆପଣଙ୍କ ଘର ଉନ୍ନତି ହେବା ସହ ଧନ ବୃଦ୍ଧି ହୋଇଥାଏ ।

ଏହି କାମ କରିବା ସମୟରେ ଯେପରି ଆପଣଙ୍କୁ କେହି ନ ଦେଖନ୍ତି ସେଥିପ୍ରତି ଧ୍ୟାନ ଦେବେ । କେବେ ବି ହଳଦୀ କାହାକୁ ଉଧାର ଦେବେ ନାହି କି କାହା ଠାରୁ ଉଦ୍ଧାର ଆଣିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *