ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ କିଛି କଟୁ ସତ୍ୟ! Jyotisha Shastra

ଆଜି ଆମେ ଆପଣଙ୍କୁ ମୀନ ରାଶି ବ୍ୟକ୍ତିମାନଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ କେଉଁଭଳି ହୋଇଥାଏ ସେହି ବିଷୟରେ କହିବୁ । ମୀନ ରାଶିର ସ୍ଵାମୀ ବୃହସ୍ପତି ହୋଇଥାନ୍ତି । ବୃହସ୍ପତି ସୌରମଣ୍ଡଳର ସବୁଠୁ ବଡ ଗ୍ରହ ଅଟନ୍ତି । ସେଥିପାଇଁ ତାଙ୍କୁ ଦେବତାମାନଙ୍କ ମଧ୍ୟରେ ଗୁରୁ ଅର୍ଥାତ ଦେବଗୁରୁ ବୋଲି ବି କୁହାଯାଏ । ବୃହସ୍ପତି ଧର୍ମ, ଆଧ୍ୟାତ୍ମ ଓ ଜ୍ଞାନର କାରକ ହୋଇଥାନ୍ତି । ଏହି କାରଣରୁ ମୀନ ରାଶିର ବ୍ୟକ୍ତି ବି ଧର୍ମ, ଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ଧାର୍ମିକ ହୋଇଥାନ୍ତି ।

ମୀନ ରାଶି ବ୍ୟକ୍ତି ସ୍ଵଭାବରେ ଭାବୁକ ଓ କଳା ପ୍ରେମୀ ହୋଇଥାନ୍ତି । ଏମାନେ ସମସ୍ତଙ୍କ ବିଷୟରେ ଚିନ୍ତା କରନ୍ତି । ଏମାନେ ବହୁତ ସହଜରେ ହିଁ ଅନ୍ୟ ବ୍ୟକ୍ତିର ଭାବନାକୁ ବୁଝି ପାରନ୍ତି । ଏମାନଙ୍କ ପାଖରେ ସହନାଭୂତି ଓ ଭାବନାତ୍ମକ କ୍ଷମତା ଅଧିକ ଥାଏ ।

ମୀନ ରାଶିର ବ୍ୟକ୍ତି ନୂଆ ପରିବେଶ ଓ ନୂଆ ବିଚାର ଧାରାରେ ସହଜରେ ମିଶି ଯାଆନ୍ତି । ଏମାନେ ସର୍ବଦା ଛୋଟ ପିଲାମାନଙ୍କ ସହ ଛୋଟ ଓ ବଡ ପିଲାମାନଙ୍କ ସହ ବଡ ହୋଇ ଯାଆନ୍ତି । ଅନ୍ୟର ଭାବାନକୁ ଏମାନେ ମହତ୍ଵ ଦିଅନ୍ତି । କୌଣସି ବି ପ୍ରକାରର ବନ୍ଧନରେ ଏମାନେ ରହିବାକୁ ପସନ୍ଦ କରନ୍ତି ନାହିଁ । ବହୁମୂଖୀ ପ୍ରତିଭାର ଧନୀ ହୋଇଥାନ୍ତି । କିନ୍ତୁ ସବୁଠୁ ଭଲ ଗୁଣ ହେଉଛି ଏମାନେ କୌଣସି ବି କଥାରେ ଅହଂକାର କରନ୍ତି ନାହିଁ ।

ଯେତେବେଳେ ଦୟା ଓ ପ୍ରେମର ଭାବନା ଆସିଥାଏ ତେବେ ଏମାନେ ଆଗରେ ରୁହନ୍ତି । କିନ୍ତୁ ବହୁତ ଲାଜୁକୁଳା ସ୍ଵଭାବର ବି ଅଟନ୍ତି । ମୀନ ରାଶିର ବ୍ୟକ୍ତି ସର୍ବଦା ନିଜ ସାଥି ପ୍ରତି ବିଶ୍ଵାସୀ ରହିଥାନ୍ତି । ଏମାନେ ଏହିଭଳି ଜୀବନସାଥି ବାଛନ୍ତି ଯେଉଁମାନେ ସର୍ବଦା ତାଙ୍କର ଭାବନାକୁ ବୁଝି ପାରୁଥିବ । ଏମାନେ ସବୁବେଳେ ନିଜର ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ସାହାର୍ଯ୍ୟ କରନ୍ତି । ଏମାନେ କରୁଣା ଓ ଦୟାର ପାତ୍ର ହୋଇଥାନ୍ତି । ଏମାନେ ନିଜର ଲକ୍ଷକୁ ନେଇ ବହୁତ ହିଁ ସଚେତନ ରୁହନ୍ତି । ସଚ୍ଚୋଟତାର ସହ ଏମାନେ ସବୁ କାର୍ଯ୍ୟ କରନ୍ତି ।

ଏମାନେ ସବୁବେଳେ ନୂଆ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତି । ଏମାନଙ୍କ ପାଇଁ ମାନ ସମ୍ମାନ ବହୁତ ହିଁ ମହତ୍ଵ ରଖେ । ଏହାକୁ ଆଗରେ ରଖି ଏମାନେ ସବୁ କାମ କରନ୍ତି । ଏମାନେ ପରିସ୍ଥିତି ହିସାବରେ ନିଜକୁ ପରିବର୍ତ୍ତନ କରି ନିଅନ୍ତି । ଏହା ଏମାନଙ୍କର ସବୁଠୁ ଭଲ ଗୁଣ ଅଟେ । ଏମାନେ ରଚନାତ୍ମକ କଳା ଓ ସଙ୍ଗୀତ ଦ୍ଵାରା ବି ନିଜର ଭାବନାକୁ ପ୍ରକାଶ କରି ପାରିବେ । ସବୁ କାର୍ଯ୍ୟକୁ ଏମାନେ ଶୀଘ୍ର ଶୀଘ୍ର କରନ୍ତି । ବିନା କୌଣସି କାମ କରି ଖାଲି ବସିବା ଏମାନଙ୍କୁ ଭଲ ଲାଗେ ନାହିଁ ।

Leave a Reply

Your email address will not be published. Required fields are marked *