ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା: ବିଦ୍ୟା ଭାରତୀଙ୍କୁ କରାଗଲା ଜେରା, କ୍ରାଇମବ୍ରାଞ୍ଚର ପ୍ରଶ୍ନ ଶୁଣି ବିଦ୍ୟାଙ୍କ ଶୁଖିଲା ତଣ୍ଟି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଏତେ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଅ-ପ-ରା-ଧୀ କିଏ ତାହା ଧାରା ପଡି ନାହି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି କେସ ହ୍ୟାଣ୍ଡେଲ କରୁଛି । ତେବେ ସୋମ୍ୟ ଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଙ୍କୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଗତ କାଲି ଦୀର୍ଘ ସାଢେ ୬ ଘଣ୍ଟା ଧରି କପ୍ଟି ପଦାର ଗଉଡ ଗାଁ ରେ କ୍ରାଇମବ୍ରାଞ୍ଚ ପହଞ୍ଚି ଥିଲା । କ୍ରାଇମବ୍ରାଞ୍ଚ ACP ଜ୍ଞାନ ରଞ୍ଜନଙ୍କ ସମେତ କ୍ରାଇମବ୍ରାଞ୍ଚ ର ଦୁଇ ମହିଳା ଅଧିକାରୀ ବିଦ୍ୟା ଙ୍କୁ ଜେରା କରିବା ସମୟରେ ସାମିଲ ହୋଇଥିଲେ ।

କ୍ରାଇମବ୍ରାଞ୍ଚ ସୋମ୍ୟଙ୍କ ବାପା, ମା ,ଭାଇ, ମାମୁଁ, ମାଇଁ ସମେତ ୧୯ ଜଣଙ୍କ ବୟାନ ରେକର୍ଡ କରି ଆସରିଛି । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ କ୍ରାଇମବ୍ରାଞ୍ଚ ଏବେ ବିଦ୍ୟା ଭାରତୀ ଙ୍କ ଠାରୁ ଉତ୍ତର ଆଦାୟ କରିବାରେ ଲାଗି ପଡିଛି । କ୍ରାଇମବ୍ରାଞ୍ଚର ପ୍ରଶ୍ନ ଅନୁସାରେ ସୋମ୍ୟ ଙ୍କ ସହ ବିଦ୍ୟା ଙ୍କର କଣ ପାଇଁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ନ ଥିଲା, ମୃ-ତ୍ୟୁ ପୂର୍ବରୁ କଣ ପାଇଁ ଚୁକ୍ତିନାମା କରା ଯାଇଥିଲା, ଉଭୟଙ୍କ ଡାଏରୀ ରୁ ମିଳିଥିବା ତଥ୍ୟରେ କାହିଁକି ଥିଲା ଏତେ ତିକ୍ତତା, କାହିଁକି ବଲାଙ୍ଗୀରରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା, ସୋମ୍ୟଙ୍କୁ ନିୟମିତ ଫୋନ କରୁଥିବା ଯୁବତୀ ଜଣକ କିଏ ଥିଲେ ଏମିତି ଅନେକ ପ୍ରଶ୍ନ ପଚରା ଯାଇଛି ବିଦ୍ୟା ଭାରତୀଙ୍କୁ ।

ବିଦ୍ୟା କ୍ରାଇମବ୍ରାଞ୍ଚ୍ର କିଛି ପ୍ରଶ୍ନ ର ଉତ୍ତର ଦେଇଛନ୍ତି ତ ଆଉ କିଛି ପ୍ରଶ୍ନ ରେ ନୀରବ ରହିଲେ । ସେହିପରି ବିଦ୍ୟାଙ୍କ ବାପା ଶ୍ରୀ ହଋ ପଣ୍ଡା ଓ ମା ବିଦୁଲତା ନୁ ଜେରା କରା ଯାଇଛି । ବିଦ୍ୟା ଓ ସୋମ୍ୟ ଙ୍କ ସମ୍ପର୍କରେ କେଉଁ କାରଣ ହେତୁ ତିକ୍ତତା ଆସୁଥିଲା, ବିଦ୍ୟା କେଉଁ କାରଣରୁ ବାପା ଘରକୁ ବାରମ୍ବାର ଯାଉଥିଲେ, ବିଦ୍ୟା ଓ ସୋମ୍ୟ ଙ୍କ ମଧ୍ୟରେ ବୁଝାମଣା କରୁଥିଲେ ନା ଆଉ କିଛି କରୁଥିଲେ ଏହି ଭଳି ପ୍ରଶ୍ନ କରିଛନ୍ତି ତଦନ୍ତ ଟିମ ବିଦ୍ୟା ଙ୍କ ବାପା ଓ ମାଙ୍କୁ ।

କ୍ରାଇମବ୍ରାଞ୍ଚ ର ଘଟନ୍ତା କୁ ଘଣ୍ଟା ପ୍ରଶ୍ନ ଶୁଣିବା ପରେ ବିଦ୍ୟା ଙ୍କ ତଣ୍ଟି ସୁଖୀ ଯାଇଥିଲା । ବିଦ୍ୟା ଙ୍କୁ ୭୦ଟି ପ୍ରଶ୍ନ ପଚାରା ଯାଇଥିବା ବେଳେ ସେ ପାଣି ପିଇଛନ୍ତି । ତେବେ ଏହି ଭଳି ଭାବେ ବିଦ୍ୟା ଭାରତୀ ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ତେବେ ସୋମ୍ୟ ଙ୍କ ପ୍ରକୃତ ଅ-ପ-ରା-ଧୀ କିଏ ଓ କେବେ ଧରା ପଡିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *