ଓଡିଆ ଛାତ୍ର ଆବିଷ୍କାର କରିଲେ ଛୋଟ ଫ୍ରିଜ, ଯାହାର ମୂଲ୍ୟ ମାତ୍ର 1135

ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଳ କିଶୋର ମାଝୀ ପୁଣି ଥରେ ଏକ ନୂଆ ଜିନିଷକୁ ଆବିଷ୍କାର କରି ଚର୍ଚାକୁ ଆସି ଯାଇଛନ୍ତି । ସେ ସବୁବେଳେ କୌଣସି ନା କୌଣସି ଆବିଷ୍କାର କରି ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ smallest refrigerator Fridge ତିଆରି କରିଛନ୍ତି । ଏହି ଆବିଷ୍କାର ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମଧ୍ୟ ହାସଲ କରିଛନ୍ତି । ସବୁଠୁ ବଡ କଥା ହେଉଛି କି ଏହି ଜିନିଷକୁ ତିଆରି କରିବା ପାଇଁ ସେ ମାତ୍ର ୧୧୩୫ ଟଙ୍କା ଖର୍ଚ କରିଛନ୍ତି ।

କମଳ କିଶୋର ମାଝୀ ନିଜର ଏହି ଆବିଷ୍କାର ବିଷୟରେ କହିଲେ କି ଆମ ଫ୍ରିଜରେ ଦୁଇଟି ସେକ୍ଶନ ଥାଏ । ଗୋଟିଏ ନର୍ମାଲ ଟେମ୍ପରେଚରକୁ କମ କରିବା ପାଇଁ ଓ ଅନ୍ୟଟି ଫ୍ରିଜିଙ୍ଗ ପୟେନ୍ଟ ଠାରୁ ଆହୁରି କମ ଥଣ୍ଡା କରେ । ଅର୍ଥାତ ସେ ପାଣିକୁ ବରଫ କରିଥାଏ ଓ ମୁଁ ଏହି ପାର୍ଟକୁ ତିଆରି କରିଛି ।

ଏହାକୁ ତିଆରି କରିବାର ତାଙ୍କର ମୂଳ ଲକ୍ଷ ହେଉଛି କି ଏହି ମେସିନକୁ ଆମେ କୋଭିଡ ଭ୍ୟା-କ-ସି-ନକୁ ରଖିବା ପାଇଁ ଅଧିକ ବ୍ୟବହାର କରି ପାରିବା । ଏହା ଭ୍ୟା-କ-ସି-ନକୁ ଥଣ୍ଡା ରଖିବାରେ ସାହାର୍ଯ୍ୟ କରିବ । ଏହିଭଳି ମେସିନ ଯେଉଁମାନେ ବ୍ୟବହାର କରୁଛନ୍ତି ତାହାର ମୂଲ୍ୟ ପାଖାପାଖି ୧୫୦୦୦ ଟଙ୍କା ।

କିନ୍ତୁ ମୋ ମେସିନର ମୂଲ୍ୟ ୧୦୦୦ ରୁ ୧୫୦୦ ଟଙ୍କା ମଧ୍ୟରେ ଆପଣ ତିଆରି କରି ପାରିବେ । ଏହି ମେସିନକୁ ତିଆରି କରିବା ପରେ ମୁଁ IBR ଇଣ୍ଡିଆନ ବୁକ ଅଫ ରେକର୍ଡରେ ଏପ୍ଲାଏ କରିଲି । ୨ ରୁ ୩ ସପ୍ତାହ ମଧ୍ୟରେ ମୁଁ ନିଜର ଆବିଷ୍କାର ବିଷୟରେ ତାଙ୍କୁ ଫୋନରେ ବୁଝାଇଲି ଓ କିଛି ଭି-ଡି-ଓ ବି ଦେଲି ।

ସେମାନେ କହିଲେ କି ଏହା ଠିକ ଅଛି । ସେମାନେ ମୋତେ କିଛି ଅର୍ଥରାଶି ବି ଦେଲେ । କମଳଙ୍କ ଅନୁସାରେ ଦୁନିଆର smallest refrigerator Fridge ତିଆରି କରିବା ପାଇଁ ତାଙ୍କ ସାନ ଭାଇ ବି ତାଙ୍କୁ ବହୁତ ସହଯୋଗ କରିଛନ୍ତି । ବର୍ତ୍ତମାନ କମଳଙ୍କ ଏହି ନୂତନ ଉଦ୍ଭାବନକୁ ନେଇ କମଳଙ୍କ ପୁରା ପରିବାର ବହୁତ ଖୁସି ଅଛନ୍ତି ।

ଏହା ଏକ ଏମିତି ମେସିନ ଅଟେ ଯାହାକୁ ଅତି ସହଜରେ ତିଆରି କରି ହେବ ଓ ବହୁତ ଅଳ୍ପ ଟଙ୍କାରେ ଏହାକୁ ତିଆରି କରି ପାରିବେ କିମ୍ବା କିଣି ପାରିବେ । କମଳର ଏହି ଫ୍ରିଜରେ ଔଷଧ ସହ ଭ୍ୟା-କ-ସି-ନକୁ ବି ରଖା ଯାଇ ପାରିବ । ସବୁଠୁ ବଡ କଥା ହେଉଛି ବିଦ୍ୟୁତ ନ ଥିଲେ ବି ମାତ୍ର ୧୨ ବୋଲ୍ଟରେ ଏହା ଚାର୍ଜ ହୋଇ ପାରୁଛି । କମଳର ଏହି ମେସିନରେ କିଛି ମିନିଟ ମଧ୍ୟରେ ପାଣି ଥଣ୍ଡା ହୋଇଯାଉଛି ଓ ବରଫ ହେବା ପାଇଁ ୧ ଘଣ୍ଟା ସମୟ ଲାଗୁଛି ।

Leave a Reply

Your email address will not be published. Required fields are marked *