3 ଦିନ ଏହି ତେଲ କେଶରେ ଲଗାନ୍ତୁ, ଗୋଟି ଗୋଟି ଧଳା ବାଳ କଳା ହୋଇଯିବ

ସାଧାରଣତ କେଶ ଧଳା ହେବା ଏକ ପ୍ରାକୃତିକ କଥା ହୋଇଥାଏ । ବୟସ ୪୦ ବର୍ଷ ପରେ କେଶ ପ୍ରାକୃତିକ ଉପାୟରେ ଧଳା ହୋଇଥାଏ । କିଛି ଲୋକଙ୍କର ଆଜିକାଲି ୪୦ ବର୍ଷ ହେବା ପୂର୍ବରୁ କେଶ ଧଳା ହେଉଛି ଯାହା ଫଳରେ ଅନେକ ସମସ୍ଯା ସୃଷ୍ଟି ହେଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ପ୍ରାକୃତିକ ଉପାଯରେ ଧଳା କେଶ କଳା ହୋଇଯିବ । ଏହି ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମ ଉପାୟ ହେଉଛି କିଛି ଆଳୁ ନିଅନ୍ତୁ । ଆଳୁକୁ ଭଲ ଭାବେ ଧୋଇ ଏହାର ଚୋପା ଛଡାଇ ଦିଅନ୍ତୁ ।

ଆଳୁ ଚୋପାରେ ଭିଟାମିନ-ଏ, ଭିଟାମିନ- ବି ଓ ଭିଟାମିନ- ସି ମିଳିଥାଏ ଯାହା ମୁଣ୍ଡରେ ଥିବା ରୂପୀକୁ ହଟାଇବାରେ ବହୁତ ସହାୟକ ହୋଇଥାଏ । ଆଳୁ ଚୋପା ପ୍ରାକୃତିକ ଉପାୟରେ ଧଳା କେଶକୁ କଳା କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏକ ପାତ୍ରରେ ଆଳୁ ଚୋପା ସହ କିଛି ପାଣି ମିଶାଇ ୧୦ରୁ ୧୫ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଯେମିତି ଆଳୁର ସମସ୍ତ ପୋଷାକ ତତ୍ଵ ପାଣିରେ ଭଲ ଭାବେ ମିଶିଯିବ । ଏହା ପରେ ଏନି ଏକ ପାତ୍ରରେ ପାଣିକୁ ଛାଣି ଦିଅନ୍ତୁ । ଏକ ତାଟିଆ ଆଳୁ ପାଣିରେ ଏକ ଚାମଚ କ୍ୟାଷ୍ଟର ଅଏଲ ବା ଜଡା ତେଲ ମିଶ୍ରଣ କରନ୍ତୁ । ଏହି ତେଲକୁ ଏକ ମିନିଟ ଯାଏଁ ପାଣିରେ ଭଲ ଭାବେ ମିଶାନ୍ତୁ ।

ଧଳା କେଶକୁ ଧଳା କରିବା ପାଇଁ ଅନ୍ୟ ଏକ ଉପଚାର ହେଉଛି ପୂର୍ବ ରୁ ପ୍ରସ୍ତୁତ ହୋଇଥିବା ଆଳୁ ପାଣି ରେ କ୍ୟାଷ୍ଟର ତେଲ ବଦଳରେ ଅଧ ଚାମଚ ଗୋଲାପ ଜଳ ମିଶାନ୍ତୁ । ଏହା ସଂପୂର୍ଣ୍ଣ ଭାବେ ନ୍ଯାଚୁରାଲ ରେମେଡି ଅଟେ ଯାହା ଧଳା କେଶକୁ ପ୍ରାକୃତିକ ଉପାରେ କଳା କରିବାରେ ସହାୟକ ହୋଇ ପାରିବ । ଆପଣ କ୍ୟାଷ୍ଟର ଅଏଲ ବଦଳରେ ନଡିଆ ତେଲ ମଧ୍ୟ ପ୍ରୟୋଗ କରି ପାରିବେ । ଏହି ରେମେଡିର ପ୍ରୟୋଗ କରିବା ପୂର୍ବ ରୁ ପ୍ରଥମେ କେଶକୁ ଭଲ ଭାବେ ଶ୍ୟାମ୍ପୋ କରନ୍ତୁ ।

ଏହାର କିଛି ସମୟ ପରେ ଏହି ଦୁଇଟି ରେମେଡି ମଧ୍ୟରୁ କୌଣସି ଗୋଟିଏ ରେମେଡି ପ୍ରସ୍ତୁତ କରି ନିଜ କେଶରେ ଲଗାନ୍ତୁ । ଏହି ରେମେଡି ଲଗାଇବାର ୩୦ରୁ ୩୫ ମିନିଟ ପରେ ପୁଣି ଥରେ କେଶ ଧୋଇ ଦିଅନ୍ତୁ । ଏହି ଦୁଇଟି ରେମେଡିକୁ ଆପଣ ମାନେ ସପ୍ତାହ କୁ ଥରେ ପ୍ରୟୋଗ କରି ପାରିବେ । ଏହାର ପ୍ରୟୋଗ କରିଲେ ଆପଣ ମାନେ ଦେଖିବାକୁ ପାଇବେ ଯେ ଆପଣଙ୍କ ଧଳା କେଶ କିପରି ଭାବେ କଳା ହେବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *