କଟକର ଜୋବ୍ରା ବ୍ରିଜ ପାଖରେ ମିଳିଲା ହାତୀର ମୃତ ଶରୀରର, ଦେଖନ୍ତୁ Video

ମୁଣ୍ଡୁଳି ବ୍ରିଜ ପାଖରେ ହାତୀ ବହୁତ ସଂଘର୍ଷ ପରେ ଶେଷରେ ହାତୀ ନିଜର ଜୀବନ ହାରି ଦେଇ ଥିଲା ଓ ନଦୀର ବନ୍ୟା ପାଣିରେ ହାତୀର ମୃତ ଶରୀରର ଭାସି ଯାଇ ଥିଲା । କିନ୍ତୁ ବର୍ତ୍ତମାନ କଟକର ଜୋବ୍ରା ବ୍ରିଜ ପାଖରେ ହାତୀର ମୃତ ଶରୀରର ଦେଖା ଯାଇଛି । କିନ୍ତୁ ବର୍ତ୍ତମାନ ସୁଧା ସୂଚନା ମିଳି ନାହିଁ କି ହାତୀର ମୃତ ଶରୀରକୁ କେଉଁଭଳି ଭାବରେ ଉଦ୍ଧାର କରାଯିବ । କହିଦେଉଛୁ କି ମୁଣ୍ଡୁଳି ବ୍ରିଜ ପାଖରେ ଯେତେବେଳ ହାତୀ ଚାଲୁ ଥିଲା ସେହି ସମୟରେ ହାତୀକୁ ଉଦ୍ଧାର କରିବାରେ ବି ବହୁତ ବିଳମ୍ବ ହୋଇଥିଲା ।

୫ ରୁ ୬ ଘଣ୍ଟା ପରେ ହାତୀକୁ ବଞ୍ଚାଇବା ପାଇଁ ଅପରେସନ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ମୃତ ହାତୀଟି ଜୋବ୍ରା ବ୍ରିଜର ୨୪ ନମ୍ବର ଗେଟ ପାଖରେ ଲାଗି ରହିଛି । ଏହି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି ।

ଦେଖା ଯାଉଛି କି ମହାନଦୀରେ ଜଳ ସ୍ରୋତ ବି ଅତି ପ୍ରଖର ରହିଛି । ହାତୀର ମୃତ ଶରୀରକୁ ଉଦ୍ଧାର କରିବା ବହୁତ କଷ୍ଟକର କାମ ଅଟେ । କହିଦେଉଛୁ କି ହାତୀକୁ ବଞ୍ଚାଇବାରେ ମଧ୍ୟ ସକ୍ଷମ ହୋଇ ପାରି ନ ଥିଲେ ODRF ଟିମର ସଦସ୍ୟମାନେ ।

ଓଲଟା କିଛି ବ୍ୟକ୍ତିଙ୍କ ଜୀବନ ଚାଲି ଗଲା । ବର୍ତ୍ତମାନ ଦେଖିବାର ଅଛି କି ସରକାର କେଉଁଭଳି ଭାବରେ ହାତୀର ମୃତ ଶରୀରକୁ ଉଦ୍ଧାର କରୁଛନ୍ତି । ଅନ୍ୟ ପଟେ ଜୋବ୍ରା ବ୍ରିଜ ଜଗତପୁର ଓ ସାଲେପୁରକୁ ଯିବାର ଗୋଟିଏ ରାସ୍ତା ।

ଭିଡକୁ ମଧ୍ୟ କନ୍ଟ୍ରୋଲ କରି ରାସ୍ତାକୁ ଖାଲି କରି ହାତୀର ମୃତ ଶରୀରକୁ ଉଦ୍ଧାର କରିବା ବହୁତ ହିଁ ଚ୍ୟାଲେଞ୍ଜ ପୂର୍ଣ କାମ ଅଟେ । ମୁଣ୍ଡୁଳିରେ ଯେତେବେଳେ ହାତୀ ବୁଡି ଯାଉ ଥିଲା ସେହି ସମୟର କିଛି ଭିଡିଓ ଭାଇରାଲ ହୋଇଥିଲା । ହାତୀକୁ ଘଉଡାଇବା ପାଇଁ ନିଆଁ ମଧ୍ୟ ଲଗା ଯାଇ ଥିଲା । ଏହା ପରେ ସ୍ଥାନୀୟ ଲୋକମାନେ କହିଥିଲେ କି ହାତୀଟି ବୁଡି ଯାଇଛି । କିନ୍ତୁ ଏହାକୁ ନେଇ ଫରେଷ୍ଟ ଡିପାର୍ଟମେଣ୍ଟ କିଛି ବି କହି ନ ଥିଲେ ।

କୁହାଯାଉଛି କି ମୁଣ୍ଡୁଳିରେ ଯେଉଁ ହାତୀଟି ବୁଡି ଯାଇ ଥିଲା ଏହା ସେହି ହାତୀ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ମୃତ ଶରୀରକୁ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । କହିଦେଉଛୁ କି ପ୍ରଥମେ ହାତୀକୁ ବଞ୍ଚାଇବା ପ୍ରକ୍ରିୟାରେ ବିଳମ୍ବ ଓ ବର୍ତ୍ତମାନ ହାତୀର ମୃତ ଶରୀରକୁ ଉଦ୍ଧାର କରିବାର ପ୍ରକ୍ରିୟାରେ ବିଳମ୍ବ କରିବା କେଉଁ ଠି ନା କେଉଁଠି ପ୍ରଶାସନର ଅବହେଳାକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *