PM Modi ଆଜିଠୁ ଆରମ୍ଭ କଲେ ‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’…. ଦେଖନ୍ତୁ କଣ ରହିଛି ଏହି ଯୋଜନାରେ

ଆଜି ପୁରା ଭାରତରେ ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ଲାଗୁ ହୋଇ ଯାଇଛି । ନରେନ୍ଦ୍ର ମୋଦୀ ଆଜି ଦିନ ୧୧ ଟା ସମୟରେ ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ଆୟୁଷ୍ମାନ ଭାରତ ଡିଜିଟାଲ ମିସନର ଶୁଭାରମ୍ଭ କରିଛନ୍ତି । କହିଦେଉଛୁ କି ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ବିଷୟରେ କହିଥିଲେ ଓ ଏହାକୁ ପୁରା ଭାରତରେ ଅତି ଶୀଘ୍ର ଲାଗୁ କରାଯିବ ବୋଲି ବି ଘୋଷଣା କରିଥିଲେ ।

ବର୍ତ୍ତମାନ ସମୟରେ ୬ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ ପ୍ରୋଜେକ୍ଟ ରୂପରେ କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଆଜି ଠାରୁ ଏହି ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ପୁରା ଭାରତରେ ଲାଗୁ କରାଯାଇଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ଅନ୍ତର୍ଗତ ଦେଶର ସମସ୍ତ ନାଗରିକମାନଙ୍କ ଏକ ହେଲ୍ଥ ଆଇଡ଼ି କାର୍ଡ ତିଆରି କରାଯିବ ।

ଏହା ସେମାନଙ୍କର ହେଲ୍ଥ ଆକାଉଣ୍ଟ ରୂପରେ କାମ କରିବ । ଏହି ଆଇଡ଼ିର ବ୍ୟକ୍ତିର ସ୍ୱାସ୍ଥ୍ୟର ସମସ୍ତ ରେକର୍ଡ ରହିବ । ଗୋଟିଏ ମୋବାଇଲ ଆପ୍ଲିକେସନ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖାଇ ହେବ । ଯଦି ଆପଣଙ୍କ ଏହି ୟୁନିକ ହେଲ୍ଥ କାର୍ଡ ତିଆରି ହୋଇ ଯାଉଛି ତେବେ ଏହା ଦ୍ଵାରା ଆପଣଙ୍କୁ ଓ ଡାକ୍ତର ଦୁଇ ଜଣଙ୍କୁ ଲାଭ ମିଳିବ । ଏହା ଦ୍ଵାରା ରୋଗୀମାନଙ୍କୁ ଡାକ୍ତରମାନଙ୍କ ପାଖକୁ ସମସ୍ତ ମେଡିକାଲ ଫାଇଲ ନେଇଯିବାକୁ ପଡିବ ନାହିଁ ।

ଡାକ୍ତର ରୋଗୀର ୟୁନିକ ହେଲ୍ଥ ଆଇଡ଼ି ଦେଖାଇ ତାର ରୋଗର ପୁରା ଡାଟା ବାହାର କରିଦେବେ ଓ ସେହି ଆଧାରରେ ତାର ଚିକିତ୍ସା ଆରମ୍ଭ ହୋଇଯିବ । ଏହି ୟୁନିକ ହେଲଥ କାର୍ଡ ଜରିଆରେ ଜଣା ପଡିବ କି ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ଅନ୍ତର୍ଗତ ରୋଗୀମାନଙ୍କୁ ଚିକିତ୍ସା ମିଳୁଛି ନା ନାହିଁ । ଏହି ହେଲ୍ଥ କାର୍ଡ ଜରିଆରେ ଏହା ବି ଜଣା ପଡିବ କି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ କେଉଁ କେଉଁ ସରକାରୀ ଯୋଜନାର ଲାଭ ମିଳୁଛି । ଯେଉଁ ବ୍ୟକ୍ତିର ହେଲ୍ଥ ଆଇଡ଼ି ତିଆରି ହେବ ସେହି ବ୍ୟକ୍ତିର ଆଧାର ନମ୍ବର ଓ ମୋବାଇଲ ନମ୍ବର ନିଆଯିବ ।

ଏହା ଦ୍ଵାରା ହିଁ ଆପଣଙ୍କର ହେଲଥ କାର୍ଡ ହୋଇଯିବ । ଏଥିପାଇଁ ସରକାରଙ୍କ ତରଫରୁ ଗୋଟିଏ ହେଲଥ କାର୍ଡ ତିଆରି କରାଯିବ । ଯାହା ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ପ୍ରକାରର ଡାଟାକୁ ଏକତ୍ରିତ କରିବ । ସାର୍ବଜନିକ ହସ୍ପିଟାଲ, କମ୍ୟୁନିଟୀ ହେଲ୍ଥ ସେଂଟର, ହେଲ୍ଥ ଏଂଡ ୱେଲନେସ ସେଣ୍ଟର ଓ ନେଶନାଲ ହେଲ୍ଥ ଇଂଫ୍ରାସ୍ଟ୍ରକ୍ଚର ରଜିସ୍ଟ୍ରୀ ସହ ଜଡିତ ହେଲ୍ଥକେୟାର ପ୍ରୋବାଇଡରର କୌଣସି ବି ବ୍ୟକ୍ତି ଏହି ହେଲଥ କାର୍ଡ ତିଆରି କରି ପାରିବେ । ଆପଣ ନିଜେ ବି ହେଲଥ କାର୍ଡ ତିଆରି କରି ପାରିବେ । ସେଥିପାଇଁ ଆପଣଙ୍କୁ https://healthid.ndhm.gov.in/register ଉପରେ ନିଜର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *