ବାତ୍ୟାର ପ୍ରଭାବରେ ଚିଲିକା ହୋଇ ଉଠିଛି ଅଶାନ୍ତ, ବଡ ବଡ ଜୁଆର ଉଠିଲା କାଳିଜାଇ ମନ୍ଦିରକୁ….. ଦେଖନ୍ତୁ Video

ବାତ୍ୟା ଗୁଲାପ କଳିଙ୍ଗପଟନମ ଅଞ୍ଚଳରେ ଲ୍ୟାଣ୍ଡଫଳ କରିସାରିଛି । ଯେଉଁ କାରଣରୁ ଏହା ସେହି ଅଞ୍ଚଳରେ ବହୁତ କିଛି କ୍ଷୟକ୍ଷତି ମଧ୍ୟ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହାର ପ୍ରଭାବ କମ ହୋଇ ନାହିଁ । ସୂଚନା ଅନୁସାରେ ଏହା ଧୀରେ ଧୀରେ ଓଡିଶା ଆଡକୁ ଗତି କରୁଛି ଓ ଓଡିଶା ଦେଇ ଛତିଶଗଧ ରାଜ୍ୟ ଆଡକୁ ଚାଲିଯିବ । ବାତ୍ୟା ଗୁଲାପ ଯେଉଁ ସବୁ ଅଞ୍ଚଳ ଦେଇ ଗତି କରିଛି ସେହି ସବୁ ଅଞ୍ଚଳରେ ଗତକାଲି ରାତି ଠାରୁ ହିଁ ପବନ ବହିବା ସହିତ ବର୍ଷା ମଧ୍ୟ ହୋଇଛି ।

କେତେକ ଅଞ୍ଚଳରେ ଗଛ ମଧ୍ୟ ଉପୁଡି ଯାଇଛି । ବିଦ୍ୟୁତ ତାର ଓ ଖୁଣ୍ଟି ଗୁଡିକ ବି ଭାଙ୍ଗି ରାସ୍ତାରେ ପଡିଛି । ଯେଉଁ କାରଣରୁ ଜଣ ସାଧାରଣଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି ।

ଯେଉଁ ସବୁ ସ୍ଥାନରେ ବାତ୍ୟା ଅତିକ୍ରମ କରି ଚାଲି ଯାଇଛି ସେହି ସବୁ ଅଞ୍ଚଳକୁ ଯାଇ ପ୍ରଶାସନ ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତାରୁ ଅନ୍ୟତ୍ର ନେଇ ଯାଉଛନ୍ତି । ସେମାନେ ପୁଣି ଥରେ ପୂର୍ବ ଭଳି ସ୍ଥିତି ଆଣିବାକୁ ଚେଷ୍ଟା କରୁଛନ୍ତି । ଗୁଲାପ ବାତ୍ୟା ବିଶେଷ କିଛି କ୍ଷତି କରି ନାହିଁ । ବର୍ତ୍ତମାନ ସୁଧା ବି ଏହାର ପ୍ରଭାବ କେତେକ ଅଞ୍ଚଳରେ ରହିଛି । ବର୍ତ୍ତମାନ ବି ସମୁଦ୍ର ଅଶାନ୍ତ ଅଛି । ଯେଉଁ କାରଣରୁ ସମୁଦ୍ର ମଧ୍ୟକୁ କାହାକୁ ଯିବା ପାଇଁ ମନା କରା ଯାଇଛି ।

ଓଡିଶାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଗୋଟିଏ ହେଉଛି କାଳିଜାଇ । ଯେଉଁ ସ୍ଥାନକୁ ଯିବାକୁ ହେଲେ ଆପଣଙ୍କୁ ବୋର୍ଟ ମାଧ୍ୟମରେ ଚିଲିକା ହ୍ରଦ ଦେଇ କାଳିଜାଇ ମନ୍ଦିର ଯିବାକୁ ପଡିଥାଏ । ଗୁଲାପ ବାତ୍ୟାର ପ୍ରଭାବ ଚିଲିକା ଓ ଚିଲିକା ହ୍ରଦରେ ବି ଦେଖିବାକୁ ମିଳୁଛି । ଆପଣମାନେ ଦେଖି ପାରିବେ କି ଚିଲିକା ହ୍ରଦର ପାଣି କେତେ ଅଶାନ୍ତ ଅଛି । କାଳିଜାଇ ମନ୍ଦିର ଚିଲିକା ହ୍ରଦର ମଝିରେ ଅଛି ।

ପାଣି ଅଶାନ୍ତ ହେବା କାରଣରୁ କାଳିଜାଇ ମନ୍ଦିର ଉପରକୁ ମଧ୍ୟ ପଣି ମାଡି ଯାଉଛି । ଯାହାର କିଛି ଦୃଶ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ପାଣି କାଳିଜାଇ ମନ୍ଦିରର ସିଢିରେ ଅତି ଭୟଙ୍କର ରୂପରେ ମାଡ ହେଉଛି ଓ କିଛି ଫୁଟ ଉଚ୍ଚତାରେ ପାଣି ଉଠି ଯାଉଛି । ମନ୍ଦିରର ବେଢାକୁ ମଧ୍ୟ ପାଣି ଚାଲି ଆସୁଛି । ଯାହାକି ଅତି ଭୟଙ୍କର ଦୃଶ୍ୟ ଅଟେ ।

Leave a Reply

Your email address will not be published. Required fields are marked *