ଦେଖୁ ଦେଖୁ ଆଖି ସାମ୍ନାରେ ମାଟିରେ ମିଶି ଗଲା 7 ମହଲା କୋଠା, Videoରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର କଚ୍ଚୀଘାଟୀ ଅଞ୍ଚଳରେ ଗୁରୁବାର ଦିନ ପାଖାପାଖି ୫.୩୦ରେ ଭୁସ୍କଲନ କାରଣରୁ ସାତ ମହଲା ଘର ସଙ୍ଗେ ସଙ୍ଗେ ଭାଙ୍ଗି ମାଟିରେ ମିଶି ଗଲା । ବିଲଡିଙ୍ଗର ଭଗ୍ନାବଶେଷ ତଳେ ଥିବା ଦୁଇ ମହଲା ବିଶିଷ୍ଟ ଘରର ଗୋଟିଏ ମହଲା ଭର୍ତ୍ତି ହୋଇଗଲା । ଅନ୍ୟ କେତେକ ବିଲଡିଙ୍ଗ ପାଇଁ ବି ଏହା ଭୟଙ୍କର ସ୍ଥିତି ସୃଷ୍ଟି କରି ଦେଇଛି । କିନ୍ତୁ ପ୍ରଶାସନ ଏହା ପୂର୍ବରୁ ଏହି ବିଲଡିଙ୍ଗ ଗୁଡୁକି ଖାଲି କରି ଦେଇଛି ।

ଭାଙ୍ଗିବା ପୂର୍ବରୁ ହିଁ ସାତ ମହଲା ବିଶିଷ୍ଟ ଏହି ବିଲଡିଙ୍ଗକୁ ଖାଲି କରି ଦିଆ ଯାଇ ଥିଲା । ବିଲିଡିଙ୍ଗରେ ରହୁଥିବା ୮ ଜଣ ପରିବାରକୁ ଅନ୍ୟ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା ।

ସ୍ଥାନୀୟ ଲୋକମାନଙ୍କ ଅନୁସାରେ ପାଖାପାଖି ଦୁଇ ସପ୍ତାହ ପୂର୍ବରୁ ବିଲିଡିଙ୍ଗ ତଳର ମାଟି ଖସିବା ଆରମ୍ଭ ହୋଇଥିଲା । ଏହି ବିଲଡିଙ୍ଗର ମାଲିକ ଗୁରମୀତ ସିଂହ ଯିଏକି ଶିମଲା ରାମବାଜାର କାରୋବାରୀ ଅଟନ୍ତି ତାଙ୍କର ଅଟେ ।

କହିଦେଉଛୁ କି ଗୁରୁବାର ଦିନ ଦ୍ଵିପହର ପାଖାପାଖି ୧୨ ଟା ସମୟରେ ନଗର ନିଗମର ଅଧିକାରୀମାନେ ବିଲଡିଙ୍ଗ ପାଖାପାଖି ଥିବା ଅନ୍ୟ ସମସ୍ତ ବିଲଡିଙ୍ଗ ଗୁଡିକୁ ଖାଲି କରି ଦେଇଥିଲେ । ସାତ ମହଲା ଘର ପ୍ରଥମେ ଅଳ୍ପ ଢଳି ପାଖରେ ଥିବା ଗୋଟିଏ ବିଲଡିଙ୍ଗରେ ଲାଗି ରହିଗଲା ।

ସନ୍ଧ୍ୟା ୫ .୪୦ ମିନିଟରେ ଏହି ବିଲଡିଙ୍ଗ ପୂରାପୂରି ଭାଙ୍ଗି ଯାଇ ମାଟିରେ ମିଶି ଗଲା । କହିଦେଉଛୁ କି କଚ୍ଚୀଘାଟୀର ଏହି ଅଞ୍ଚଳ ସିଂକିଂଗ ଜୋନର ଅଟେ । ଏନଏଚ ପାଖରେ ଥିବା ଏହି କ୍ଷେତ୍ରରେ ବହୁତ ବିଲଡିଙ୍ଗ ଅଛି । ଯେଉଁଠି ଏହି ସାତ ମହିଳା ବିଶିଷ୍ଟ ବିଲଡିଙ୍ଗ ଭାଙ୍ଗି ଗଲା । ଏହାର ତଳ ଭାଗରେ ଓ ଠିକ ନଳା ପାଖରେ ଅନ୍ୟ ଏକ ବିଲଡିଙ୍ଗରେ କିଛି ଦିନ ହେବ ଫାଟ ଆରମ୍ଭ ହୋଇ ଯାଇଛି । ଏମାନଙ୍କ ମଧ୍ୟରେ କେତେକ ଘରର ବେସମେଣ୍ଟ ମଧ୍ୟ ଭାଙ୍ଗି ମାଟିରେ ମିଶି ଯାଇଛି ।

ଯଦି ବର୍ଷା ଜାରି ରୁହେ ତେବେ ଏହି ପାହାଡରେ ତିଆରି ଅଧା ବିଲଡିଙ୍ଗ ମାଟିରେ ମିଶି ଯାଇ ପାରନ୍ତି । ବହୁତ ବିଲଡିଙ୍ଗରେ ଫାଟ ପଡିବା କାରଣରୁ ଭଡାଟିଆ ଓ ବିଲଡିଙ୍ଗର ମାଲିକମାନେ ବି ଏହି ସ୍ଥାନକୁ ଛାଡିବା ଆରମ୍ଭ କରି ଦେଇଛନ୍ତି । କଚ୍ଚୀଘାଟୀରେ ବିଲଡିଙ୍ଗ ପଡିବା କାରଣରୁ ପ୍ରଭାବିତଙ୍କୁ ରହିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି । ଡ଼ିସି ଆଦିତ୍ୟ ନେଗୀ କହିଲେ କି ଦୁଇଟି ବିଲଡିଙ୍ଗ ପଡିଛି । ଏଥିରେ ୮ ଜଣ ପରିବାର ରହୁଥିଲେ । ସମସ୍ତଙ୍କୁ ୧୦ – ୧୦ ହଜାର ଟଙ୍କା ଦିଆ ଯାଇଛି । ସୁରକ୍ଷା ଦ୍ରୁଷ୍ଟିରେ ଦୁଇଟି ବିଲଡିଙ୍ଗକୁ ଖାଲି କରି ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *