ଏହା ହେଉଛି ସେହି ୫ଟି ସଂକେତ ଯାହା ଦ୍ଵାରା ଜଣା ପଡେ ଆପଣଙ୍କ ସମ୍ପର୍କ ଚାଲିବ କି ନାହିଁ- ଥରେ ନିଶ୍ଚୟ ଦେଖନ୍ତୁ

କୌଣସି ସମ୍ପର୍କ ରେ ରହିଲା ପରେ ସେହି ସମ୍ପର୍କ କୁ ଭାଙ୍ଗିବା ବହୁତ କଷ୍ଟକର ହୋଇ ଯାଏ । ଏହି ପରିସ୍ଥିତି ରେ କୌଣସି ବଡ ନିଷ୍ପତ୍ତି ନବା ସହଜ ନୁହେଁ । କିନ୍ତୁ ଯଦି ଆପଣ ଜାଣିପାରୁ ନାହାଁନ୍ତି କି ଆପଣ ଏହି ସମ୍ପର୍କ ରେ ରହିବେ କି ନାହିଁ ? ତାହେଲେ ଜାଣନ୍ତୁ ଏହି ୫ଟି ସଂକେତ ବିଷୟ ରେ ଯାହା ଆପଣଙ୍କୁ କହିବ ଏହି ସମ୍ପର୍କ ଚାଲିବ ନା ନାହିଁ ।

ସବୁବେଳେ ଝଗଡା :

ଯଦି ଆପଣ ଦୁହେଁ ପ୍ରାୟତଃ ଝଗଡା କରୁଛନ୍ତି । ଯଦି ଆପଣଙ୍କ ପାର୍ଟନର ବୀନା କିଛି କାରଣ ରେ ଝଗଡା କରିବାକୁ ଚେଷ୍ଟା କରୁଅଛି । କେବଳ ଏହା ନୁହେଁ, ଯଦି ସବୁ କଥା ର ଭୁଲ ଅର୍ଥ ବାହାର କରୁଛି, ତାହେଲେ ବୁଝି ଯାଆନ୍ତୁ ଆପଣଙ୍କ ସମ୍ପର୍କ ଆଉ ବେଶି ଦିନ ଚାଲିପାରିବ ନାହିଁ ।

ସନ୍ଦେହ କରିବା :

ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ସନ୍ଦେହ କରୁଛି । ସବୁ କଥା ରେ ହଜାର ପ୍ରକାର ପ୍ରଶ୍ନ ପଚାରୁଚି, ଏଥିରୁ ସ୍ପଷ୍ଟ ହେଉଚିକି ତାଙ୍କୁ ଆପଣଙ୍କ ଉପରେ ଭରସା ନାହିଁ । ଏହି ପରିସ୍ଥିତି ରେ ଆପଣ ନିଜ ପାର୍ଟନରକୁ ବୁଝାନ୍ତୁ ଯେ ଆପଣ ଭୁଲ ନୁହଁନ୍ତି । ଯଦି ଏହା ପରେ ବି ଆପଣଙ୍କ ପାର୍ଟନର ଆପଣଙ୍କୁ ସନ୍ଦେହ କରିବା ବନ୍ଦ କରୁନାହାନ୍ତି, ତାହେଲେ ଏହି କଥା ଆପଣଙ୍କୁ ସଂକେତ ଦଉଛି କି ଆପଣଙ୍କ ସମ୍ପର୍କ ସମାପ୍ତ ହେବାକୁ ଯାଉଛି ।

କଥାବାର୍ତ୍ତା କମ ହବା :

କୌଣସି ପ୍ରକାର ସମ୍ପର୍କ ଆରମ୍ଭ ରେ ବହୁତ ଉତ୍ସାହପୂର୍ଣ୍ଣ ହୋଇଥାଏ, କିନ୍ତୁ କିଛି ସମୟ ପରେ ଏହି ଉତ୍ସାହ ସରିବାକୁ ଲାଗେ । ଯଦି ଆପଣ ଦୁହେଁ ନିଜ ନିଜ ଜୀବନ ରେ ବ୍ୟସ୍ତ ହୋଇ କାହାସହ କଥା ନ ହୁଅନ୍ତି ତାହେଲେ ଆପଣଙ୍କ ସମ୍ପର୍କ ସରିଯାଇ ପାରେ ।

ବିଶ୍ୱାସ :

କୌଣସି ସମ୍ପର୍କ ରେ ବିଶ୍ବାସ ରହିବା ନିହାତି ଜରୁରୀ ହୋଇଥାଏ । ଯଦି ଆପଣ ଦୁହେଁ ଦୁହିଙ୍କ ପ୍ରତି ବିଶ୍ଵସ୍ତ ଅଛନ୍ତି, ତାହେଲେ ଆପଣ ନିଜ ସମ୍ପର୍କକୁ ସବୁ ପ୍ରକାର କଠୋର ପରିସ୍ଥିତି ରେ ସମ୍ଭାଳି ରଖି ପାରିବେ । ଯଦି ଆପଣଙ୍କ ପାର୍ଟନର ଆଉ କାହା ସହ ବି ସମ୍ପର୍କ ରେ ଅଛନ୍ତି ତାହେଲେ ଏହା ସ୍ପଷ୍ଟ ଯେ ସେ ଆପଣଙ୍କୁ ଧୋକା ଦେଉଅଛି ।

ହିଂସା କରିବା :

ହିଂସା କରିବା ଭୁଲ ବୋଲି ଆମେ ସମସ୍ତେ ଜାଣିଛୁ । ଯଦି ଏହି ଭଳି ହିଂସା ମାନସିକ ଓ ଶାରୀରିକ ରୂପ ରେ ଆପଣଙ୍କ ସମ୍ପର୍କ ରେ ହେଉଛି ତାହେଲେ ଏହି ଭୟଙ୍କର ସମ୍ପର୍କ କୁ ସେଇଠି ଭାଙ୍ଗି ଦିଅନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *