ମନକୁ ଶୁଦ୍ଧ ରଖିବା କଣ ପାଇଁ ଆବଶ୍ୟକ ଅଟେ ? Krishna Vani

ଭଗବାନ କୃଷ୍ଣଙ୍କ ବଂଶୀର ସୁର କାହାକୁ ବା ଭଲ ଲାଗେ ନାହି । ତାଙ୍କର ବଂଶିର ସ୍ଵର ସବୁ ଲୋକଙ୍କୁ ଆକର୍ଷିତ କରିଥାଏ । ସମସ୍ତଙ୍କ ମନକୁ ମୋହୀ ଥାଏ ଭଗବାନ କୃଷ୍ଣଙ୍କ ବଂଶୀର ସ୍ଵର । ତେବେ ପ୍ରଶ୍ନ ଉଠିଛି ଏହି ସ୍ଵର କେଉଁ ଠାରୁ ଆସୁଥାଏ । ତେବେ ଏହି ସ୍ଵର ଭଗବାନ କୃଷ୍ଣଙ୍କ ହୃଦୟରୁ ଆସିଥାଏ ବୋଲି ସତ୍ୟ କଥା ଅଟେ । କାରଣ ଭଗବାନ କୃଷ୍ଣ ତାଙ୍କ ଲୀଳା କେତେବେଳେ କଣ କରିବେ ତାହା କେହି ଜାଣନ୍ତି ନାହି ।

ଭଗବାନ କୃଷ୍ଣଙ୍କ ହୃଦୟରୁ ସ୍ଵର ବାହାରିବା ସହ ତାଙ୍କ ବଂଶୀରୁ ସ୍ଵର ପ୍ରକଟ ହୋଇଥାଏ । ବଂଶୀ ରେ ଥିବା ଛିଦ୍ର ରୁ ପ୍ରତେକ ଟିର ଅଲଗା ଲଗା ସୁର ରହିଥାଏ । ଯେଉଁ ବ୍ୟକ୍ତି ଏହି ସ୍ଵର ରୁ ଯେଉଁ ଧୁନ ବଜାଇବ ତାହା ନିଶ୍ଚିନ୍ତ ଭାବେ ମଧୁର ହେବ ଯାହା ସମସ୍ତଙ୍କୁ ଆକର୍ଷଣ କରିବ । ଠିକ ଭଗବନା କୃଷ୍ଣଙ୍କ ବଂଶିର ସ୍ଵର ଭଳି ଆମ ବାସ୍ତବିକ ଜୀବନରେ ମଧ୍ୟ ଘଟିଥାଏ । ଆମ ଜୀବନର ପ୍ରତେକ ଟି ମୂହୁର୍ତ୍ତ ଆଧ୍ୟାତ୍ମିକ ହୋଇଥାଏ ।

ଯଦି ଆପଣ ଇଚ୍ଛା କରୁଛନ୍ତି କି ଆପଣଙ୍କ ଜୀବନରେ ପ୍ରତେକ ଟି ସମୟ ସୁଖଦ ରହିବ ତେବେ ପ୍ରତେକ ମଣିଷକୁ ୩ଟି ଆୟାମରେ ନିପୁଣ ହେବାକୁ ପଡିବ । ଯଦି ଆପଣ ୩ଟି ଆୟାମ ରୁ ଯେ କୌଣସି ଗୋଟିଏ ଆୟାମ ରେ ନଇଁ ପଡିବେ ତେବେ ବାକି ରହିଥିବା ୨ଟି ଆୟାମ ରୁ ଯେଉଁ ସୁଖ ପ୍ରାପ୍ତ ହେବା କଥା ତାହା ଆପଣ ପାଇ ପାରିବେ ନାହି । ପ୍ରତେକ ବ୍ୟକ୍ତି ଟଙ୍କା ରୋଜଗାର କରିଥାଏ ନିଜର ପରିବାରର ପ୍ରତି ପୋଷଣ କରିବା ପାଇଁ ।

କିନ୍ତୁ ପରିବାରର ସୁଖ ହେଉଛି ମନରେ ଶାନ୍ତି ରହିବା । ମନର ଶାନ୍ତି ହେଉଛି ମନର ଶୁଦ୍ଧତା ପାଇଁ । ଯଦି ମନ ଶାନ୍ତ ରହେ ତେବେ ସେହି କ୍ଷେତ୍ର ରେ ମନରେ ଶୁଦ୍ଧତା ଆସିଥାଏ । ଯାହା ପାଇଁ ମଣିଷ ଜୀବନରେ ସବୁ ଖରାପ କାମରୁ ମୁକ୍ତି ପାଇବା ସହଜ ହୋଇଯାଏ । ଯେବେ ମଣିଷର ମନ ଶୁଦ୍ଧ ହେବ ତେବେ ଜୀବନ ମଧ୍ୟ ଶୁଦ୍ଧ ହୋଇଯିବ । ଜୀବନ ପବିତ୍ର ଓ ମଧୁର ହୋଇଯିବ ଯଦି ମନରେ ଶୁଦ୍ଧତା ଆସିଯିବ ।

ତେଣୁ ପ୍ରତେକ ବ୍ୟକ୍ତି କୁ ଭଲ କର୍ମ କରିବା ସହ ନିଜ ଭିତରେ କିଛି ପରିବର୍ତ୍ତନ ଆଣିବା ଆବଶ୍ୟକତା ଅଟେ ବୋଲି ଭଗବାନ କୃଷ୍ଣ କହିଛନ୍ତି । ଯଦି ବ୍ୟକ୍ତି ମନରେ ସର୍ବଦା ଶାନ୍ତ ଭାବନା ରହିଥାଏ ସେହି କ୍ଷେତ୍ର ରେ ସେ ସବୁ କାମକୁ ସଫଳତାର ସହ ହାସଲ କରିଥାଏ । ତେଣୁ ମନରେ ସର୍ବଦା ସୁଧାତା ରହିଲେ ବ୍ଯକ୍ତିର ଜୀବନ ମଧ୍ୟ ଶୁଦ୍ଧତା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *