ଆଜି ହିଁ ଘରର ଏହି 3ଟି ଜାଗାରେ ରଖନ୍ତୁ ମୟୂରପର, ତା ପରେ ଦେଖନ୍ତୁ ଚମତ୍କାର

ଆପଣ ମାନେ ଜାଣିଥିବେ ମୟୂର ପର ଭଗବାନ କୃଷ୍ଣଙ୍କର ପ୍ରିୟ ହେବା ସହ ହିନ୍ଦୁ ଧର୍ମରେ ଏହାର ମାନ୍ୟତା ରହିଛି । ଏହାକୁ ଶୁଭ କାମରେ ମଧ୍ୟ ବ୍ୟବହାର କରାଯାଏ । ପବିତ୍ର ଜନ୍ମାଷ୍ଟମୀ ପୂଜା ସାମଗ୍ରୀ ସହ ମୟୁର ପର ବିକ୍ରି ହେଉଥିବାର ଆପଣ ମାନେ ଦେଖିଥିବେ । ମୟୁର ପର ଘରେ ରହିଲେ ଶୁଭ ବୋଲି ମାନାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମୟୂର ପର ଘରେ ଏମିତି କିଛି ଜାଗାରେ ରହିଲେ ଘରେ କେବେ ବି ଧନ ସମ୍ପତି ରହେ ନାହି ।

ଆଜି ଆମେ ଆପଣ ମାନଙ୍କୁ ଘରେ କେଉଁ ଜାଗାରେ ମୟୁର ପରେ ରଖିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଆଲମାରି ବା ତିଜୋରିରେ ମୟୁରପର ରଖିଲେ ଶୁଭ ହୋଇଥାଏ । ଏହା ଦ୍ଵାରା ଧନର ବୃଦ୍ଧି ଦୁଇ ଗୁଣା ହୋଇଥାଏ । ଏହା ଦ୍ଵାରା ଧନ ଆସିବାର ଅନେକ ମାର୍ଗ ମଧ୍ୟ ଖୋଲିଯାଏ । ଯଦି ଆପଣ ଧନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଘରର ମନ୍ଦିରରେ ମୟୁରପର ଲଗାଇବା ସର୍ବୋତ୍ତମ ଅଟେ ।

ତାହାକୁ ଘରର ଦୁଇ କୋଣରେ ବା ଇଶାନ କୋଣରେ ମୟୂରପର ଲଗାଇଲେ ଧନର ଭଣ୍ଡାର ହୋଇଥାଏ । ଯଦି ଟଙ୍କା କମାଇବାରେ କୌଣସି ସମସ୍ୟା ହେଉଛି ବା ବାଧା ସୃଷ୍ଟି ହେଉଛି ତେବେ ଆପଣ ନିଜର ଶୟନ କକ୍ଷରେ ଦୁଇଟି ମୟୂରପର ଲଗାଇ ପାରିବେ । ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ସମସ୍ୟାର ନିବାରଣ ହେବ ଆଶା ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ । ଏହା ଥିଲା ସେହି ୩ଟି ଜାଗା ଯେଉଁଠାରେ ମୟୂରପର ଘରେ ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଧନର ବର୍ଷା ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ର ଦୁଇ କୋଣରେ ମୟୂରପର ଲାଗିଲେ ଘରକୁ ଆସୁଥିବା ବିପଦ ଟଳି ଯାଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ମଧ୍ୟ ଗୃହକୁ ଆଗମନ ହୋଇଥାଏ । ତେବେ ମୟୂରପର କେବଳ ଧନ ଲାଭ କରିବା ପାଇଁ ସୀମିତ ନୁହେଁ । ବରଂ ଘରେ ସୃଷ୍ଟି ହେଉଥିବା କ୍ଲେଶ ଓ କଳହକୁ ଦୂର କରିବା ପାଇଁ ମଧ୍ୟ ମୟୂରପର ସହାୟକ ହୋଇଥାଏ । ମୟୁର ପର ଘରେ ରଖିଲେ ଘରକୁ ସାପ ଆସିବାର ଭୟ ରହେ ନାହି ।

ଏହା ବ୍ଯତୀତ ଯଦି କୌଣସି ବ୍ୟକ୍ତି ସହ କିଛି ଦୁ-ର୍ଘ-ଟ-ଣା ଘଟିବାକୁ ଯାଉଛି ତେବେ ଘରେ ମୟୂରପର ଥିଲେ ତାହା ଦୂର ହୋଇଥାଏ । ତେବେ ଏହା ଥିଲା ମୟୂର ପରର ଉପକାରିତା ଓ ମହତ୍ଵ ର ବିବରଣୀ । ତେଣୁ ଜନ୍ମାଷ୍ଟମୀ ରେ ଆପଣ ନିଜ ଘରକୁ ମୟୁର ପର ଆଣି ଘରେ ଏହି ସବୁ ଜାଗାରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ଏହା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ମଧ୍ୟ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *