ଆଜି ଠାରୁ ଗ୍ରହଣ ସପ୍ତାହ ଆରମ୍ଭ ହେଲା,12 ଗୋଟି ରାଶି ଙ୍କ ପାଇଁ ଗ୍ରହ ମାନଙ୍କର ଗୋଚର କିପରି ରହିବ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ହେଉ ଗ୍ରହଣ ଲାଗିବାର ଆଗାମୀ 7 ଦିନ ଯାଏଁ ଗ୍ରହଣ ସପ୍ତାହ କୁହା ଯାଇଥାଏ । ଚନ୍ଦ୍ରଗ୍ରହଣ ଲାଗିବା ପ୍ରତେକ ଟି ରାଶି ପାଇଁ ମହତ୍ବପୂର୍ଣ୍ଣ ରହିଥାଏ । କେଉଁ ରାଶିଙ୍କ ପାଇଁ ଅଧିକ ଶୁଭ ତ ଆଉ କେଉଁ ରାଶିଙ୍କ ପାଇଁ ଖୁସି ନେଇକି ଆସିଥାଏ । ଏହି ଗ୍ରହଣ ଏହି ରାଶିଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ନେଇକି ଆସୁଛି, ଗ୍ରହ ମାନଙ୍କର ଗୋଚର କିଭଳି ରହିବ ତାହା ଆଲୋଚନା କରିବାକୁ ଯାଉଛୁ । ଆଜି ଠାରୁ 7 ଦିନ ଯାଏଁ ଏହି ଗ୍ରହଣ ସପ୍ତାହ ରେ କିଛି ରାଶିଙ୍କ ପାଇଁ ସ୍ଥିତି କେମିତି ରହିବ ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମେଷ ରାଶି : ଆଗାମୀ 7 ଦିନ ଯାଏଁ ଆପଣଙ୍କର ବ୍ୟବସାୟରେ କିଛି ବାଧା ସୃଷ୍ଟି ହୋଇପାରେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । କର୍ମ କ୍ଷେତ୍ରରେ ଅସୁବିଧାର ସମୁଖିନ୍ନ ହୋଇପାରନ୍ତି ।

ବୃଷ ରାଶି : ଆଗାମୀ 7 ଦିନରେ ବ୍ୟବସାୟ ପାଇଁ ପରିଶ୍ରମ କରିବାକୁ ହେବ । ପୁଞ୍ଜିର ଅଭାବ କାରଣରୁ ଯୋଜନା ବିଫଳ ହେବ । ମାନସିକ ହାନି ହୋଇପାରେ ।

ମିଥୁନ ରାଶି : ଆପଣଙ୍କର କର୍ମ କ୍ଷେତ୍ରରେ ଉନ୍ନତି ହେବ । ମାନ ସମାନ ବୃଦ୍ଧି ପାଇବ । ମହିଳା ମାନେ ସୁଖୀ ହେବେ ।

କର୍କଟ ରାଶି : କୌଣସି ଅନଭିଜ୍ଞ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁ ଆପଣଙ୍କୁ ବ୍ୟବସାୟରେ ହାନି ହୋଇପାରେ । ନୂତନ ବନ୍ଧୁ ହୋଇପାରନ୍ତି କିନ୍ତୁ ସତର୍କ ରୁହନ୍ତୁ ।

ସିଂହ ରାଶି : ସାମାଜିକ ମାନ ସମାନ ବୃଦ୍ଧି ପାଇଁ । ଅଚାନକ ଧନ ପ୍ରାପ୍ତି ହୋଇପାରେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।

କନ୍ୟା ରାଶି : ବ୍ୟବସାୟରେ ଉନ୍ନତି ହେବ । ଚାକିରି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ଦାୟିତ୍ଵ ନେଇପାରନ୍ତି । ନୂତନ ରୋଜଗାର ପନ୍ଥା ମିଳିବ । ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବେ ।

ତୁଳା ରାଶି : ଅତ୍ୟଧିକ ପରିଶ୍ରମ ବଳରେ ବ୍ୟାପାରରେ ଲାଭବାନ ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ । ଅଟକିଥିବା କାମ ସଂପୂର୍ଣ୍ଣ ହେବ ।

ବିଛ ରାଶି : କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ମନ ସମାନ ବୃଦ୍ଧି ପାଇବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ଦେଖାଯିବ । ମହିଳା ସୁଖୀ ହେବେ ।

ଧନୁ ରାଶି : ପୁରାତନ ସମସ୍ଯାର ସମାଧାନ ହେବ । ମାନସିକ ଶାନ୍ତି ବୃଦ୍ଧି ପାଇବ । ଅଚାନକ ଧନ ଲାଭ ହେବ । ବ୍ୟବସାୟରେ ସାମାନ୍ଯ ଲାଭ ହେବ ।

ମକର ରାଶି : ନୂତନ ଦ୍ରବ୍ଯ ଲାଭର ସୁଯୋଗ ଅଛି । ମହିଳା ମାନେ ଧର୍ମ ପ୍ରୟାଣ ହେବେ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

କୁମ୍ଭ ରାଶି : କର୍ମ କ୍ଷେତ୍ରରେ ମିଥ୍ୟା ଅପବାଦ ପାଇପାରନ୍ତି । ଅତ୍ୟଧିକ ପରିଶ୍ରମ କରିବେ କିନ୍ତୁ ଲାଭ କମ ହେବ । ଶରୀରକୁ ନେଇ ଚିନ୍ତାରେ ରହିବେ ।

ମୀନ ରାଶି : ପରିବାରରେ କଳହ ବୃଦ୍ଧି ପାଇପାରେ । ଆକସ୍ମିକ ଧନ ଲାଭ ହେବ । ଛାତ୍ରଛାତ୍ରୀ ସଫଳତା ଲାଭ କରିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *