ଆଜିକା ସମୟରେ ବୟସ ହେଉ ବା ନାହିଁ ଲୋକଙ୍କ ଆଁଠୁ, ଗଣ୍ଠି ବିନ୍ଧା ଆରମ୍ଭ ହେଇଯାଉଛି ଏହାର ମୁଖ୍ୟ କାରଣ ସମସ୍ତଙ୍କ ବାହାର ଖାଦ୍ଯ ଓ ପନି ପରିବା ନ ଖାଇବା ଦ୍ଵାରା ହୋଇଥାଏ, ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କ ଆଁଠୁ, ଗଣ୍ଠି ଓ ଅଣ୍ଟା ଦରଜ କମିଯିବ ଏବଂ ମୂଳରୁ ସମାପ୍ତ ହୋଇଯିବ । ଆପଣ ମାନେ ଅରକ୍ଷ ଗଛ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ତେବେ ଅରକ୍ଷ ଗଛ ଆମେ ଆଜି ଆପଣଙ୍କୁ କହିବୁ କେମିତି ଉପଯୋଗୀ ଅଟେ ତେବେ ଏହା ବିଶେଷ ଧ୍ୟାନ ରଖିବା ଉଚିତ ଯେ ଆପଣଙ୍କୁ ଅରକ୍ଷ ଖିର ଯେମିତି ଆଖି ସମ୍ପର୍କରେ ନ ଆସୁ ନଚେତ ଆପଣ ଅନ୍ଧ ହୋଇପାରନ୍ତି ।

୧. ଗୋଇଠି ବିନ୍ଧା :
ତେବେ ଗୋଇଁଠି ବିନ୍ଧା ପାଇଁ ଆପଣଙ୍କୁ ଅରକ୍ଷ ଫୁଲ ଆବଶ୍ୟକ ହୋଇଥାଏ ଗୋଟେ ପ୍ୟାନରେ ଦୁଇ କପ ପାଣି ନିଅନ୍ତୁ ଏହି ପାଣି ଫୁଟିବା ପରେ ଏଥିରେ ୧୫ଟି ଅରକ୍ଷ ଫୁଲ ପକାଇ ଏହାକୁ ଭଲ ଭାବରେ ଫୁଟେଇ ନିଅନ୍ତୁ । ଫୁଲ ଫୁଟିଲା ପରେ ଏହାକୁ ଛାଣି ବାହାର କରି ନିଅନ୍ତୁ ଏବେ ଏହି ଗରମ ପାଣିରେ ନିଜ ଗୋଇଁଠି ଧୋଇ ନିଅନ୍ତୁ ଏହା ପରେ ଫୁଲ ଗୁଡିକ ଗୋଟେ ସୂତା କପଡାରେ ନେଇ ଗୋଇଁଠି ବିନ୍ଧା ଜାଗାରେ ବାନ୍ଧି ଦିଅନ୍ତୁ ଏହା ପରେ ସକ୍ସ ପିନ୍ଧି ଦିଅନ୍ତୁ । ଗୋଟେ ରାତି ଏମିତି ରଖିଲା ପରେ ଆର ଦିନ ସକାଳେ ଆପଣଙ୍କୁ ବହୁତ ଆରାମ ଲାଗିବ ।

୨. ଆଁଠୁ ବିନ୍ଧା :
ତେବେ ଏହା ପାଇଁ ଆପଣଙ୍କୁ ଅରକ୍ଷ ପତ୍ର ନିହାତି ଆବଶ୍ୟକ ଅଟେ, ତେବେ ଗୋଟେ ଅରକ୍ଷ ପତ୍ରକୁ ତାବା ଉପରେ ଗରମ କରନ୍ତୁ ଏହା ପରେ ସେହା ଉପରେ କିଛି ସୋରିଷ ତେଲ ଦେଇ ଏହାକୁ ଗରମ କରି ନିଅନ୍ତୁ ଏହା ପରେ ଏହାକୁ ନିଜ ବିନ୍ଧାଜାଗାରେ ଲଗାଇ କପଡାରେ ବାନ୍ଧି ଦିଅନ୍ତୁ ଓ ଆରାମ କରନ୍ତୁ ଚଲା ବୁଲା କରନ୍ତୁ ନାହିଁ ଏହା ପରେ ଦେଖିବେ ଆପଣଙ୍କୁ ବହୁତ ଆରାମ ଲାଗିବ ଏବଂ ଆପଣଙ୍କ ଦରଜ ମଧ୍ୟ ଗାୟବ ହୋଇଯିବ ।

୩. ଅଣ୍ଟା ବିନ୍ଧା :
ତେବେ ଉପର ଦିଆ ଯାଇଥିବା ଉପାୟ ଆପଣ ଅଣ୍ଟା ପାଇଁ ମଧ୍ୟ କରି ପାରିବେ ଏହା ଛଡା ଆଉ ଗୋଟେ ଉପାୟ ଅଟେ ଯାହା ଦ୍ଵାରା ଆପଣ ନିଜ କଷ୍ଟ ଦୂର କରି ପାରିବେ । ଆପଣ ଅରକ୍ଷ ପତ୍ର ଖିର ବାହାର କରନ୍ତୁ ଓ ନିଜ ଅଣ୍ଟା ବିନ୍ଧା ଜାଗାରେ ଭଲ ଭାବରେ ମାଲିସ କରନ୍ତୁ ଯେମିତିକି ଏହି ଖିର ଆପଣଙ୍କ ବିନ୍ଧା ଜାଗାରେ ଅବଶୋଷିତ ହୋଇଥାଏ ତେବେ ଆପଣଙ୍କ ଦରଜ ବହୁତ କମିଯିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।