Health Tips; – ଆପଣ ମୋଟାପଣକୁ ନେଇ ଚିନ୍ତିତ ! ତେବେ ଏହି ମ୍ୟାଜିକାଲ ଡ୍ରିଂକର ସେବନ କରନ୍ତୁ, ମୋଟାପା ଗାୟବ !

ଆଜିକାଲି ମୋଟାପା ଅର୍ଥାତ ନିଜର ଓଜନ ବଢିବାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ରହିଥାନ୍ତି । ତେବେ ଏହି ମୋଟାପଣକୁ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଡାଏଟ ମଧ୍ୟ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣାଇ ଆପଣ ବହୁତ ସହଜରେ ନିଜର ମୋଟାପଣକୁ କମାଇପାରିବେ । ତେବେ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଅଧିକ କିଛି ଖର୍ଚାନ୍ତ ମଧ୍ୟ କରିବାକୁ ପଡିବ ନାହିଁ । କାରଣ ଏଥିପାଇଁ ଆପଣଙ୍କ ରୋଷେଇ ଘରର ଏକ ଜିନିଷ ହିଁ ଯଥେଷ୍ଟ ଅଟେ ।

ତେବେ ଯଦି ଆପଣ ନିଜର ଅଧିକ ଓଜନକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ରହିଥିବା ଧନିଆ ହିଁ ଦରକାର ପଡିବ । ଏହି ଧନିଆ ଆପଣଙ୍କୁ ଆପଣଙ୍କର ଓଜନକୁ କମାଇବାରେ ସାହାଜ୍ଯ କରିବ । ତେବେ ଓଜନ କମାଇବା ପାଇଁ ଆପଣଙ୍କୁ ଧନିଆ ପାଣିର ସେବନ କରିବାକୁ ପଡିବ । ତେବେ ଏହି ଧନିଆର ପାଣି କିପରି ପ୍ରସ୍ତୁତ କରିବେ ତାହା ଜାଣନ୍ତୁ ।

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଆପଣ ଏକ ଗ୍ଳାସ ପାଣିରେ ଏକ ଚାମଚ ଧନିଆ ପକାଇ ରଖିଦିଅନ୍ତୁ । ରାତି ସାରା ପାଣିରେ ଧନିଆକୁ ଭିଯାଇ ହୋଇ ରହିବା ପାଇଁ ଛାଡି ଦିଅନ୍ତୁ । ସକାଳୁ ଉଠି ଖାଲି ପେଟରେ ଆପଣଙ୍କୁ ଏହି କାମ ପ୍ରଥମେ କରିବାକୁ ପଡିବ । ଆପଣ ସକାଳୁ ଉଠିଲା ପରେ ରାତିରୁ ଭେଦାଇ ଥିବା ଧନିଆ ପାଣି ପାଣିର ସେବନ କରନ୍ତୁ । ଧନିଆକୁ ପାଣିରୁ ଛାଣି ସେହି ପାଣିର ସେବନ ଆପଣ ଖାଲି ପେଟରେ କରନ୍ତୁ ।

ତେବେ ଏହି ଧନିଆ ପାଣି ସେବନ କରିବା ଦ୍ଵାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା । ଧନିଆ ପାଣିର ସେବନ ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଫଳରେ ବ୍ୟକ୍ତି ବାରମ୍ବାର ରୋଗରେ ବେମାରୀରେ ପଡିନଥାନ୍ତି । ଏହି ଧନିଆ ପାଣିରେ ରହିଥିବା ଆଣ୍ଟି ଅକ୍ଷିଡେଣ୍ଟ ଶରୀରରେ ଖରାପ କୋଷ ହେବାକୁ ଦେଇନଥାଏ । ଏହି ପାଣିର ସେବନ ଦ୍ଵାରା ହଜମ ପ୍ରକ୍ରିୟା ବହୁତ ଭଲ ଭାବେ ହୋଇଥାଏ ।

ତେବେ ଧନିଆ ପାଣି ସେବନ କରିବାର ସବୁଠାରୁ ବଡ ଫାଇଦା ହେଉଛି । ଏହାର ସେବନ ମାତ୍ରେ ଶରୀରରେ ଥିବା ଟକ୍ଷିକ ପଦାର୍ଥ ଶରୀରରୁ ବାହାରିଯାଇଥାଏ । ଧନିଆ ପାଣିର ସେବନ ଆପଣଙ୍କ ପପାକସ୍ଥଳୀକୁ ହେଲଦି ରଖିବାରେ ବହୁତ ହେଲ୍ପ କରିଥାଏ ।

ତେଣୁ ଆପଣ ଯଦି ନିଜର ଓଜନକୁ ହ୍ରାସ କରିବାକୁ ଚାହୁଁଥାନ୍ତି । ତେବେ ଆପଣ ମଧ୍ୟ ସକାଳୁ ଖାଲି ପେଟରେ ଏହି ଧନିଆ ପାଣିର ସେବନ କରନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ନିହାତି ଭାବେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *