ଆପଣଙ୍କ ବିବାହ ରେଖା କଣ କହିଥାଏ, ଆସନ୍ତୁ ଜାଣିବା

ଆମ ହାତ ରେଖାଙ୍କ ମଧ୍ୟରେ ଗୋଟେ ବିବାହ ରେଖା ହୋଇଥାଏ, ଯାହା ଆମ ବିବାହ ସମ୍ବନ୍ଧିତ ସବୁ କଥା କହିଥାଏ, ଏହି ରେଖା ଆପଣଙ୍କୁ ଆପଣଙ୍କ ବିବାହ ଓ ବିବାହ ପର ଜୀବନ କେମିତି ରହିବ ଏହା ବିଷୟରେ କହିଥାଏ । ଏମିତି ବହୁତ ଲୋକ ହୋଇଥାନ୍ତି ଯିଏ ନିଜ ବୈବାହିକ ଜୀବନ ବିଷୟରେ ଜାଣିବା ପାଇଁ ଇଛା କରିଥାନ୍ତି । ଆପଣ ନିଜ ହାତ ପାପୁଲିରେ ଥିବା ରେଖା ଦ୍ଵାରା ନିଜ ବୈବାହିକ ଜୀବନ ଅଧ୍ୟୟନ କରି ପାରିବେ ।

Image Courtesy: Google

ବିବାହ ରେଖା କେଉଁଠି ହୋଇଥାଏ :

ବିବାହ ରେଖା ହାତ ପାପୁଲିରେ ବୁଧ ପର୍ବତ ବାହାରେ ଆସୁଥିବା ରେଖା ହୋଇଥାଏ, ଏହା କନିଷ୍ଠୀକା ଆଙ୍ଗୁଳି ତଳେ, ହୃଦୟ ରେଖା ଉପରେ ହୋଇଥାଏ । କନିଷ୍ଠୀକା ଆଙ୍ଗୁଳି ତଳ ଭାଗ ବୁଧ ପର୍ବତ ହୋଇଥାଏ, ତେବେ ବିବାହ ରେଖା ସଂଖ୍ୟା ଗୋଟେରୁ ଅଧିକ ମଧ୍ୟ ହୋଇପାରେ ଏହାକୁ ମେରେଜ ଲାଇନ କୁହାଯାଏ ।

କେମିତି ହୋଇଥାଏ ପାପୁଲି ବୈବାହିକ ରେଖା :

ହସ୍ତରେଖା ଶାସ୍ତ୍ର ଅନୁଯାଇ ଯେଉଁ ରେଖା ଆପଣଙ୍କ ହାତରେ ପୂର୍ଣ ରୂପରେ ସ୍ପଷ୍ଟ, ବାରିକ,ଗଭୀର ଏବଂ ସୁନ୍ଦର ହବା ଭଲ ଅନୁମାନ କରା ଯାଇଥାଏ । ଯଦି ଆପଣଙ୍କ ବିବାହ ରେଖା ସ୍ପଷ୍ଟ ଭାବରେ ଦେଖା ଯାଉ ନାହିଁ ବା କଟି କଟି ଅଛି ତେବେ ଏହାକୁ ଭଲ ସଂଯୋଗ କୁହା ଯାଏ ନାହିଁ ଏମିତି ଲୋକଙ୍କ ବୈବାହିକ ଜୀବନରେ ସମସ୍ଯା ଆସି ପାରେ ।

Image Courtesy: Google

ବିବାହ ରେଖା ଦ୍ଵାରା ଜାଣନ୍ତୁ ଆପଣଙ୍କ ବିବାହ କେବେ ହବ :

ଆପଣଙ୍କ ପାପୁଲିରେ ବିବାହ ରେଖା ଗୋଟେ ବା ଗୋଟେରୁ ଅଧିକ ହୋଇପାରେ, ଯଦି ଆପଣଙ୍କ ବିବାହ ରେଖା ହୃଦୟ ରେଖା ବହୁତ ପାଖରେ ଅଛି ତେବେ ଆପଣଙ୍କୁ ୨୦ ବର୍ଷ ପୂର୍ବରୁ ବିବାହ ଯୋଗ ଅଛି ବୋଲି ସଂକେତ ଦେଇଥାଏ । ଯଦି ଏହି ରେଖା କନିଷ୍ଠ ଆଙ୍ଗୁଳି ଓ ହୃଦୟ ରେଖା ମଧ୍ୟରେ ଅଟେ ତେବେ ଆପଣଙ୍କ ବିବାହ ୨୨ ବର୍ଷ ବୟସରେ ହବାର ସଂକେତ ଅଟେ ।

Image Courtesy: Google

ବିବାହ ରେଖା ଦ୍ଵାରା ଜାଣନ୍ତୁ ଆପଣଙ୍କ ଜୀବନସାଥୀ କେମିତି ହୋଇବେ :

ଯଦି କାହା ପାପୁଲିରେ ବିବାହ ରେଖା ସୂର୍ୟ ପର୍ବତ ଆଡକୁ ଯିବାର ଦେଖା ଯାଉଛି ବା ପହଞ୍ଚି ଯାଇଛି ତେବେ ଏହାର ଅର୍ଥ ଆପଣଙ୍କୁ ଗୋଟେ ସୁଖୀ ସମୃଦ୍ଧି ଓ ସମ୍ପନ ଜୀବନସାଥୀ ପ୍ରାପ୍ତ ହୋଇବେ । ଯେଉଁ ମହିଳା ଓ ଝିଅଙ୍କ ହାତରେ ବିବାହ ରେଖା ପ୍ରାରମ୍ଭରେ କୌଣସି ଦ୍ଵିପ ଚିହ୍ନ ଦେଖା ଯାଇଥାଏ ତେବେ ତାଙ୍କୁ ବିବାହରେ ଧୋକା ମିଳିବାର ସମ୍ଭାବନା ଅଟେ ।

Leave a Reply

Your email address will not be published. Required fields are marked *