ସାଥ ନିଭାନା ସାଥୀୟା ସିରିଏଲରେ ଗୋପୀ ବହୁ ଅଭିନୟ କରୁଥିବା ଏହି ପ୍ରସିଦ୍ଧ ଅଭିନେତ୍ରୀ ଜୀୟା ମାନକ ଏବେ କେଉଁଠି

ଟିଭି ସିରିଏଲ ଦୁନିଆରେ ବହୁତ କଳାକାର ଆସନ୍ତି ଓ କାମ କରି ନିଜ ନିଜ ସଫଳତା ଆନନ୍ଦ ନିଅନ୍ତି କିନ୍ତୁ କିଛି କଳାକାର ଏମିତି ମଧ୍ୟ ହୋଇଥାନ୍ତି ଯିଏ ଟିଭି ଦୁନିଆରେ ଆସିଲା ପରେ ମଧ୍ୟ ପ୍ରସିଦ୍ଧ ହେଲା ପରେ ଗାୟବ ହୋଇଯାନ୍ତି । ତେବେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଚାନ୍ସ ପାନ୍ତି ନାହିଁ କିନ୍ତୁ କିଛି କଳାକାର ଚାନ୍ସ ପାଇଲେ ମଧ୍ୟ ଛାଡି ଦିଅନ୍ତି, ତେବେ ଆଜି ଆମେ ଆପଣଙ୍କୁ ଜୀୟା ମାନକ ବିଷୟରେ କହିବାକୁ ଯାଉଛୁ ଯିଏ ସାଥ ନିଭାନା ସାଥିଆରେ ଗୋପୀ ବହୁ ନାରେ ପ୍ରସିଦ୍ଧ ହୋଇଥିଲେ କିନ୍ତୁ ସେ ସିରିଏଲ ଅଧାରେ ଛାଡି ଯାଇଥିଲେ ।

Image Courtesy: Google

ଜୀୟା ମାନକ ଜନ୍ମ ୧୮ ଫେବୃୟାରୀ ୧୯୮୬ ରେ ଗୁଜରାତରେ ହୋଇଥିଲା । ଜୀୟା ତାଙ୍କ ସ୍କୁଲିଙ୍ଗ ଏହମଦାବାଦ ଇଣ୍ଟରନେସନଲ ସ୍କୁଲରେ କରିଥିଲେ, ଏହା ପରେ ଜୀୟା ଗ୍ରାଜୁଏସନ ସରଦାର ପଟେଲ ୟୁନିଭରସିଟିରୁ କଲେ । ତେବେ ଛୋଟ ବେଳୁ ଜୀୟା ଙ୍କୁ ଅଭିନୟ କରିବାର ବହୁତ ଇଛା ଥିଲା ତେବେ ନିଜ ସ୍କୁଲ ଏବଂ ଗ୍ରାଜୁଏସନ ସମୟରେ ମଧ୍ୟ ଜୀୟା ପ୍ରତିଯୋଗୀତାରେ ଭାଗ ନାଉଥିଲେ ଓ ପ୍ରାଇଜ ମଧ୍ୟ ପ୍ରାପ୍ତ କରୁଥିଲେ ।

Image Courtesy: Google

ପାଠ ସମାପ୍ତ ହେଲା ପରେ ଜୀୟା ମୁମ୍ବାଇ ଆସିଲେ ଓ ବହୁତ ସିରିଏଲ ଓ ଫିଲ୍ମ ପାଇଁ ଅଡିସନ ଦେଲେ ଯାହା ପରେ ତାଙ୍କୁ ୨୦୧୦ରେ ଗୋଟେ ଫିଲ୍ମରେ ଅଭିନୟ ପାଇଁ ଡକା ଗଲା ଯାହା ନାମ ଥିଲା “ନା ଘର କେ ନା ଘାଟ କେ” ଏହି ଫିଲ୍ମରେ ଜୀୟା ଙ୍କୁ ପରେଶ ରାବଲ ଭଳି ଦିଗଜ୍ଜ ଅଭିନେତାଙ୍କ ସହ କାମ କରିବା ପାଇଁ ସୁଯୋଗ ପ୍ରାପ୍ତ ହେଲା ଏହି ଫିଲ୍ମରେ ଜୀୟା ବହୁତ କମେଡି କଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଲା ଯାହା ପରେ ଜୀୟା ଙ୍କୁ ଟିଭି ସିରିଏଲ ସାଥ ନିଭାନା ସାଥିଆରେ ଅଭିନୟ ପାଇଁ ଡକା ଗଲା ଓ ମୁଖ୍ୟ ଅଭିନେତ୍ରୀଙ୍କ ପଦ ଦିଆଗଲା ।

Image Courtesy: Google

ସବୁ ଭଲ ଚାଲୁଥିଲା କିନ୍ତୁ ଝଲକ ଦିଖଲାଜା ସିରିଏଲରେ ଜୀୟା ଙ୍କ ଏଣ୍ଟ୍ରି ପାଇଁ ସାଥ ନିଭାନା ସାଥୀୟା ସିରିଏଲ ଡାଇରେକ୍ଟର ଓ ପ୍ରଡ୍ୟୁସର ସହ ଜୀୟା ଙ୍କ କିଛି ବାଦ ବିବାଦ ହୋଇଗଲା ଯାହା ପରେ ଜୀୟା ସାଥ ନିଭାନା ସାଥୀଆ ସିରିଏଲରେ ଆଉ କାମ କଲେ ନାହିଁ ଓ ଝଲକ ସିରିଏଲ ପରେ ଜିନି ଯୁଯୁ ଓ ଅନ୍ୟ ସିରିଏଲରେ କାମ କଲେ ।

ଏହା ପରେ ଜୀୟା ଯେମିତି ଗାୟବ ହୋଇଗଲେ କିଛି ବର୍ଷ ଜୀୟା ଲାଇମ ଲାଇଟ ଠାରୁ ଦୂରେଇ ରହିଲେ ଓ ଗତ କିଛି ବର୍ଷ ହେଇଛି ସେ ଟିଭି ଦୁନିଆକୁ ଫେରି ଆସିଛନ୍ତି ସେ ବର୍ତ୍ତମାନ ଜିଟିଭି ଲୋକ ପ୍ରିୟ ଶୋ ମୋହିନୀରେ ଗୋପୀ ଅଭିନୟ କରୁଛନ୍ତି ଓ ବର୍ତମାନ ସେ ଆଗରୁ ଆହୁରି ସୁନ୍ଦର ହୋଇଯାଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *