ଆପଣଙ୍କ ଖାତାରେ ଗ୍ୟାସ ସବସିଡି ଆସୁଥିଲେ, ଏହି ଖବର ନିଶ୍ଚୟ ପଢନ୍ତୁ

ବିଗତ ୬ ମାସ ମଧ୍ୟରେ ସବସିଡି ଯୁକ୍ତ ଗ୍ଯାସ (ଏଲପିଜି)ର ଦର ୩୫.୫୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ବୋଲି ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବକ୍ତବ୍ୟ ଦେଇଛନ୍ତି । ସରକାରଙ୍କ ନୀତି ଅନୁସାରେ ସମଗ୍ର ଦେଶରେ ଏଲପିଜି କେବଳ ବଜାର ମୁଲ୍ୟରେ ଊପଲବ୍ଧ ହେଉଛି । କିନ୍ତୁ ସମସ୍ତ ଘରୋଇ ଲୋକ ଏକ ବର୍ଷରେ ୧୪.୨ ଲିଟର ଧାରଣ କ୍ଷମତା ବିଶିଷ୍ଟ ୧୨ଟି ଟାଙ୍କି କିଣି ପାରିବେ । ସରକାର ସବସିଡି ଟଙ୍କାକୁ ସିଧାସଳଖ ଭାବେ ସେହି ଲୋକଙ୍କ ଖାତାକୁ ପଠାଇ ଦେଉଛନ୍ତି ଯେଉଁ ଏଲପିଜି ଗ୍ରାହକ ବଜାର ମୂଲ୍ଯରେ କିଣିଥାନ୍ତେ ।

ଅକ୍ଟୋବର ଠାରୁ ସବସିଡି ଯୁକ୍ତ ଏଲପିଜିର ମୂଲ୍ୟ ୩୫.୫୫ ଟଙ୍କା ହୋଇ ଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧର୍ମେନ୍ଦ୍ର ମନ୍ତବ୍ୟ ଦେଇଛନ୍ତି ଯେ ଦିଲ୍ଲୀରେ ୧ ଅକ୍ଟୋବର ୨୦୧୯ ସୁଧା ଘରୋଇ ସବସିଡି ଯୁକ୍ତ ଗ୍ଯାସର ମୂଲ୍ୟ ୫୩୮.୯୫ ଟଙ୍କା ଥିବା ବେଳେ ଚଳିତ ମାସ ଠାରୁ ଏହାର ମୂଲ୍ୟ ୫୭୪.୫୦ ଟଙ୍କା ହୋଇ ଯାଇଛି ।

ସେ ମୂଲ୍ୟ ବୃଦ୍ଧିର କୌଣସି କାରଣ କହି ନଥିଲେ । କିନ୍ତୁ ବିନା ସବସିଡି ଯୁକ୍ତ ଅଥବା ବଜାର ମୂଲ୍ୟରେ ଆଧାରିତ ଏଲପିଜିର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ଦାରାକୁ ଆଧାର କରି ଏହାର ମୂଲ୍ୟ ମାସକୁ ମାସ ଭିନ୍ନ ହୋଇଥାଏ, ସବସିଡି ଯୁକ୍ତ ଏଲପିଜିର ଦର ପ୍ରତି ମାସରେ ୪ଟଙ୍କା ପ୍ରତି ଟାଙ୍କି ବୃଦ୍ଧି କରାଯାଇଛି । କିନ୍ତୁ ଏହି ଦର ତେଲ ବଜାର କମ୍ପାନୀ ଦ୍ଵାରା ପ୍ରକାଶିତ ହୋଇ ନାହିଁ ।

ଏକ ପ୍ରଶ୍ନ,” ରାଜ୍ୟର ସ୍ବୀକୃତି ପ୍ରାପ୍ତ ତେଲ ବିତରଣ କରୁଥିବା ସଂସ୍ଥା ସବସିଡି ଯୁକ୍ତ ଗ୍ଯାସର ଦର ପ୍ରକାଶିତ କରିବା ବନ୍ଦ କରିଦେଇଛନ୍ତି କି ?”ର ଉତ୍ତର ଦେବାକୁ ଯାଇ ତୈଳ ମନ୍ତ୍ରୀ କହିଛନ୍ତି ଯେ ସବସିଡି ନଥିବା ଘରୋଇ ଏଲପିଜିର ମୂଲ୍ୟ ତୈଳ କମ୍ପାନୀର ୱେବ ସାଇଟରେ ଉପଲବ୍ଧ ଅଛି । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସବସିଡି ବିହୀନ ଘରୋଇ ଟାଙ୍କିର ମୂଲ୍ୟ ୮୦୫.୫୦ ଟଙ୍କା ରହିଛି ବୋଲି କହିଛନ୍ତି । ସେ ପୁଣି ମନ୍ତବ୍ୟ ଦେଇଛନ୍ତି ଯେ ଘରୋଇ ଉପଭୋକ୍ତାଙ୍କୁ ୨୩୧ ଟଙ୍କା ପ୍ରତି ଟାଙ୍କି ହିସାବରେ ୨୩୧ ଟଙ୍କାର ସବସିଡି ମିଳୁଛି ।

ଦେଶରେ ପେଟ୍ରୋଲିଅମ ଉତ୍ପାଦନର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାର ସମ୍ଭଧିତ ଉତ୍ପାଦନର ଦର ଉପରେ ନିର୍ଭର କରିଥାଏ । ସେ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ ସବସିଡି ଯୁକ୍ତ ଘରୋଇ ଗ୍ୟାସର ସବସିଡି ଅନ୍ତଃରାଷ୍ଟ୍ରୀୟ ବଜାରରେ ଉତ୍ପାଦନର ଦର ବୃଦ୍ଧି ଓ ଦର ହ୍ରାସ ସହିତ ସରକାରଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରିଥାଏ ।

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ  ସର୍ବଜାନିକ କ୍ଷେତ୍ରର ତୈଳ ବିତରଣ ସଂସ୍ଥା (ଓଏମସି)କୁ ୧ ଜୁଲାଇ ୨୦୧୬ ଠାରୁ ସବସିଡି ଯୁକ୍ତ ଘରୋଇ ଏଲପିଜି ଟାଙ୍କିର ମୂଲ୍ୟରେ ୨ ଟଙ୍କା ପ୍ରତି ଟାଙ୍କି ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି । ତେଲ କମ୍ପାନୀ ସେହି ସମୟରେ ୧୦ ମଉକା ଉପରେ ଏଲପିଜି ଦର ବୃଦ୍ଧି କରିଛନ୍ତି । ଦେଶରେ ୨୬ କୋଟିରୁ ଅଧିକ ସବସିଡି ଯୁକ୍ତ ଗ୍ରାହକ ଅଛନ୍ତି । ଏଥିମଧ୍ୟରୁ ୮ କୋଟି ଗରିବ ମହିଳା ଅଛନ୍ତି, ଯେଉଁ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ଅନ୍ତର୍ଭୁକ୍ତ ମାଗଣା ସେବା ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *