କେମିତି ହୋଇଥିଲା ରାଧାଙ୍କ ମୃତ୍ୟୁ? କାହିଁକି ଶ୍ରୀ କୃଷ୍ଣ ଭାଙ୍ଗିଥିଲେ ବାଂସୁରୀ

ଜଗତରେ ପ୍ରେମ ଶବ୍ଦ ଶୁଣିଲେ ମନରେ ପ୍ରଥମ ଛବି ରାଧା କୃଷ୍ଣଙ୍କର ଦେଖା ଦେଇଥାଏ ଏହା ଏମିତି ଗୋଟେ ଯୋଡି ଯାହା ସଂସାରକୁ ପ୍ରେମ ଅର୍ଥ ବୁଝାଇଥିଲେ, ସେ ଦୁହେଁ କେବେ ଏକାଠି ହୋଇ ପାରିଲେ ନାହିଁ କିନ୍ତୁ ଭଗବାନ ଶ୍ରୀ କୃଷ୍ଣ ସମସ୍ତଙ୍କୁ ଏହା ଶିଖେଇଲେ ଯେ ପ୍ରେମ ତ୍ୟାଗ କରିଥାଏ କେବେ ଛଡେଇବା ଜାଣେ ନାହିଁ । ସେ ଦୁହିଙ୍କ ପ୍ରେମ ଏମିତି ଥିଲା ଯାହା ଦୁହେଁ ଦୁହିଙ୍କୁ ନ ପାଇ ମଧ୍ୟ ପାଇ ଯାଇଥିଲେ । ଶ୍ରୀ କୃଷ୍ଣ ଓ ରାଧାଙ୍କ ମଧ୍ୟରେ ଗୋଟେ ଜିନିଷ ଥିଲା ଯାହା ଦୁହିଙ୍କୁ ଜୀବନ ସାରା ବାନ୍ଧି ରଖିଲା ତାହା ହେଉଛି ବାଂସୁରୀ ।

Image Courtesy: Google

ଭଗବାନ ଶ୍ରୀ କୃଷ୍ଣଙ୍କୁ ନିଜ ଜୀବନରେ ଦୁଇଟି ଜିନିଷ ବହୁତ ପ୍ରିୟ ଥିଲେ ତାହା ହେଉଛନ୍ତି ରାଧା ଦେବୀ ଓ ବାଂସୁରୀ କାହିଁକିନା ବାଂସୁରୀ ସେ ଦୁହିଙ୍କୁ ଗୋଟେ କରୁଥିଲା । ରାଧା ଓ ଶ୍ରୀ କୃଷ୍ଣଙ୍କ ମିଲନ ବୃନ୍ଦାବନରେ ହୋଇଥିଲା ଯେବେ ଶ୍ରୀ କୃଷ୍ଣ ୮ ବର୍ଷ ର ହୋଇଥିଲେ ସେତେବେଳେ ତାଙ୍କୁ ରାଧା ରାଣୀ ସହ ପ୍ରେମ ହୋଇଥିଲା ଓ ଦୁହେଁ ପ୍ରେମ ରସରେ ଲୁପ୍ତ ହୋଇଥିଲେ ସମୟ ବ୍ଯତୀତ ହେଲା ଓ ଶ୍ରୀ କୃଷ୍ଣ ବଡ ହୋଇଗଲେ ଯାହା ପରେ ତାଙ୍କ ଦେବିକ କାର୍ଯ୍ୟ ଥିଲା କଂସ ଓ ତା ରାକ୍ଷାଶ ସେନା ସଂଘାର କରିବା ଯାହା ପାଇଁ ତାଙ୍କୁ ମଥୁରା ନଗରି ଯିବାକୁ ଥିଲା ଏହି ସମୟ ରାଧା ଓ ଶ୍ରୀ କୃଷ୍ଣଙ୍କ ଅନ୍ତିମ ମିଳନ ଥିଲା ରାଧା ରାଣୀ ଶ୍ରୀ କୃଷ୍ଣଙ୍କୁ ଯିବା ପାଇଁ ଚାହୁଁ ନଥିଲେ କିନ୍ତୁ କିନ୍ତୁ ସେ ତାଙ୍କ ମନ ଭାବନା ସବୁ ବହୁତ ଭଲ ଭାବରେ ବୁଝୁଥିଲେ ଓ ତାଙ୍କୁ ଯିବାକୁ ଦେଲେ ଏହା ପରେ ଶ୍ରୀ କୃଷ୍ଣ ତାଙ୍କୁ ବଚନ ଦେଇଥିଲେ ଯେ ସେ ଫେରି ଆସିବେ କିନ୍ତୁ କର୍ବ୍ୟ ପାଇଁ ଶ୍ରୀ କୃଷ୍ଣ କେବେ ଫେରି ପାଇଲେ ନାହିଁ ।

Image Courtesy: Google

ଏହା ପରେ ଶ୍ରୀ କୃଷ୍ଣ ରୁକ୍ମିଣୀକୁ ବିବାହ କଲେ ଓ ସତ୍ୟଭାମାକୁ ମଧ୍ୟ, କିନ୍ତୁ ଚାହିଁକି ମଧ୍ୟ ରାଧା ସହ ବିବାହ କରି ପାରିଲେ ନାହିଁ । ତେବେ ରାଦ୍ଧାଙ୍କ ବିବାହ ମଧ୍ୟ ଗୋଟେ ଗଉଡ ସହ ହୋଇଥିଲା ଯାହା ପରେ ରାଧା ନିଜ ସ୍ତ୍ରୀ ଓ ବହୁ ଦାଇତ୍ଵ ବହୁତ ଭାବିଚିନ୍ତି ପୂର୍ଣ କରିଥିଲେ କିନ୍ତୁ କୁହା ଯାଏ ଯେ ରାଧା କେବେ ଶ୍ରୀ କୃଷ୍ଣଙ୍କୁ ଭୁଲି ପାରିଲେ ନାହିଁ ଓ ନିଜ ସ୍ଵାମୀକୁ ସେହି ଜାଗା ଦେଇ ପାରିଲେ ନାହିଁ । ଜୀବନ ସାରା ରାଧା ଶ୍ରୀ କୃଷ୍ଣଙ୍କୁ ଝୁରିଲେ କିନ୍ତୁ ଯେବେ ତାଙ୍କ ଅନ୍ତିମ ସମୟ ଆସିଲା ଓ ସେ ପୁରା ଏକୁଟିଆ ହୋଇଗଲେ ତେବେ ଶ୍ରୀ କୃଷ୍ଣ ତାଙ୍କ ସମୁଖ ପ୍ରକଟ ହୋଇଥିଲେ ଓ ରାଦ୍ଧାଙ୍କୁ ଅନ୍ତିମ

Image Courtesy: Google

ସମୟରେ କିଛି ମାଗିବା ପାଇଁ କହିଥିଲେ ଯାହା ପରେ ରାଧା ମନା କରିଥିଲେ କିନ୍ତୁ ଶ୍ରୀ କୃଷ୍ଣଙ୍କ ବହୁତ କହିବା ପରେ ସେ ବାଂସୁରୀ ବଜେଇବା ପାଇଁ କହିଥିଲେ ଯାହା ପରେ ଶ୍ରୀ କୃଷ୍ଣ ବାଂସୁରୀ ଲଗାତାର ଦିନ ରାତି ବଜେଇ ଚାଲିଲେ ଓ ରାଦ୍ଧାଙ୍କ ମୃତ୍ୟୁ ପରେ ଭଗବାନଙ୍କୁ ବହୁତ ଦୁଃଖ ହେଲା ଓ ସେ ବାଂସୁରୀ ଭାଙ୍ଗି ଘାସରେ ଫୋପାଡି ଦେଲେ ଯାହା ପରେ ଶ୍ରୀ କୃଷ୍ଣ କେବେ କୌଣସି ବାଦ୍ୟ ଜନ୍ତ୍ର ବଜାଇଲେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *