ତେବେ ଏକାଦଶୀ ବ୍ରତ ଆଜି ଅଟେ, କିନ୍ତୁ ଆଜି ତିଥି ଉପରେ ଧ୍ୟାନ ନଦେଲେ ବ୍ରତ ଭାଙ୍ଗି ପାରେ । କଣ ଆପଣଙ୍କୁ ଏହା ଅନୁଭବ ହୋଇଛି ଯେ ଆପଣଙ୍କ ସମ୍ପର୍କୀୟ ଯିଏ ବହୁତ ଆଗରୁ ମରିଯାଇଛନ୍ତି କିନ୍ତୁ ଆପଣଙ୍କୁ ଆଭାସ କରାଇଥାନ୍ତି କି ସେ ଆପଣଙ୍କଠୁ କିଛି ଚାହାନ୍ତି ? କଣ ଏହା କେବେ ଆପଣଙ୍କ ସହ ହୋଇଛି ଯେ ଆପଣ ନିଜ ଘରେ ସବୁ ବେଳେ କଳି ଝଗଡା ଲାଗିରହେ ? ବା ବହୁତ ଥର ଏମିତି ହୋଇଥାଏ ଯେ ସବୁ କାମ ଠିକ ଠାକ ଚାଲୁଥାଏ ଓ ହଟାତ ଅନ୍ତିମ ସମୟରେ ସବୁ ଖରାପ ହୋଇଯାଏ ।

ଯଦି ଆପଣଙ୍କ ଘରେ ସବୁବେଳେ ଆର୍ଥିକ ସମସ୍ୟା ରହୁଛି ବା ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ରହୁଛି, ତେବେ ଆପଣଙ୍କୁ ଆଜି ଆମେ କଳିଯୁଗର ସବୁଠାରୁ ବଡ ଦୁର୍ଭାଗ୍ୟ ଦୂର କରିବା ବିଷୟରେ ଏବଂ ଧାର୍ମିକ ଉପାୟ କହିବାକୁ ଯାଉଛୁ ଯାହା ଆପଣ ନିଜେ ଏହି ଏକାଦଶୀ ବ୍ରତ କରିବା ଦ୍ଵାରା ପ୍ରାପ୍ତ କରିଥାନ୍ତି ।

ପାଣ୍ଡବ ଯେତେବେଳେ ମହାଭାରତ ଯୁଧରେ ନିଜ ଲୋକଙ୍କ ବିରୂଧରେ ଲଢେଇ କରୁଥିଲେ ସେତେବେଳେ ତାଙ୍କ ମନ ଅଶାନ୍ତ ଥିଲା ସେତେବେଳେ ଭଗବାନ ବିଷ୍ଣୁ ଯୁଧିଷ୍ଠିରକୁ ଏକାଦଶୀ ବ୍ରତ ବିଷୟରେ କହିଲେ, ଏହି ବ୍ରତ ଦ୍ଵାରା ପୂର୍ବଜ ପୁରୁଷ ଆତ୍ମା ଶାନ୍ତି ମିଳିଥାଏ, ଏହି ବ୍ରତ ଦ୍ଵାରା ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାହାଯ୍ୟ ପ୍ରାପ୍ତ ହବ, ଆତ୍ମବିଶ୍ଵାସ ବଢିବାକୁ ଲାଗିବ । ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ। ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।

କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ଏକାଦଶୀ ବ୍ରତ ୧୭ ମଇ ରାତି ୧୨:୪୪ ରେ ଆରମ୍ଭ ହୋଇଯାଇଛି ଯାହା ୧୮ ମଇ ୨୦୨୦ ଦ୍ଵିପ୍ରହର ୧୫:୦୮ ପର୍ଯ୍ୟନ୍ତ ରହିବ ସେଥିପାଇଁ ଆଜି ଠାରୁ ଚାଉଳ ଅନ୍ନ, ରସୁଣ ପିଆଜ ଏହି ସବୁ ଜିନିଷ ଖାଇବା ବନ୍ଦ କରନ୍ତୁ, ଯଦି ଆଜି ଆପଣ ଏହା ଖାଇଲେ ତେବେ ଆପଣଙ୍କୁ ବ୍ରତ ଫଳ ପ୍ରାପ୍ତି ହୋଇ ନଥାଏ, ବ୍ରତ କଲା ବେଳେ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ, ନାରାୟଣ ଧ୍ୟାନ କରିବା ଉଚିତ, ସାତ୍ଵିକ ପୂଜା କରିବା ସହ ଏହି ମନ୍ତ୍ର ଜପ କରିବା ଉଚିତ ଏହା ସହ ବ୍ରତର ଅନ୍ୟ ନିୟମ ଗୁଡିକ ମଧ୍ୟ ପାଳନ କରିବା ଉଚିତ ।
ଓଁ ନମୋ ନାରାୟଣାୟ ॥
ଓଁ ନମୋ ଭଗବତେ ବାସୁଦେବାୟ ॥