Arcchita ହେଲେ Advocate, ନିଜର ଏହି ରୂପକୁ ନେଇ କଣ କହୁଛନ୍ତି Arcchita, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ,ବର୍ତ୍ତମାନ ସମୟରେ ତରଙ୍ଗ ଚ୍ୟାନେଲର ୪୭ତମ ସିନେମା ଆସିବାକୁ ଯାଉଛି ଯାହାର ନାଁ ରହିଛି “ମହିଷାସୁର” ଯାହାର ଶୁଟିଙ୍ଗ ଏବେ ଆରମ୍ଭ ହୋଇଛି । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯିଏ କି ସବାନା ବେଗମ ଚରିତ୍ରରେ ଅଛନ୍ତି । ଫିଲ୍ମ “ଆଲୋ ମୋର କଣ୍ଢେଇ” ପରେ ଅର୍ଚ୍ଚିତା ପୁଣି ଠାରେ ଆଡଭୋକେଟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ଫିଲ୍ମ “ମହିଷାସୁର” ରେ । ଏହି ଫିଲ୍ମରେ ସେ ମୁସଲିମଙ୍କ ପରି ପ୍ରାଟିଶ କରୁଛନ୍ତି କେମିତି ସେ ନ୍ୟାୟ ଦେଇପାରୁଛନ୍ତି ଲୋକଙ୍କୁ ।

ଏଥର ଦୁର୍ଗାପୂଜାରେ ଆସୁଛି ଫିଲ୍ମ “ମହିଷାସୁର” । ଏ ଫିଲ୍ମକୁ ନେଇ ଅର୍ଚ୍ଚିତା କହିଛନ୍ତି- ” ସମାଜରେ “ମହିଷାସୁର” ଅଛି ମାନେ ତାର ବଦ୍ଧ ପାଇଁ କେହି ନା କେହି ଅଛି ସେମିତି ଗୋଟେ ଚରିତ୍ର ଆଉ ଷ୍ଟୋରି ରହିଛି ଏହି ଫିଲମରେ ଯାହା ଆମ ଆଖପାଖରେ ଘଟିଥାଏ । ସାଧାରଣତ ଧର୍ମକୁ ନେଇ ଲୋକଙ୍କ ମନରେ ଅନେକ ଧାରଣା ରହିଥାଏ ତେଣୁ ବୁର୍ଖା ପିନ୍ଧା ଝିଅ ଏମିତି ହୋଇଥିବେ କିମ୍ବା ସବୁ ଦାଢି ଥିବା ବ୍ୟକ୍ତି ଏମିତି ପୁରୁଷ ହୋଇଥିବ ଏଭଳି ଚରିତ୍ରକୁ ନେଇ ଫିଲ୍ମ ତିଆରି ହୋଇଛି” । ଏହି ଫିଲ୍ମରେ ଧର୍ମ ଓ ସତ୍ୟକୁ ନେଇ କାହାଣୀ ରହିଛି ।

ଏହି ଫିଲମରେ ଅର୍ଚ୍ଚିତା କେସ ପାଇଁ ଫାଇଟ କରୁଛନ୍ତି ଜଣେ ଆଡଭୋକେଟ ହିସାବରେ ସେଥିପାଇଁ ତାଙ୍କ କଥାବାର୍ତ୍ତା ଆଉ ଏକପ୍ରେସନ ବହୁତ ଷ୍ଟ୍ରଙ୍ଗ କରିବାକୁ ଚେଷ୍ଟା କରିଛନ୍ତି । ନିଜ କେସ ରେ ଷ୍ଟ୍ରଙ୍ଗ ପଏଣ୍ଟ ରଖିବାକୁ ଚେଷ୍ଟା କରୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । କିଭଳି କେସ କୁ ଜିତିବେ ଆଉ ନିଜ ପାଇଁ ନ୍ୟାୟ ପାଇ ପାରିବେ । ଆଗକୁ ଅର୍ଚ୍ଚିତା କହୁଛନ୍ତି ଦୁର୍ଗାପୂଜା ଆସୁଛି ବୋଲି ଏଭଳି ନୂଆ ଧରଣର ଆଉ ନିଆରା ଢଙ୍ଗର ଫିଲ୍ମ କରୁଛନ୍ତି କିଛି ପରିବର୍ତ୍ତନ ଆସିଛି ଏହି ଫିଲ୍ମ ରେ ଯାହା ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ।

ସେ ଆଶା କରୁଛନ୍ତି ଦର୍ଶକ ମାନେ ବଡ ପରଦା ହେଉ ବା ଛୋଟ ପରଦା ହେଉ ସେମିତି ଭଲ ପାଇବା ଦେବେ ଯେମିତି ଆଗରୁ ଦେଉଥିଲେ । ଏହି ଫିଲ୍ମରେ ଯିଏ ଡାଇରେକ୍ଟର ଅଛନ୍ତି ତାଙ୍କ ସହ କାମ କରି ମୁଁ ବହୁତ ଖୁସି ଅଛି ଆଗରୁ ମଧ୍ୟ ଅଭିମାନ ଫିଲ୍ମରେ କାମ କରି ସାରିଛି ଏବେର ଯେଉଁ ଯାତ୍ରା ଆଉ ବଣ୍ଡିଙ୍ଗ ରହିଛି ତାହା ସମସ୍ତଙ୍କୁ ପସନ୍ଦ ଆସିବା ବୋଲି ଅର୍ଚ୍ଚିତା କହୁଛନ୍ତି । ପ୍ରଥମ ଥର ପାଇଁ ଅର୍ଚ୍ଚିତା ମୁସ୍ଲିମ ଚରିତ୍ରରେ ଅଭିନୟ କରୁଛନ୍ତି ବହୁତ ସିମ୍ପଲ ଚରିତ୍ରରେ ଅଭିନୟ କରୁଛନ୍ତି ।

ଆଗରୁ ସେ ଖ୍ରୀଷ୍ଟିୟାନ ଚରିତ୍ରରେ ଫିଲ୍ମ “ଚକଲେଟ” ରେ ଅଭିନୟ କରି ସାରିଛନ୍ତି । ତେବେ ଦୁର୍ଗାପୂଜାରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଯେଉଁ ପର୍ବ ଆସିଲେ ବି ପ୍ରଥମେ ଭାଇଚାରା ର କଥା ଆସେ । ଆଉ ଏହି ଫିଲ୍ମ ଦେଖିବାକୁ ଅର୍ଚ୍ଚିତା ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଫିଲ୍ମ ର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *