ଆମ ଜୀବନରେ ଲୁଣର ବିଶେଷ ମହତ୍ଵ ରହିଛି । ଯେ କୌଣସି ଖାଦ୍ଯରେ ଲୁଣ କମ ବା ଅଧିକ ହେଲେ ଖାଦ୍ଯର ଟେଷ୍ଟ ଭଲ ରହେ ନାହି । ଲୁଣର ଉପୋଯୋଗ ଠିକ ଭାବେ ହେଲେ ଜୀବନରେ ଉନ୍ନତି ଆସିଥାଏ । ଲୁଣ ଆମର ଆୟୁଷ ବୃଦ୍ଧି କରିବା ସହ କିଛି କାରଣରୁ କମ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଲୁଣର କିଛି ଚମତ୍କାରିତା ଉପାୟ ବିଷୟରେ କହିବାକୁ ଯାଉଛୁ ।
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ରାହୁଙ୍କ ପ୍ରତୀକ ବୋଲି କୁହାଯାଏ । ଲୁଣର ଏହି ଉପାୟ ଗୁଡିକ କରିଲେ ଘରେ ଥିବା ଖରାପ ଶକ୍ତିର ବିନାଶ ହୋଇଥାଏ । ଲୁଣରେ ଏମିତି ଅଧଭୂତ ଶକ୍ତି ରହିଛି ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବାରେ ସହାୟକ ହୋଇଥାଏ । ଧନ ଜନିତ ସମସ୍ଯା ଦୂର କରିବା ପାଇଁ କିଛି ଲୁଣ ନାଲି କପଡାରେ ନେଇ ବାନ୍ଧି ଦିଅନ୍ତୁ । ସେହି ନାଲି କପଡାକୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ ।
ଏହା କରିବା ଦ୍ଵାରା ଘରେ ଥିବା ଖରାପ ସକ୍ରିୟ ପ୍ରବେଶ କରି ପାରିବ ନାହି କି କାହାର ନଜର ଲାଗିବ ନାହି । ଏହି ନାଲି କପଡାକୁ ଧନ ରଖିବା ଦ୍ଵାରା ଧନର ଦୁଇ ଗୁଣା ବୃଦ୍ଧି ହୋଇଥାଏ । ବେପାର ବ୍ୟବସାୟ କ୍ଷେତ୍ର ରେ ମଧ୍ୟ ଉନ୍ନତି ଦେଖା ଯାଇଥାଏ । ଘରର ବାଥୃମ ରେ କିଛି ଲୁଣ ନେଇ ରଖିଲେ ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।
ଏହା ସହ ଘରର ଯେ କୌଣସି କୋଣରେ ଛୋଟ ପାତ୍ରରେ କିଛି ଲୁଣ ରଖାଯାଏ ତେବେ ଘରର ମୁଖ୍ୟ ଲୋକଙ୍କର ଯେଉଁ ସବୁ ଅସୁବିଧା ଚାଲିଥିଲା ତାହା ଦୂର ହୋଇଯିବ । ଘରେ ଯଦି ବ୍ୟବହାର କରୁଥିବା ଲୁଣକୁ ଲୁହା ବା ଷ୍ଟିଲ ଜିନିଷରେ ରଖାଯାଏ ତେବେ ଏହା ବହୁତ ଖରାପ ହୋଇଥାଏ । କାରଣ ଲୁଣ ଚନ୍ଦ୍ରମା ଓ ଲୁହା ଅର୍ଥାତ ଶନି ହେବା ହେତୁ ଚନ୍ଦ୍ର ଓ ଶନିଙ୍କର ମିଳନ ହେବା ହେତୁ ଏହା ବହୁତ ଖରାପ ହୋଇଥାଏ ।
ଏହା ଦ୍ଵାରା ଘରେ ଅସାନ୍ତି ସୃଷ୍ଟି ହେବା ସହ ଧନ ହାନି ହୋଇଥାଏ । ଲୁଣକୁ ସର୍ବଦା ପ୍ଲାଷ୍ଟିକ ବା କାଚ ପାତ୍ରରେ ରଖିବା ଉଚିତ । ଯଦି ଲୁଣ ତଳେ ପଡିଯାଏ ତେବେ ଆପଣଙ୍କ ଘରେ ଋଣର ଭାର ବଢିଯାଏ । ଏହା ସହ ରୋଷେଇ କରିବା ସମୟରେ ତରକାରୀ ରଖନ୍ତୁ ନାହି । ଏହା ଦ୍ଵାରା ଭୋଜନରେ ପବିତ୍ରତା ନଷ୍ଟ ହେବା ସହ ଦରିଦ୍ରତା ଆସିଥାଏ ।
ଘରେ ଉନ୍ନତି ଆଣିବା ପାଇଁ ଗୁରୁବାର କୁ ଛାଡି ଅନ୍ୟ ଦିନରେ ସମୁଦ୍ର ଲୁଣ ପକାଇ ପୋଛା ମାରନ୍ତୁ । ଯାହା ଦ୍ଵାରା ଘରେ ଧନ ବୃଦ୍ଧି ହୋଇଥାଏ । ଯଦି ପିଲା ଉପରେ ନଜର ଦୋଷ ଲାଗିଛି ତେବେ କିଛି ଲୁଣ ନେଇ ତା ଉପରେ ୭ ଘେରା ବୁଲାଇ ପାଣିରେ ଭସାଇ ଦିଅନ୍ତୁ । ତେବେ ଏହା ଥିଲା ଲୁଣର କିଛି ଉପକାରିତା ଓ ଉପାୟମାନ ଯାହା କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।