ବନ୍ଧୁଗଣ ଆପଣ ମାନଙ୍କୁ ଆମ ତରଫରୁ ଶୁଭ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ର ଅନେକ ଅନେକ ଶୁଭେଚ୍ଛା । ଏହି କାର୍ତ୍ତିକ ପୂର୍ଣ୍ଣିମା ଆମ ମାନଙ୍କ ଜୀବନରେ ଅନେକ ଖୁସି ଆଣିଥାଏ । ଏହି ଦିନ ସକାଳୁ ସନା କରି ଭଗବାନଙ୍କ ଦର୍ଶନ କରିବା ଦ୍ଵାରା ଗ୍ରାନ ଦେବାଦେବୀ ଙ୍କ ଦର୍ଶନ କରିବା ଦ୍ଵାରା ଜୀବନରେ ଅନେକ ଖୁସି ମିଳିଥାଏ । ଏହା ତ ଆମେ ସବୁ ଜାଣିଛେ ତଥାପି ବୋଇତା ବନ୍ଦାଣ ବା କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାହାକୁ ପବିତ୍ର ଦିନ ଭାବେ ବିଚାର କରାଯାଉଛି । ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବା ଉଚିତ ।
୧- କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରର ମୁଖ୍ୟ ଦ୍ଵାରକୁ ସୁନ୍ଦର ଭାବେ ସଜାନ୍ତୁ । ଏହି ଦିନ ପ୍ରାତଃ କାଳରେ ଉଠି ଘର ସଫା ସୁତୁରା କରି ସ୍ନାଡି ସାରି ଭଗବାନଙ୍କ ନାମ ଉଚ୍ଚାରଣ କରିବା ସହ ମୁଖ୍ୟ ଦ୍ଵାରକୁ ତୋରଣ ଦ୍ଵାରା ସଜାନ୍ତୁ ।
୨- ଏହି ଦିନ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ନିଶ୍ଚୟ କରନ୍ତୁ । କୁହାଯାଏ ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ହେବା ସହ ସବୁ ଦୁଖ ଦୂର ହୋଇଥାଏ ।
୩- ପବିତ୍ର ବୋଇତ ବନ୍ଦାଣ ଦିନ ମନ୍ଦିରକୁ ଯାଇ ଦୀପ ଦାନ କରନ୍ତୁ । ଶାସ୍ତ୍ର ଅନୁଯାୟୀ ବୋହୁଥିବା ଜଳ ବା ନଦୀ ରେ ଦୀପ ଦାନ କରିବା ଆବଶ୍ୟକ । ଯଦି ସମ୍ଭବ ହୁଏ ଶିବ ମନ୍ଦିର ଯାଇ ସୁଧା ଘିଅର ଦୀପ ନିଶ୍ଚୟ ଜଳାନ୍ତୁ ।
୪- ଏହି ଦିନ ବନୁଥିବା ସମୃଦ୍ଧି ଯୋଗ କାରଣରୁ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ଜଳାଭିଷେକ କରାଯାଏ । ଏହା ସହ ୧୦୮ ଥର ଶିବ ମନ୍ତ୍ର ଜପ କରିଲେ ବହୁତ ଭଲ ହୋଇଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତିଙ୍କୁ ପୂଜାର ପୂର୍ଣ୍ଣ ଫଳ ମିଳିବା ସହ ସବୁ ମନୋକାମନା ପୂରଣ ହୋଇଥାଏ ।
୫- କାର୍ତ୍ତିକ ପୂର୍ଣ୍ଣିମା ଦିନ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଚାଉଳର ଦାନ କରନ୍ତୁ । ମାନ୍ୟତା ରହିଛି ଏମିତି କରିଲେ ବହୁତ ଶୁଭ ହୋଇଥାଏ । ଚାଉଳର ସମ୍ପର୍କ ଚନ୍ଦ୍ରମାଙ୍କ ସହ ରହିଥାଏ । ଯେଉଁ ଲୋକଙ୍କର କୁଣ୍ଡଳୀରେ ଚନ୍ଦ୍ରମା ପ୍ରତିକୂଳ ସ୍ଥିତିରେ ରହିଥାଏ ଅତଙ୍କୁ ଏହି ଦିନ ଚାଉଳ ଦାନ କରିବା ଉଚିତ ।
୬- କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ ପୂଜା କରିବା ବିଶେଷ ଶୁଭ ହୋଇଥାଏ । ଚନ୍ଦ୍ରଙ୍କୁ ଗଙ୍ଗା ଜଳରେ ଅର୍ଘ୍ୟ ଦେଇ ଖିରୀ ଭୋଗ ଲଗାଇଲେ ବ୍ୟକ୍ତି ଉପରେ ଥିବା ବାଧା ଦୂର ହୋଇଟ ହାଏ ।
୭- କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛରେ ସୁଧ ଘିଅର ଦୀପ ଜାଳିବା ସହ ପୂଜା କରନ୍ତୁ । ୭ ଥର ମା ବୃନ୍ଦାବତୀଙ୍କ ପରାକ୍ରମ କରନ୍ତୁ । ଏପରି କରିଲେ ମା ତୁଳସୀଙ୍କ କୃପା ପ୍ରାପ୍ତ ହେବ ।
୮- ଏହି ଦିନ ବୈଭବ ଲକ୍ଷ୍ମୀ ବ୍ରତ ଆରମ୍ଭ କରନ୍ତୁ । ଯାହା ଦ୍ଵାରା ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।