ଅକ୍ଟୋବର 18 ତାରିଖ ରେ ଗର୍ଭଣା ସଙ୍କ୍ରାନ୍ତି ରେ 12 ଗୋଟି ରାଶିଙ୍କର ସଂପୂର୍ଣ୍ଣ ରାଶିଫଳ…

ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋବର 18 ତାରିଖ ରେ ପଡୁଅଛି ଗର୍ଭଣା ସଙ୍କ୍ରାନ୍ତି ବା ତୁଳା ସଙ୍କ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଗ୍ରହ କନ୍ୟା ରାଶିକୁ ସଂଚାର କରି ତୁଳା ରାଶି ରେ ପ୍ରବେଶ କରିବେ । ସୂର୍ଯ୍ୟ ଯେଉଁ ରାଶିରେ ସଂଚାର କରିଥାନ୍ତି ସେହି ଅନୁଯାୟୀ ନାମକରଣ କରାଯାଏ । ମାନ୍ୟତା ଅଛି କି ଗର୍ଭଣା ସଙ୍କ୍ରାନ୍ତି ଠାରୁ ଧାନ ଗଛ ଗର୍ଭ ଧାରଣ କରିବା ଆରମ୍ଭ କରନ୍ତି । ଏହି ସଙ୍କ୍ରାନ୍ତି କୁ ତୁଳା ମାସ ମଧ୍ୟ କୁହାଯାଏ ।

ଏହି ମାସରେ ଜନ୍ମିତ ଶିଶୁ ଉଚ୍ଚ ମନା, ଜ୍ଞାନୀ, ପରୋପକାର, ଇଶ୍ଵର ବିଶ୍ଵାସୀ ହୋଇଥାନ୍ତି । ଏହି ମାସରେ ଝିଅ ମାନଙ୍କର ପ୍ରଥମ ରଜ ଦର୍ଶନ ହେଲେ ଏମାନେ ଲକ୍ଷ୍ମୀ ଯୁକ୍ତା, ସ୍ନେହୀ, ଆଦରଣୀୟ ହୋଇଥାନ୍ତି ଓ ସର୍ବ ପୂଜିତା ହୋଇଥାନ୍ତି । ଏବେ ଜାଣିବା 12ଟି ରାଶିର ରାଶିଫଳ ଏହି ମାସରେ କେମିତି ରହିବ ।

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ମାସଟି ଶୁଭପ୍ରଦ ହେବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କର୍ମ କ୍ଷେତ୍ରରେ ସହଯୋଗ ମିଳିବ ।

ବୃଷ ରାଶିର ବ୍ୟକ୍ତିଙ୍କର କର୍ମ ନିଯୁକ୍ତି ହେବ । ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଲାଭର ଆସା କମ ରହିବ ।

ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ନୂତନ ଯୋଜନାରେ ସଫଳତା ପାଇବେ । ସବୁ ବିପତ୍ତି ଦୂର ହେବ । ମାନ ସମାନ ବୃଦ୍ଧି ପାଇବ । ବିଦ୍ୟାର୍ଥୀ ପାଠ ପଢାକୁ ନେଇ ଯତ୍ନଶୀଳ ହେବେ ।

କର୍କଟ ରାଶି ହୋଇଥିଲେ ବ୍ୟବସାୟରେ ଉନ୍ନତି ହେବ । ଆକସ୍ମିକ ଧନ ପ୍ରାପ୍ତ ହେବ । ମାନସିକ ଶାନ୍ତି ବୃଦ୍ଧି ପାଇବ ।

ସିଂହ ରାଶି ହୋଇଥିଲେ ବ୍ୟବସାୟରେ ଲାଭବାନ ହେବେ । ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ । ବାଦ ବିବାଦରୁ ବିଜୟ ଲାଭ କରିବେ ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବ୍ୟବସାୟରେ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ସ୍ବାସ୍ଥ୍ୟବସ୍ଥା ଭଲ ରହିବ । ଭ୍ରମଣର ସୁଖ ପାଇବେ ।

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଅଚାନକ ଅର୍ଥ ଲାଭର ସୁଯୋଗ ହେବ । ଦୂର ଯାତ୍ରା କରିବେ । କର୍ମ କ୍ଷେତ୍ରରେ ଲାଭବାନ ହେବେ ।

ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସ୍ଵାସ୍ଥ୍ୟରେ ଉନ୍ନତି ହେବ । ନୂତନ ଯୋଜନାରେ ସଫଳତା ପାଇବେ । ଅର୍ଥ ଅଭାବ ଦୂର ହେବ ।

ଧନୁ ରାଶି ହୋଇଥିଲେ ସ୍ୱାସ୍ଥ୍ୟ ପ୍ରତି ସମସ୍ୟାକୁ ନେଇ ଖର୍ଚ୍ଚାନ୍ତ ହେବେ । କର୍ମ କ୍ଷେତ୍ରରେ ଅସାନ୍ତି ଦେଖାଯିବ । ଯୋଜନା କରିପାରନ୍ତି ।

ମକର ରାଶି ହୋଇଥିଲେ ବ୍ୟବସାୟରେ ଉନ୍ନତି କରିବେ । ଅର୍ଥ ଲାଭର ସୁଯୋଗ ହେବ । ନୂତନ ଦ୍ରବ୍ଯ କ୍ରୟ କରିବେ ।

କୁମ୍ଭ ରାଶି ହୋଇଥିଲେ ସାମାଜିକ ମାନ ସମାନ ପାଇବେ । ବିଗିଡିଥିବା କାମ ସୁଧୁରିଯିବ । ଶତ୍ରୁ ହଇରାଣ କରିବେ ।

ମୀନ ରାଶି ହୋଇଥିଲେ ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ସାମାନ୍ଯ ମତଭେଦ ଦେଖାଯିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *