ଆମେଜେନ ଦୁନିଆର ସବୁଠାରୁ ବଡ ଓ ଘନା ଜଙ୍ଗଲ ଅଟେ, ତେବେ ଆପଣ ଏହା ମଧ୍ୟ ଜାଣିଥିବେ ଯେ ପୁରା ଦୁନିଆକୁ ଯେଉଁ ଆକ୍ସିଜନ ପ୍ରାପ୍ତ ହେଉଛି ଏହାର ୨୦% ସିଧା ଆମେଜେନ ଜଙ୍ଗଲରୁ ପ୍ରାପ୍ତ ହୋଇଥାଏ, ଅମଜେନ ଜଙ୍ଗଲ ପୁରା ୧୦ଟି ଦେଶରେ ବ୍ୟାପିଚି, ତେବେ ବ୍ରାଜିଲରେ ଅମଜେନ ଜଙ୍ଗଲ ୬୦% ଅଛି ଯାହା ସବୁଠାରୁ ଅଧିକ ଜାଗା ଅଟେ, ଏହା ଛଡା କୋଲୋମ୍ବିଆରେ ୧୦% ଓ ପେରୁରେ ୧୩% ଏବଂ ଅନ୍ୟ କେତେ ଦେଶରେ ଅମାଜେନ ବ୍ୟାପୀ ଅଛି । ତେବେ ଆଜି ଆମେ ଆପଣଙ୍କୁ ଅମାଜେନ ଜଙ୍ଗଲ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ହବ ।

ଆମାଜେନ ଜଙ୍ଗଲ ଆମ ଭାରତ ଦେଶଠାରୁ ବି ବହୁ ବଡ ଜାଗରେ ଅବସ୍ଥିତ ଅଛି, ଏହାର ଏରିଆ ୫.୫ ମିଲିଅନ ସ୍କ୍ୱେଅର କିଲୋମିଟର ଅଟେ । କଣ ଆପଣଙ୍କୁ ଏହା ଜଣା ଅଛି ଯେ ଆମାଜେନ ଜଙ୍ଗଲ ପୁରା ଦୁନିଆର ୪% ଭାଗରେ ରହିଛି, ତେବେ ଏହି ଜଙ୍ଗଲ ଏତେ ଘନା ଅଟେ ଯେ ସୂର୍ଯ୍ୟ କିରଣ ଜମି ଉପରେ ପଡିନଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଆମାଜେନ ନଦୀ ଦୁନିଆର ଦ୍ଵିତୀୟ ସବୁଠାରୁ ବଡ ନଦୀ ଅଟେ, ଓ ବର୍ଷା ଦିନରେ ପାଣି ଭର୍ତି ହେଲା ପରେ ଏହା ଗୋଟେ ସମୁଦ୍ର ଭଳି ଦେଖା ଯାଇଥାଏ ଯାହା ଫଳ ସ୍ୱରୂପ ଆପଣଙ୍କୁ ପାଣି ଆର କିନାରା ଦେଖା ଯାଇନଥାଏ ।

ଆମାଜେନ ନଦୀ ୨୦ଟି ନଦୀକୁ ପାଣି ଦେଇଥାଏ, ଆମାଜେନ ଜଙ୍ଗଲରେ ୧୭୦୦୦ ଠାରୁ ବି ଅଧିକ କେବଳ ଗଛ ପ୍ରଜାତି ଦେଖିବାକୁ ମିଳିଥାନ୍ତି, କଣ ଆପଣଙ୍କୁ ଏହା ଜଣା ଅଛି ଯେ ଏଠାରେ ୩୦,୦୦୦ ଠାରୁ ବି ଅଧିକ ପୋକ ପ୍ରଜାତି ଦେଖିବାକୁ ମିଳିଥାନ୍ତି । କଣ ଆପଣଙ୍କୁ ଏହା ଜଣା ଅଛି ଯେ ଆମାଜେନ ନଦୀରେ ୫୦୦୦ଠାରୁ ବି ଅଧିକ କେବଳ ମାଛ ପ୍ରଜାତି ଦେଖିବାକୁ ମିଳିଥାନ୍ତି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ଏଠାରେ କେବଳ ସ୍ପାଇଡ଼ର ପ୍ରଜାତି ୩୦୦୦ ଠାରୁ ଅଧିକ ଅଟନ୍ତି । ତେବେ ଆସନ୍ତୁ କିଛି ଜୀବଙ୍କ ବିଷୟରେ ଜାଣିବା ।

୧. ବୁଲେଟ ଅଣ୍ଟ :
ଏଠାରେ ପିମ୍ପୁଡି ମାନଙ୍କ ଗୋଟେ ପ୍ରଜାତି ଦେଖିବାକୁ ମିଳିଥାଏ ଯାହା ନାମ ବୁଲେଟ ଅଣ୍ଟ ଅଟେ ଯାହା କାମୁଡା ଏତେ ଭୟଙ୍କର ହୋଇଥାଏ ଯେ ମଣିଷକୁ ଜର ଆସିଥାଏ ଓ ଅସହନୀୟ ଦରଜ ମଧ୍ୟ ହୋଇଥାଏ, ସେଥିପାଇଁ ଏହି ଅଣ୍ଟ ନାମ ବୁଲେଟ ଅଣ୍ଟ ଅଟେ ।
୨. ବେଙ୍ଗ :
ଏଠାରେ ନାଲି, ହଳଦିଆ ବହୁତ ରଙ୍ଗ ବେଙ୍ଗ ଦେଖା ଦିଅନ୍ତି ଯାହା ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ଏହି ଛୋଟଟି ଯିବ ଭିତରେ ୧୦ଟି ମଣିଷକୁ ମାରିବା ଅନୁଯାଇ ବିଷ ହୋଇଥାଏ, ସେଥିପାଇଁ ସ୍ଥାନୀୟ ଲୋକେ ବା ବାହାରୁ ବୁଲିବାକୁ ଆସିଥିବା ଲୋକେ ଏହି ବେଙ୍ଗ ଠାରୁ ଦୂରେଇ ରୁହନ୍ତି ।

୩. ଆନାକୋଣ୍ଡା :
ଏହି ସାପ ଆମାଜେନ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି, ଏହି ସାପ ପ୍ରାୟତଃ ପାଣି ଜାଗାରେ ଦେଖିବାକୁ ମିଳିଥାନ୍ତି, ଏହି ସାପ ଅଧିକ ବିଶାକ ହୋଇନଥାନ୍ତି କିନ୍ତୁ ଏହି ସାପ କୌଣସି ଯିବାକୁ ସିଧା ଗିଳି ପକାନ୍ତି, ତେବେ ସବୁଠାରୁ ବଡ ଆନାକୋଣ୍ଡା ବର୍ତମାନ ପର୍ଯ୍ୟନ୍ତ ୩୦ରୁ ୪୦ ଫିଟର ଦେଖିବାକୁ ମିଳିଛି, ତେବେ ଏହି ସାପ ମଣିଷ ଖାଇ ନାହାନ୍ତି, ଏହା ହଲିଉଡ ଫିଲ୍ମରେ ଦେଖା ଯାଇଛି କିନ୍ତୁ ଏହା ସତ ନୁହ ।