ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବଡ ବୟାନ- କହିଛନ୍ତି ଏହି ସମୟ ମଧ୍ୟରେ କରୋନା ଭ୍ୟାକ୍ସିନ ହୋଇଯିବ ପ୍ରସ୍ତୁତ

ଚୀନ ଦ୍ଵାରା ଆରମ୍ଭ ହୋଇଥିବା ଏହି ଭୟଙ୍କର କରୋନା ଭାଇରସ ଦ୍ଵାରା ସବୁଠାରୁ ଅଧିକ ହାନି ଆମେରିକା ରେ ହୋଇଛି, କୌଣସି ଅନ୍ୟ ଦେଶ ତୁଳନାରେ କରୋନା ଭାଇରସ ସବୁଠାରୁ ଅଧିକ ଲୋକଙ୍କୁ ଆମେରିକା ରେ ମାରିଛି, ଦୁନିଆ ସାରା କେତେ ଦେଶ ଏହାର ଭ୍ୟାକ୍ସିନ ଖୋଜିବାରେ ଲାଗିଛନ୍ତି, ଏହି ମଧ୍ୟରେ ଡୋନାଲ୍ଡ ଟ୍ରମ୍ଫ ରବିବାର ଦିନ ଏହା ଜୋର ଦେଇ କହିଛନ୍ତି ଯେ କରୋନା ଭାଇରସ ଭ୍ୟାକ୍ସିନ ବର୍ଷ ଅନ୍ତ ପର୍ଯ୍ୟନ୍ତ ଉପଲବ୍ଧ ହୋଇଯିବ । ଟ୍ରମ୍ଫ ଫକ୍ସ ନ୍ଯୁଜ ଭରଚୂଅଲ ଟାଉନ ହଲ ରେ କହିଛନ୍ତି, ମତେ ଏହା ଅନୁଭବ ହେଉଛି ଯେ ବର୍ଷ ଅନ୍ତ ପର୍ଯ୍ୟନ୍ତ ଆମ ପାଖରେ କରୋନା ଭ୍ୟାକ୍ସିନ ଥିବ ।

ଜାନ ହାପକିନ୍ସ ଯୂନୀଭର୍ସିଟି ଅନୁଯାଇ କରୋନା ଭାଇରସ ମହାମାରୀ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୫୭ହଜାର ୬୮୭ ଠାରୁ ଅଧିକ ହୋଇଯାଇଛି, ତେବେ ଭାଇରସ ଦ୍ଵାରା ଜୀବନ ହରେଇଥିବା ଲୋକଙ୍କ ସଂଖ୍ୟା ୬୭,୬୭୪ରୁ ଅଧିକ ହୋଇଯାଇଛି । କରୋନା ମହାମାରୀ ଦ୍ଵାରା ବୈଷୟିକ ସ୍ତର ରେ ବର୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୪୮ ହଜାର ୩୦୬ ଲୋକଙ୍କ ମୃତ୍ୟୁ ହୋଇଛି, ତେବେ ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫ ଲକ୍ଷ ଠାରୁ ଅଧିକ ହୋଇଯାଇଛି ।

କରୋନା ଭାଇରସ ଚିକିତ୍ସା ପାଇଁ ଭ୍ୟାକ୍ସିନ ଖୋଜିବାରେ ପୁରା ଦୁନିଆ ଲାଗି ରହିଛନ୍ତି, ୟୁରୋପିଅ ସଙ୍ଘ ଗୋଟେ ଅନ୍ତରରାଷ୍ଟ୍ରୀୟ ଚିକିତ୍ସା କାର୍ଯ୍ୟକ୍ରମ ସ୍ଥାପିତ କରିବା ବଚନ ଦେଇଛନ୍ତି, ଯାହା ଦ୍ଵାରା କରୋନା ଭାଇରସ ସହ ଲଢିବା ପାଇଁ ସାହାଜ୍ଯ ହବ ଏବଂ ଏହା ସହ ଭ୍ୟାକ୍ସିନ ତିଆରି କରିବା ପାଇଁ ୮ ବିଲିଅନ ଆମେରିକୀ ଡଲାର ଫଣ୍ଡ ଯୋଗାଡ କରା ଯାଇ ପାରୁ ।

ବ୍ରିଟେନ ରେ ଅକ୍ଷଫୋର୍ଡ ଯୂନୀଭର୍ସିଟି ଜେନର ଇନଷ୍ଟିଟ୍ୟୁଟ ରେ ବୈଜ୍ଞାନିକମାନଙ୍କ ଦ୍ଵାରା ବିକାଶ କରା ଯାଇଥିବା କରୋନା ଭାଇରସ ସମ୍ଭାବିତ ଭ୍ୟାକ୍ସିନ ର କ୍ଲିନିକଲ ଟ୍ରାୟଲ ଚାଲିଛି, ତେବେ ୟୁରୋପ ଏବଂ ଅନ୍ୟ ଦେଶରେ ଏହା ଉପରେ କାମ ଚାଲିଛି । ବାଶିଙ୍ଗଟନ ପୋସ୍ତ ରିପୋର୍ଟ ଅନୁଯାଇ, ସଂଯୁକ୍ତ ରାଜ୍ୟ ଆମେରିକା କମ୍ପାନୀ ଏବଂ ଅନୁସନ୍ଧାନ ପ୍ରୟୋଗଶାଲା ରେ ଅତି କାମରୁ ୧୧୫ ଭ୍ୟାକ୍ସିନ ପରିଯୋଜନା ଚାଲିଛି, ସ୍ପୁତନିକ ଗୋଟେ ରିପୋର୍ଟ ଅନୁଯାଇ ଏପ୍ରିଲ ମାସ ଶେଷରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଜୋର ଦେଇ କହିଥିଲେ କରୋନା ଭାଇରସ ଭ୍ୟାକ୍ସିନ ବିକାସ ହେଲା ପରେ ଦୁନିଆ ସାରା ସବୁ ଲୋକଙ୍କ ପାଇଁ ସର୍ବଭୋମିକ ଏବଂ ଉପଲବ୍ଧ ହବା ଉଚିତ ।

Leave a Reply

Your email address will not be published. Required fields are marked *