ଅମିତାଭଙ୍କ ଫଟୋ ଦେଖି କହିଲେ ରେଖା- ” ୟାହାଁ ଖତରା ହୈ”, ଭିଡିଓ ଭାଇରାଲ

ପୂର୍ବ ବଲିଉଡ ଅଭିନେତ୍ରୀ ରେଖା, ଦବ୍ବୂ ରତନାନୀଙ୍କ ବଲିଉଡ କ୍ୟାଲେଣ୍ଡର ଇଭେଣ୍ଟରେ ନଜର ଆସିଥିଲେ । ତାଙ୍କର ଗୋଟେ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଦବ୍ବୂ ରତନାନୀ ଓ ତାଙ୍କ ଝିଅ ଏକା ସହିତ ଦେଖାଯିବେ । ବିଶେଷ କଥା ହେଉଚିକି ଯେ ଏଥିରେ ଅମିତାଭଙ୍କ ଫଟୋ ସାମ୍ନାକୁ ଆସିବାରୁ ସେ ମଜାଦାର ପ୍ରତିକ୍ରିୟା ଦେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଇ ଭିଡିଓରେ ଦେଖାଯାଇଛି ଯେ ଦବ୍ବୂ ରତନାନୀ ଓ ତାଙ୍କ ଝିଅ ବେନ୍ୟୁ ରାମ୍ପ ୱାକ କରୁଛନ୍ତି ସେଠି କିଛି ଫଟଗ୍ରାଫ ନେବାରେ ବ୍ୟସ୍ତ ଅଛନ୍ତି ।

ଏମିତି କରୁକରୁ ଯେତେବେଳେ ସେ ଶେଷରେ ପହଞ୍ଚିଲେ ତ ସାମ୍ନାରେ ହିଁ ଦେଖିଲେ ଅମିତାଭଙ୍କ ଫଟୋ ଲଗାଯାଇଥିବାର । ଏଥିରେ ଫଟୋଗ୍ରାଫର ରେଖାଙ୍କ ପ୍ରତିକ୍ରିୟା ମାଗିବାରୁ ସେ କହିଥିଲେ ଏଠାରେ ବିପଦ ଅଛି ।

ତାଙ୍କ କଥା ଶୁଣି ସେଠି ଥିବା ସମସ୍ତ ଲୋକ ହସିଲେ । ସେ ଆଗରୁ ସ୍ବୀକାର କରିଛନ୍ତିକି ଗୋଟେ ସମୟରେ ସେ ତାଙ୍କୁ ପସନ୍ଦ କରୁଥିଲେ, ଯେତେବଳେ କି ତାଙ୍କ ବିବାହ ହୋଇସାରିଥିଲା । ରିପୋର୍ଟ ଅନୁସାରେ 1976 ରେ ଫିଲ୍ମ ଦୋ ଅଞ୍ଜାନେରେ ଏକାଠି କାମ କରିଥିଲେ । ଯାହା ପରେ ଦୁଇଜଣଙ୍କ ସମ୍ପର୍କକୁ ନେଇ କଥା ଚର୍ଚ୍ଚାକୁ ଆସିଥିଲା । ରେଖା ଓ ଅମିତାଭଙ୍କ ଅନ ସ୍କ୍ରିନ୍ କେମେଷ୍ଟ୍ରୀକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି ।

2004 ଗୋଟେ ଟଲ୍କ ଶୋରେ ରେଖା କହିଥିଲେକି ମୁଁ ଅମିତାଭଙ୍କ ପରି ବ୍ୟକ୍ତିତ୍ଵ କେବେବି ଦେଖିନି ସେ ଏମିତିରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ଦୁଇଜଣ ମିଷ୍ଟର ନଟବରଲାଲ, ମୁକନ୍ଦର କା ସିକନ୍ଦର, ସିଲିଶିଲା ପରି ଫିଲ୍ମରେ କାମ କରିଥିଲେ ।

ଦବ୍ବୂ ରତନାନୀଙ୍କ ବଲିଉଡ କ୍ୟାଲେଣ୍ଡର ରେ ଦେଖନ୍ତୁ ଏ ବର୍ଷର ସିତାରା-

ଏ ବର୍ଷ ଦବ୍ବୂ ରତନାନୀ ଙ୍କ ବଲିଉଡ୍ କ୍ୟାଲେଣ୍ଡର ରେ ରହିଥିବା ଷ୍ଟାର୍ ଙ୍କ ନାମ- ଅମିତାଭ ବଚ୍ଚନ, ଐଶାର୍ୟା ରାୟ ବଚନ, ଅଭିଷେକ ବଚ୍ଚନ, ସାହରୁଖ୍ ଖାନ୍, ଅକ୍ଷୟ କୁମାର, ହିର୍ତିକ୍ ରୋସନ୍, ଜନ୍ ଅବ୍ରହମ୍, କାର୍ତ୍ତିକ ଅର୍ୟନ, ଟାଇଗର ଶ୍ରଫ, ବରୁଣ ଧବନ, ଆଲିୟ ଭଟ, ଅନୁଷ୍କା, ଜ୍ୟକ୍ଲିନ, ସନି ଲିୟନି, କିୟରା, କୃତି, ପରିଣିତି ଓ ବିଦ୍ୟା ବାଲନ ।

Leave a Reply

Your email address will not be published. Required fields are marked *