ଧୋନି, ପାର୍ଥିବ ଓ ପୀୟୁଷଙ୍କ ସହ ବାଥରୁମରେ ନେଲେ ଏଇ ଗୀତର ମଜା

ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କ ଗୋଟେ ଭିଡିଓ ବହୁତ ଭାଇରଲ ହେଉଛି ।  ଏଥିରେ ଧୋନୀ ଗୋଟେ ବାଥରୁମରେ ବସି ଜଣେ ସିଙ୍ଗରଙ୍କ ଗୀତକୁ ଉପଭୋଗ କରୁଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଧୋନୀଙ୍କୁ ଗୀତର ବହୁତ ସଉକ ।  କିଛି ଦିନ ହେବ ଏମିତି କେତେ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ସେ ତାଙ୍କ ସୀଙ୍ଗିଂ ଟ୍ୟାଲେଣ୍ଟ ନିଜ ଫ୍ୟାନ ମାନଙ୍କୁ ଦେଖେଇଛନ୍ତି ।

ସେ ନିଜେ ଗାଆନ୍ତି ଓ ଗୀତ ଗାଇବା ଲୋକଙ୍କୁ ସମ୍ମାନ ବି କରନ୍ତି ।

ଏହାର ତାଜା ଉଦାହରଣ ସେ ବାଥରୁମରେ ଗୀତ ଉପଭୋଗ କରୁଥିବାର ଦେଖାଯାଇଛି । ଏ ଭିଡିଓ ଟି ବହୁତ ଭାଇରଲ ହେଉଚି । ତାଙ୍କ ସହ ପୀୟୂଷ ଚାୱଲା ଓ ପାର୍ଥିବ ପଟେଲ ମଧ୍ୟ ଥିଲେ । ଭିଡିଓରେ ଇସାନ ଖାଁ ସିଙ୍ଗର 1964 ରେ ଫିଲ୍ମ ମିଷ୍ଟର ଏକ୍ସ ଇନ ବମ୍ବେର ଗୀତ ମେରେ ମେହେବୁବ କୟାମତ ହୋଗି ଗାଇଛନ୍ତି । ସେ ବେଶିନ ପାଖ ଯାଗାରେ ବସିଛନ୍ତି ଓ ସିଙ୍ଗର ତାଙ୍କ ପାଖରେ ତଳେ ବସିଛନ୍ତି ଓ ତାଙ୍କ ସହ ପାର୍ଥିବ ବସିଛନ୍ତି । ତାପରେ କିଛି ସମୟର ପୀୟୁଷ ମଧ୍ୟ ସେଠିକୁ ଆସି ଗୀତ ଶୁଣିବାରେ ଲାଗନ୍ତି ।

ମହେନ୍ଦ୍ର ସିଂ ଧୋନୀ ଆଇସିସି ୱର୍ଲଡ କପ 2019 ପରେ ଇଣ୍ଟରନେସନାଲ କ୍ରିକେଟରୁ ଦୂରରେ ଅଛନ୍ତି । ସେ ନ୍ୟୁଜଲ୍ୟଣ୍ଡ ବିପକ୍ଷରେ ସେମିଫାଇାଲ ପରେ ସେ ମ୍ୟାଚ ଖେଳି ନଥିଲେ ତେଣୁ ଭାରତକୁ ହାର ଦେଖିବାକୁ ପଡ଼ିଥିଲା । ତାପରେ ସେ କ୍ରିକେଟରୁ ଅବସର ନେଇଥିଲେ ।


ସେ ଏବେ ଆଇପିଏଲ 2020 ରେ କ୍ରିକେଟ ପଡିଆକୁ ଫେରିବେ । ଆଇପିଏଲ 2020, 29 ମାର୍ଚ୍ଚ ରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ହେବାକୁ ଯାଉଛି । ଆଇପିଏଲ ର 13 ସିଜିନରେ ଓପନିଂ ମ୍ୟାଚ, ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନସ ଓ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଖେଳ ହେବ ।

Leave a Reply

Your email address will not be published. Required fields are marked *