ଅଁଳା ଗଛ ଘରେ କେଉଁଠି ରଖିଲେ ଧନର ବୃଦ୍ଧି ହୁଏ ? ଅଁଳା ନବମୀ ରେ ଅଁଳା ଗଛର ପୂଜା କରିବାର ବିଧି ଜାଣନ୍ତୁ ।

ବନ୍ଧୁଗଣ 21 ନଭେମ୍ବର 2023 ମଙ୍ଗଳବାର ଦିନ ପଡିବାକୁ ଯାଉଛି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ହିନ୍ଦୁ ଧର୍ମ ଅନୁଯାୟୀ ପୂଣ୍ୟ ଅର୍ଜନ କରିବାର ସର୍ବ ଶ୍ରେଷ୍ଠ ମାସ ଅଟେ । ଏହି ମାସରେ ଦେବତାଙ୍କ ସହ ଗଛ ମାନଙ୍କର ପୂଜା କରିବାର ବିଧାନ ରହିଛି । ଏହି ମାସରେ ତୁଳସୀ, ବେଲଗଛ, ଓସ୍ତ, ଅଁଳା, ବଟ ଗଛର ପୂଜା କରିବାର ବିଧି ରହିଛି । ଆଜି ଆମେ ଆପଣଙ୍କୁ ନଳା ଗଛ ପୂଜା କରିବାର ବିଧି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସଦରେ ଅଁଳା ଗଛର ପୂଜା କରିବାର ବିଧି ରହିଛି । ତୁଳସୀ ଗଛ ପାଖରେ ଅଁଳା ଗଛ ରଖିଏ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ପିତୃ ପୁରୁଷ ଦୂର ହୋଇଥାଏ । ଅଁଳା ନବମୀ ଦିନ ଦମ୍ପତି ବ୍ରାହ୍ମଣ ଙ୍କୁ ଅଁଳା ଗଛ ମୂଳରେ ଭୋଜନ ଦାନ କରନ୍ତି ତେବେ ସନ୍ତାନ ବାଧା ସୁର ହେବ । ଏଉନ ବ୍ୟକ୍ତି ଏକାଦଶୀ ଦିନ ଅଁଳା ପାଣିର ସ୍ନାନ କରନ୍ତି ତେବେ ଗଙ୍ଗା ସ୍ନାନର ପୂଣ୍ୟ ଫଳକୁ ଭୋଗ କରନ୍ତି ।

ଯେଉଁ ବ୍ୟକ୍ତି ଅଁଳା ଗଛକୁ ଦର୍ଶନ କରନ୍ତି ସେମାନେ ଶ୍ରୀହରୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି । ଏହି ଦିନ ସକାଳୁ ସ୍ନାନ ସାରି ଅଁଳା ଗଛକୁ ପୂଜା କରିବା ପାଇଁ ପୂଜା ସାମଗ୍ରୀ ଯୋଗାଡ କରନ୍ତୁ । ଥାଳିରେ ବସ୍ତ୍ର, ଚନ୍ଦନ, କୁଙ୍କୁମ, ଧଳା ସୂତା, ଫୁଲ, ଫଳ, ନୈବେଦ୍ୟ ସଂଗ୍ରହ କରନ୍ତୁ । ପ୍ରଥମେ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ । ତା ପରେ ଗଛରେ ଲାଲ କି ଧଳା ବସ୍ତ୍ର ଧାରଣ କରନ୍ତୁ ।

ଏହା ପରେ ଅକ୍ଷତ ପ୍ରଦାନ କରିବେ । ଏହା ପରେ ଫୁଲ, ନୈବେଦ୍ୟ ଅର୍ପଣ କରନ୍ତୁ । ଏହା ପରେ ଗଛର ପ୍ରଦୀକ୍ଷଣ କରନ୍ତୁ । ଏହା ପରେ 108 ଥର ପରିକ୍ରମା କରି ଧଳା ସୂତା ବାନ୍ଧି ଦିଅନ୍ତୁ । ନଚେତ 8 ଥର ପ୍ରଦିକ୍ଷଣ କରି 8 ଖିଅ ସୂତା ବାନ୍ଧି ନିଅନ୍ତୁ । ପୂଜକ ମାନେ ଅଁଳା ଗଛ ମୂଳରେ ବସି ଖାଇଲେ କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ । କାର୍ତ୍ତିକ ମାସ ଆରମ୍ଭରୁ ଅଁଳା ଗଛର ପୂଜନ ନ କରିଥିଲେ ଏହି ଶୁକ୍ଲା ପାଖ ରୁ ଗଛ ପୂଜା କରି ପାରିବେ ।

ଏହି ଦିନ ହୋମ ମଧ୍ୟ ଅଁଳା ଗଛ ପାଖରେ କରି ପାରିବେ । ଶାସ୍ତ୍ର ଅନୁଯାୟୀ ଅଁଳା ନବମୀ କୁ ଅକ୍ଷୟ ନବମୀ ମଧ୍ୟ କୁହା ଯାଇଥାଏ । ଯେଉଁ ବ୍ରତ ଉପବାସ କାର୍ତ୍ତିକ ମାସରେ କରାଯାଏ ଅଁଳା ଗଛର ପୂଜା କରିଲେ କେବେ ବି ନଷ୍ଟ କି କ୍ଷୁର୍ଣ୍ଣ ହେବ ନାହିଁ । ଅଁଳା ନବମୀ ଦିନ କଖାରୁ ଦାନ କରିଲେ ଅକ୍ଷୟ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । କୌଣସି ମନ୍ଦିର, କୁଳ ପୁରୋହିତ ଙ୍କୁ କଖାରୁ ଦାନ କରିଲେ ବହୁତ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିବେ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *