ମହା ପଞ୍ଚୁକ ଏହି କାମ କରିଲେ ମହା ପୂଣ୍ୟ ପ୍ରାପ୍ତି ହେବ । କେଉଁ କାମ ପଞ୍ଚୁକ ରେ କରିବା ଉଚିତ ନୁହେଁ ?

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ପୁରୁଷ ଓ ମହିଳା, ଯୁବକ ଯୁବତୀ ମାନେ ପ୍ରାତଃ କାଳରେ ସନ୍ନ କରି ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ବାସୁଦେବଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସର ଶେଷ 5 ଦିନ ବ୍ରତ ରଖିକି ପାଳନ କରିବାକୁ କହିଥିଲେ । ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚୁକ ବୋଲି ରଖାଯାଇଛି । ଏହି ପଞ୍ଚୁକ 5 ଦିନରେ କରନ୍ତୁ ଏହି 5ଟି କାମ । ଘରେ କେବେ ବି ଧନର ଅଭାବ ରହିବ ନାହିଁ । ଓ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ । ଆଜି ଆମେ ଜାଣିବା ପଞ୍ଚୁକ ରେ କେଉଁ କାମ କରିବା ଉଚିତ ଓ ଅନୁଚିତ ହୋଇଥାଏ ।

1- କାର୍ତ୍ତିକ ମାସ ପଞ୍ଚୁକ ରେ ଭଗବାନ ରାଧାକୃଷ୍ଣ ଙ୍କ ପୂଜା କରିବା ଉଚିତ । ଏହା ସହ ତୁଲସୀ ଚନ୍ଦନ ଲାଗି କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।

2- ମହାପଞ୍ଚୁକ ରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଉଠି ଘର ସଫା ରଖିବା ଉଚିତ । ଏହା ପରେ ଘର ବାହାର ସଫା କରିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି ।

3- ପଞ୍ଚୁକରେ ସ୍ନାନ କରି ଚଉଁରା ପୂଜା କରିବା ଉଚିତ । ଏହା ସହ ମୁରୁଜ ରେ ରଙ୍ଗୋଲି ବନାଇବା ଉଚିତ । ଘରେ ପୂଜା କରିବା ପରେ ଏହା କରିବା ଉଚିତ । ଏହା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ ।

5- ଏହି 5 ଦିନରେ ଭଗବାନ ଜଗନ୍ନାଥ ଙ୍କୁ ଅପରାଜିତା ଫୁଲ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ପ୍ରଭୁ ଜଗନ୍ନାଥ ପ୍ରସନ୍ନ ହୋଇଥାନ୍ତି ।

6- ପଞ୍ଚୁକ 5 ଦିନର ଶେଷରେ ଡଙ୍ଗା ଭାଷା ହୋଇଥାଏ । ଏହି ଦିନ ଡଙ୍ଗା କିଣି ଭସାଇବାର ବିଧି ରହିଛି । ଏହି ଦିନ କଦଳୀ ପଟୁଆ ରେ ଡଙ୍ଗା ଭସାଇଲେ ସବୁ ଇଚ୍ଛା ପୂରଣ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ପଞ୍ଚୁକ ରେ କେଉଁ କାମ କରିବା ଉଚିତ ନୁହେଁ । ଏହି ଦିନ ମାନଙ୍କରେ କାଠ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରି ମନା କର ଯାଇଛି । କାରଣ ଏହା ଶୁଭ ହୋଇ ନ ଥାଏ । ଏମିତି କରିଲେ ବିପଦ ଆସିଥାଏ । ଏହି ସମୟରେ ଘାସ, କାଠ ଜଳୁଥିବା ବସ୍ତୁ କୁ ଏକତ୍ର କରିବା ଉଚିତ ନୁହେଁ । ଏହି ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ ।

କାରଣ ଏହା ଯମ ଙ୍କ ମାର୍ଗ ହୋଇଥାଏ । ପଞ୍ଚୁକରେ ରେବତୀ ନକ୍ଷତ୍ର ଲାଗିଥିଲେ ଘରର ଛାତ ବନାଇବା ଉଚିତ ନୁହେଁ । ଶେଷରେ ପଞ୍ଚୁକ ରେ ଶବ ର ଅନ୍ତିମ ସଂସ୍କାର କରିବା ପୂର୍ବରୁ ପଣ୍ଡିତ ଙ୍କ ପରାମର୍ଶ ଦେବା ଉଚିତ । ଏହି ଦିନ ଗୁଡିକରେ ବ୍ୟାପାର, ବିବାହ, ନିର୍ବାଧ କରିଲେ ଶୁଭ ଫଳ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *