Anubhab ବର୍ଷାକୁ ଖରାକୁ ଛାଡନ୍ତିନି, ସେ ବର୍ଷାକୁ ବହୁତ ଭଲ ପାଉଥିଲା… ଦେଖନ୍ତୁ Anubhab ଓ Barshaଙ୍କ ସମ୍ପର୍କକୁ ନେଇ କଣ କହୁଛନ୍ତି Bhikari Swain

ଦର୍ଶକ ବନ୍ଧୁ ଆପଣ ମାନେ ଓଡିଆ ଜଗତର ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ଦୁହିଙ୍କର ପାରିବାରିକ ମାମଲାକୁ ନେଇ ଆଜି ବି ଚର୍ଚ୍ଚା ହେଉଛି । ଗୋଟେ ସମୟ ଥିଲା ଯେତେବେଳେ ଅନୁଭବ ଏବଂ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିଲା । ଦୁହେଁ ପରସ୍ପର କୁ ବହୁତ ଭଲ ପାଉଥିଲେ ଯାହାକୁ ନେଇ ଦୁହେଁ ଚର୍ଚ୍ଚା ରେ ବି ରହୁଥିଲେ ।

କିନ୍ତୁ ଦୁହିଙ୍କ ସୁଖର ସଂସାରରେ କାହାର ନଜର ଲାଗିଲା କି ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି । ବର୍ତ୍ତମାନ ଉଭୟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚାହୁଁ ଛନ୍ତି ଆଉ ଦୁହିଙ୍କର ମାମଲା ପାରିବାରିକ ଅଦାଲତରେ ଏବେ ବି ବିଚାରଧିନ ଅବସ୍ଥାରେ ରହିଛି । ତେବେ ଏହାରି ମଧ୍ୟରେ ଓଡିଆ ଅଭିନେତା ଭିକାରି ସ୍ଵାଇଁ ଅନୁଭବ ଏବଂ ବର୍ଷାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭିକାରି ସ୍ଵାଇଁ ସାକ୍ଷାତ୍କାର ରେ କହିଛନ୍ତି “ମୁଁ ଅନୁଭବ ସହ ବହୁତ ଫିଲ୍ମ କରିଛି ଆଉ ତା ବିଷୟରେ ବହୁତ କିଛି ଜାଣିଛି । ଆଜ୍ଞା ଅନୁଭବ ବର୍ଷାକୁ ବହୁତ ଭଲ ପାଏ । ବାଳୁଙ୍ଗା ଟୋକା ଫିଲ୍ମ ଯେଉଁ ଶୁଟିଙ୍ଗ ହେଉଥିଲା ମେଣ୍ଟାଲ ହେଉ ଦିବାନା ଫିଲ୍ମ ହେଉ ଯେତେ ଫିଲ୍ମ ଅଛି ଅନୁଭବ ବର୍ଷାକୁ ଏତେ ଭଲ ପାଏ ତା ପାଇଁ ଗୋଟେ କାର ଏସି ଲଗେଇ ରଖିଥିବ ।

ବର୍ଷା ଯାଇ ସେହି ଏସି ଗାଡିରେ ବସିବେ । ଅନୁଭବ ବର୍ଷାକୁ ଖରାକୁ ଛାଡିବନି । ଅନୁଭବ ଗୋଡେ ଗୋଡେ ଜଗି ଥିବ ମାନେ ଏତେ ସେ ଭଲ ପାଏ ଭଲ ପାଇବାର ସୀମା ବାହାରେ । ବର୍ଷା ବି ସେତିକି ଭଲ ପାଏ । ହେଲେ କଣ ହେଲା ରାଜନୀତି କଣ ପଶିଗଲା ତାଙ୍କ ଭିତରେ ଏ ଯେମିତି ଆମର ଏମପି ହେଇଗଲା ତା ପରେ ନିଜ ଭିତରେ ଗୋଟେ ବିଭ୍ରାଟ ହେଇ ଏତେ ଭିତରକୁ ଗଲାଣି କଥା ଆଉ ।

ହେଲେ ଦୁହେଁ ପରସ୍ପରକୁ ବହୁତ ଭଲ ପାନ୍ତି । ଏବେ ଅନୁଭବ ଡିପ୍ରେସନ କୁ ପଳାଇୟା ଯାଇଛନ୍ତି ଏହାର କାରଣ ଯେବେ ଗୋଟେ ସ୍ତ୍ରୀ ସ୍ଵାମୀ କୁ ଛାଡି ଚାଲିଯାଏ ସେୟା ହିଁ ହେବ । ସେ ନିଜ ସ୍ତ୍ରୀ କଥା ନିହେ ଜାଣିଛି ନା । ଦୁହେଁ ପରସ୍ପରକୁ ବହୁତ ଭଲ ଭାବେ ଜାଣିଛନ୍ତି । ଦୁଇ ଜଣ ପୁଣି ଥରେ ଏକାଠି ହୁଅନ୍ତୁ । ଆଉ ମିଶିକି ଦୁହେଁ ଆଗ ଭଳି ଘର ସଂସାର କରନ୍ତୁ କଳା ଲାଇନ ରେ ଯାଆନ୍ତୁ । ଏତିକି ମୋର ଭଗବାନ ଙ୍କ ନିକଟରେ ପ୍ରାର୍ଥନା” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *