ଅନୁଭବ ଓ ବର୍ଷାଙ୍କ ସମ୍ପର୍କ ଏବେ କାଠଗଡାରେ ! ଅନୁଭବଙ୍କ ନାଁରେ ବର୍ଷା ଆଣିଲେ ଏଭଳି ଅଭିଯୋଗ, କହିଲେ…

ଓଡିଆ ସିନେମାର ହିଟ ଯୋଡି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଚଳଚିତ୍ର ଜଗତରୁ ସମ୍ପର୍କ ପରେ ସେମାନେ ବାସ୍ତବ ଜୀବନରେ ଦୁଇଜଣ ବିବାହ କରିଥିଲେ । ଏବେ ଟଙ୍କା ସଂପର୍କକୁ ନେଇ ବଡ ଖବର ସାମନାକୁ ଆସିଛି । ଏସ ଡିଜେ ଏମ କଟକ ସଦର ଅଦାଲତରେ ନିଜର ଭରଣ ପୋଷଣ ପାଇଁ ଅଭିଯୋଗ କରିଛନ୍ତି ବର୍ଷା । ବର୍ଷା ଏହି ମକଦ୍ଧମା ତାଙ୍କ ନିଜ ସ୍ଵାମୀ ନାମରେ କରିଛନ୍ତି । ଅନୁଭବ ଜଣେ ପ୍ରତିଷ୍ଠିତ ଆଲିଉଡ ହିରୋ ଓ କେନ୍ଦ୍ରାପଡ଼ାର ସାଂସଦଙ୍କ, କିନ୍ତୁ ଆଜି ବର୍ଷା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।

ସେ ତାଙ୍କ ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ସେ ଗୋଟେ ମଦୁଆ ଏବଂ ଡାଇବେଟିସ ରୋଗୀ ଅଟନ୍ତି । ସେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଆମ ରୁମରେ ମଦ ପିଇ ମୋ ସହ ଖରାପ ବ୍ଯବହର କରନ୍ତି ।

Image Courtesy: Google

ବର୍ଷା କହିଛନ୍ତି କି ତାଙ୍କ ସ୍ଵାମୀଙ୍କର ସିନେମା ଜଗତର ଥିବା ଅଲଗା ଝିଅ ମାନଙ୍କ ସହିତ ଖରାପ ସମ୍ପର୍କ ରହିଛି । ସେ ନିଜ ରହିବା ପାଇଁ ଘରଭଡା ୨୦,୦୦୦ ଟଙ୍କା, ମାସିକ ଭରଣ ପୋଷଣ ପାଇଁ ୫୦,୦୦୦ ଟଙ୍କା, କ୍ଷତି ପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ନିଜର ସ୍ୱାସ୍ଥ୍ୟ ଓ କାମ ହରାଇ ଥିବାରୁ କ୍ଷତି ପୂରଣ ହିସାବରେ ୨ କୋଟି ଟଙ୍କା ଦାବି କରିଛନ୍ତି ।

Image Courtesy: Google

ବର୍ଷା ଅଭିଯୋଗ କରିଛନ୍ତିକି ଅନୁଭବ ତାଙ୍କ ସାଙ୍ଗ ମାନଙ୍କ ସହିତ ବେଡରୂମ ବସି ମଦ୍ୟପାନ କରନ୍ତି । ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନ ଦିଅନ୍ତି । ସେ ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଛନ୍ତି ମଧ୍ୟ । ବର୍ଷା ସିଆରଏଲ ଏମସୀ ନମ୍ବର ୯୪/୨୦୨୦ ରେ ପ୍ରୋଟେକଶନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନସ ଆକ୍ଟ ୨୦୦୫ ର ଦଫା ୧୨,୧୭,୧୮, ୧୯, ୨୦, ୨୨ ରେ ମକଦ୍ଧମା ଦାୟର କରିଛନ୍ତି ।

Image Courtesy: Google

ତେବେ ସବୁ ଠିକ ଥିବା ବେଳେ ହଟାତ ସେମାନଙ୍କ ସମ୍ପର୍କରେ ଏତେ ବଡ ଫାଟ ସୃଷ୍ଟି ହେବା ବହୁତ ଆଶ୍ଚର୍ଯ୍ୟ କରିଦେଉଛି । କିନ୍ତୁ ଏହାର ପରିଣାମ ଏବେ କଣ ହେବ ଏହା ଦେଖିବା ବାକି ରହିଲା । ଆପଣଙ୍କୁ କଣ ଲାଗୁଛି କଣ ବର୍ଷା ଆଣିଥିବା ଅଭିଯୋଗ କେତେ ସତ ଓ କେତେ ମିଛ ? ଏହି ଘଟଣା ଉପରେ ଆପଣଙ୍କ ମତାମତ ନିଶ୍ଚୟ ଦେବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କାରବିକାଉ ଭୁଲିବେନି ।

Leave a Reply

Your email address will not be published. Required fields are marked *