ଆପଣଙ୍କ ହାତ ର ଲମ୍ବତା ଆପଣଙ୍କ ସ୍ଵଭାବ ବିଷୟରେ କହିଥାଏ କିଛି ବିଶେଷ କଥା- ଜାଣନ୍ତୁ କେମିତି

ଆପଣ ବହୁତ ଥର ପଢିଥିବେ ବା ଶୁଣିଥିବେ ଯେ ହାତର ରେଖା ଆମ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜଣେଇଥାଏ, ଏମିତିକି ଆଙ୍ଗୁଠି ର ଲମ୍ବା ହବା ବିଷୟରେ ମଧ୍ୟ ଶୁଣିଥିବେ, ଯଦି ଆପଣଙ୍କୁ କହିବୁ ହାତ ର ଲମ୍ବ ବି ବ୍ୟକ୍ତିତ୍ଵ କଥା କହେ ତ ବିଶ୍ୱାସ ହେବନାହିଁ । ହେଲେ ଏକ ଅଧ୍ୟୟନ ପରେ ଏସବୁ ସାମ୍ନା କୁ ଆସିଛି । ଚାଲନ୍ତୁ ଜାଣିବା ହାତ ର ଲମ୍ବ ରେ କଣ ବିଶେଷ କଥା ଅଛି ।

ଆପଣ କି ପରିସ୍ଥିତି ରେ କି ପ୍ରତିକ୍ରିୟା ଦିଅନ୍ତି ବା ଆପଣଙ୍କ ଜୀବନ ବଞ୍ଚିବାର ଦୃଷ୍ଟିକୋଣ କିପରି, ଆପଣ ଙ୍କ ହାତ ଦେଖିଲେ ଜଣା ପଡିଯାଏ ।

ଅନ୍ୟଙ୍କ ର ହାତ ଦେଖିଲେ ମଧ୍ୟ ଏ ବିଷୟରେ ଜାଣି ପାରିବେ । ପ୍ରଥମେ ଆପଣଙ୍କ ହାତ ଲମ୍ବା କି ଛୋଟ ଜାଣିବା ପାଇଁ ନିଜ ବାମ ହାତ କୁ ୪୫ ଡିଗ୍ରୀ କୋଣ ରେ ରଖନ୍ତୁ । ତାପରେ ଡାହାଣ ହାତ ର ଆଙ୍ଗୁଠି କୁ ବାମ ହାତ ର କହୁଣି ର ମଝାମଝି ରଖି ବାମ ହାତ ର ପଞ୍ଝା ଆଡକୁ ଠେଲନ୍ତୁ । ଯଦି ବାମ ହାତ କାନ୍ଧ ଯାଏ ପାଇବ ତ ଆପଣ ଙ୍କ ହାତ ଲମ୍ବା ଅଛି । ଯଦି ନପାଏ ତ ହାତ ଛୋଟ ।

ଯଦି ଆପଣ ଙ୍କ ହାତ ଛୋଟ ତାର ଅର୍ଥ ହଉଛି ଆପଣ ବହୁତ ନିର୍ଭୀକ । ଏହାର ଅର୍ଥ ଆପଣ ଅସୁବିଧା ସମୟ ରେ ଡରିଯାନ୍ତି ନାହିଁ । କିନ୍ତୁ ଏମିତିକା ଲୋକ ସମ୍ପର୍କ ନିଭାଇବା ରେ ଅସମର୍ଥ ହୋଇଥାନ୍ତି । ଚିନ୍ତାଶକ୍ତି କମ୍ ଥାଏ ଓ ନିଜ ଇଚ୍ଛା ରେ କାମ କରନ୍ତି ।

ଯେଉଁ ଲୋକର ହାତ ଲମ୍ବା, ସେମାନେ ଚିନ୍ତା କରି କାମ କରନ୍ତି । ସେମାନଙ୍କ ର ଖାସ୍ ଗୁଣ ହେଉଚି, ତାଙ୍କୁ ଯଦି ସଫଳତା ନମିଳେ ସେ ନିଜେ ନିଜ ବୁଦ୍ଧି ରେ ସଫଳତା ହାସଲ କରି ଥାନ୍ତି । ସେ ଭାବୁକ ହୋଇଥାନ୍ତି । ଅନ୍ୟ ମାନଙ୍କ ସହ ଶୀଘ୍ର ମିଶିଯାନ୍ତି । ଏହି କାରଣରୁ ଦୁଃଖୀ ବି ହୋଇଥାନ୍ତି ।

ହାତ ର ଆକାର ୨ ପ୍ରକାର ର ହୋଇଥାଏ । ଯାହା ହାତ ସମତଳ ହୋଇଥାଏ, ସେ ସବୁବେଳେ ତର୍କ ଉପରେ ବିଶ୍ୱାସ କରନ୍ତି ଓ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନିଅନ୍ତି । ଆଉ ଯାହା ହାତ ବକ୍ର ହୋଇଥାଏ ସେ ସବୁବେଳେ ନିଜ ମନ କଥା ଶୁଣନ୍ତି । ତାଙ୍କ ସ୍ଵଭାବ ତାଙ୍କ ପାଇଁ ବିପଦଜନକ ହୋଇଥାଏ । ତ ଏବେ ଆପଣ ନିଜ ହାତ ଦେଖି ଜାଣି ପାରିବେ ଆପଣ କେଉଁ‌ଶ୍ରେଣୀ ରେ ଗଣା ହେଉଛନ୍ତି ।

Leave a Reply

Your email address will not be published. Required fields are marked *