ଆପଣଙ୍କ ପର୍ସ ରେ ମଧ୍ୟ ବଞ୍ଚୁ ନାହିଁ ଟଙ୍କା ତେବେ କରନ୍ତୁ ଏହି ଉପାୟ, କଙ୍ଗାଳ ହେବାରୁ ବଞ୍ଚି ପାରିବେ

ଆଜିକା ସମୟରେ ସମସ୍ତେ ସଫଳତା ପଛରେ ଦଉଡୁଛନ୍ତି ଯାହା ଦ୍ଵାରା ସେ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରି ପାରନ୍ତୁ ଓ ନିଜ ପରିବାରକୁ ଗୋଟେ ଭଲ ଜୀବନ ପ୍ରଦାନ କରି ପାରନ୍ତୁ । ଏମିତି ସମୟରେ ବହୁତ ଲୋକଙ୍କୁ ସଫଳତା ପ୍ରାପ୍ତ ମଧ୍ୟ ହୋଇଥାଏ କିନ୍ତୁ ତାଙ୍କ ପାଖରେ ଟଙ୍କା ବଞ୍ଚି ପାରେ ନାହିଁ । ଆଜିକା ସମୟରେ ଯୁବକ ହେଉ ବା ଛୁଆ ଆଜିକା ସାମୀରେ ସମୟରେ ସମସ୍ତଙ୍କ ପକେଟ ରେ ପର୍ସ ନିହାତି ଥିବ ।

ତେବେ ଆପଣ ମଧ୍ୟ ପର୍ସ ରେ କିଛି ବଳୁ ନାହିଁ ବୋଲି ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ ଓ ଆପଣଙ୍କ ପର୍ସ ରେ ଟଙ୍କା ରହିବ ।

ପର୍ସ ରେ ଟଙ୍କା ନରହିବାର ସବୁଠାରୁ ବଡ କାରଣ ଆପଣଙ୍କ ଖର୍ଚ ଅଟେ କିନ୍ତୁ ଏହା ଛଡା ମଧ୍ୟ ଏହାର ବହୁତ ଗୁଡେ କାରଣ ହୋଇ ପାରେ । ବାସ୍ତୁ ଶାସ୍ତ୍ର ଅନୁଯାଇ ପର୍ସ ରେ ଟଙ୍କା ସଂଗ୍ରହ ସେତେବେଳେ ହବ ଯେତେବେଳେ ଧନ ଦେବୀ ମାଁ ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଅନୁକମ୍ପା ରହିବା । କିନ୍ତୁ ସମସ୍ତଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ହେଲେ ମଧ୍ୟ ଧନ ରୁହେ ନାହିଁ । ତେବେ ଏହି ସମ୍ବନ୍ଧ ରେ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ବିଶେଷ ଅଟେ ପର୍ସ ଯଦି ରଖୁଛନ୍ତି ତେବେ ଏହି ୫ଟି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ଫଟା ପର୍ସ – ଯଦି ଆପଣଙ୍କ ପରଶ ଫାଟି ଯାଇଛି ତେବେ ଏହାକୁ ଅତି ଶୀଘ୍ର ବଦଳିବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଏହା ପାଇଁ ଆପଣଙ୍କୁ ଆର୍ଥିକ ହାନି ହୋଇ ପାରେ । ପର୍ସ ଟଙ୍କା ରଖିବା ପାଇଁ ହୋଇଥାଏ କିନ୍ତୁ କେତେକ ଲୋକ ପର୍ସ ରେ କାଗଜ ରଖନ୍ତି ଯାହା ଦ୍ଵାରା ଟଙ୍କା ବା ଧନ ବାସ କରେ ନାହିଁ । ସେଥିପାଇଁ ଯେତେ ଶୀଘ୍ର ଏହି ଅଭ୍ଯାସ ବଦଳିବା ପାଇଁ ଚେଷ୍ଟା କରନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ପୁରୁଣା କାଗଜ ଦ୍ଵାରା ରାହୁ ଗ୍ରହ ଛାଇ ପଡିଥାଏ ସେଥିପାଇଁ ପର୍ସ ରେ ପୁରୁଣା ଜିନିଷ ରଖନ୍ତୁ ନାହିଁ । ଯଦି ଆପଣ ପର୍ସ ରେ ଖାଇବା ପିବା ଜିନିଷ ରଖନ୍ତି ତେବେ ଆପଣଙ୍କୁ ଜୀବନ ସାରା ଧନ ଅଭାବ ରହିବ । ଯଦି ଆପଣଙ୍କ ପର୍ସ ରେ ବଟିକା ଔଷଧ ବା ଅନ୍ୟ ଜିନିଷ ଥାଏ ତେବେ ଏହା ଦ୍ଵାରା ସକାରାତ୍ମକ ଊର୍ଜା ଅଭାବ ହୋଇଥାଏ ।

Leave a Reply

Your email address will not be published. Required fields are marked *