ଘରୁ ବିଦାୟ ନେଇଥିବା ନୂଆବୋହୂ, ରାସ୍ତାରେ ତାକୁ କାରରୁ ବାହାର କରି ଚାଲିଗଲା ବର

ମଧ୍ୟପ୍ରଦେଶ ଖବର ,ବିବାହରେ ଯୌତୁକ କମ ମିଳିବାରୁ ରାଜି ନଥିବା ବର ବିଦାଇ ପରେ ନୂଆବୋହୂକୁ ଗାଡିରୁ ଓଲ୍ଲାହି ପୁଣି ବାପା ଘରକୁ ପଠାଇ ଦେଲା । ନୂଆବୋହୂ ପାଖାପାଖି ୫୦୦ ମିଟର ପାଦରେ ଚାଲି ପୁଣି ବାପଘରେ ପହଞ୍ଚିଲା । ପିରିବାର ଲୋକଙ୍କୁ ସମ୍ପୂର୍ଣ ଘଟଣା ବିଷୟରେ କହିଲା । ପରିବାର ଲୋକ ନୂଆବୋହୁକୁ ଗାଡିରେ ବସାଇ ଥାନାକୁ ନେଇଗଲେ । ପୋଲିସ ବରକୁ ଫୋନ କରି ଥାନାକୁ ଡାକିଲା ତ ସେ ପ୍ରଥମେ ମନାକଲା ,କିନ୍ତୁ ପରେ ଆସିବା ପାଇଁ ପ୍ରସ୍ତୁତ ହୋଇଗଲା ।

ପୋଲିସ କଡାକଡି ଆଦେଶ ଦେଇ ନୂଆବୋହୁକୁ ଥାନାରୁ ହିଁ ବିଦା କରିଥିଲେ ।

ଦେହାତ ଥାନାରେ ପହଞ୍ଚି ଥିବା ମିଶ୍ରର ପୁରା ନିବାସୀ ସୈନିକ ଇନ୍ଦ୍ରଜିତ ଜାଟବ କହିଛନ୍ତି କି ୨୫ ଫେବୃୟାରୀ ରେ ଭଉଣୀ ବର୍ଷା ଜାଟବ ର ବିବାହ ଅଟେର ର ଖେରୀ ଗାଁରେ କୁଲଦୀପ ଜାଟବଙ୍କ ସହିତ ହୋଇଥିଲା । ବୁଧବାର ଦିନ ସନ୍ଧ୍ୟା ୬ଟା ରେ ବର୍ଷାକୁ କୁଳଦୀପ ସହିତ ବୋଲରରେ ବସାଇ ବାପା ଘରୁ ବିଦା କରାଗଲା । ଘର ଠାରୁ ୫୦୦ମିଟର ଦୂର ଯିବା ପରେ ବର ଯୌତୁକ କମ ଥିବା କଥା କହି ନୂଆବୋହୂକୁ ଗାଡିରୁ ଓଲ୍ଲାହି ଦେଲା ।

ବର ପୋଲିସ ଏସଆଇଙ୍କୁ କହିଲା କି ନିଜେ ଓଲ୍ଲାହୀ ଯାଇଥିଲା ଝିଅ

ଏସଆଇ ଗୀତା ଝିଅର ପରିବାର ଠାରୁ ବରର ମୋବାଇଲ ନମ୍ବର ନେଲେ । ଗୀତା ଟା ସହିତ କଥାହେଲେ ,ଗୀତା ପଚାରିଲେ କି ବର୍ଷାଙ୍କୁ କଣ ପାଇଁ ଛାଡିଦେଲ । କୁଳଦୀପ ଉତ୍ତର ଦେଲେ କି ସେ ନିଜେ ଓଲ୍ଲାହୀ ଯାଇଥିଲା । ଏସଆଇ କହିଲେ ଥାନାକୁ ଆସ । ଏହା ଶୁଣି କୁଳଦୀପ ଫୋନ କାଟିଦେଲା ,ଏସଆଇ ପୁଣି ଫୋନ କଲେ ଏବଂ ପଚାରିଲେ କି ଫୋନ କଣପାଇଁ କାଟିଲ କୁଳଦୀପ କହିଲା କି ଥାନାକୁ ଯାଉଛି । ଏହାପରେ ସେ ଥାନାରେ ପହଞ୍ଚିଲା । ପୋଲିସ ତାକୁ କଡାକଡି ଆଦେଶ ଦେଲେ ଏବଂ ଝିଅକୁ ଥାନାରୁ ହିଁ ବିଦାକଲେ ।

କୁହାଯାଇଛି କି ଝିଅ ଘର ଲୋକ ଠିକ ହୋଇଥିବା ସବୁ ଜିନିଷ ଦେଇଥିଲେ । ବିଧି ଆନୁସାରେ ଟଙ୍କା ବି ଦେଇଥିଲେ । ଝିଅର ଭାଇ ସେନାରେ ଅଛନ୍ତି ,ଯେତବେଳେ କମ ଟଙ୍କା ମିଳିଲା ତ ବରକୁ ଏହା କହିବାର ଶୁଣାଗଲା କି ଭାଇ ସେନାରେ ଅଛି ପୁଣି ବି କମ ପଇସା ଦେଇଛନ୍ତି । ପରିବାର ଲୋକ ଆସି ଅଭିଯୋଗ କରିଛନ୍ତି କି ବିଦାଇ ପରେ ବର କମ ଯୌତୁକ ମିଳିବା କାରଣରୁ ରାଗି ଗାଡିରୁ ଓଲ୍ଲାହୀ ଦେଲା । ବରକୁ ଡକାଗଲା ଏବଂ ବୁଝାଇ ଥାନାରୁ ହିଁ ବିଦା କରାଗଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *