ଚୋରୀ କରି ଧରାପଡିଲେ ୨ ଜଣ ଅଭିନେତ୍ରୀ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ମନୁଷ୍ୟ ର ଲୋଭ କାହାକୁ କେତେବେଳେ କେଉଁ ଅପରାଧ କରାଇବାରେ ବାଧ୍ୟ କରି ପାରିବ ତାହା କହିବା ଅସମ୍ଭବ । ବନ୍ଧୁଗଣ ଏହି ସଂସାରରେ ମନୁଷ୍ୟ କୁ ଶ୍ରେଷ୍ଠ ବୋଲି କୁହାଯାଇଅଛି । ଅନ୍ୟ ଜୀବଜନ୍ତୁ ଙ୍କ ତୁଳନାରେ ମନୁଷ୍ୟ ଏକମାତ୍ର ଯେ କି ସବୁ ଅସମ୍ଭବ କୁ ସମ୍ଭବ କରିପାରେ । ମାତ୍ର ତୁଛ ଲୋଭ ମାୟା ର ବଶୀଭୂତ ହୋଇ ଅଳ୍ପ ସମୟରେ ଅଧିକ ଧନରାଶି ନିମନ୍ତେ ସେ

ନାନା ପ୍ରକାରର ଅପରାଧ ମାନ କରିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଅପରାଧ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଫାତିମା ନାମକ ଏକ ମହିଳା ୨ ବର୍ଷ ହେବ ଡାଇମଣ୍ଡ-୨ ରେ ପେନଗେଷ୍ଟ ଭାବରେ ରହୁଥିଲେ । ବନ୍ଧୁଗଣ ସେ କିଛି ଦିନ ନିମନ୍ତେ ବାହାରକୁ ଯାଇଥିଲେ । ସେହି ବିଲିଡିଂ ରେ ଅନ୍ୟ ଦୁହି ଜଣ ମହିଳା ରହୁଥିଲେ ।

ସେମାନେ ସେହି ସମୟର ସୁଯୋଗ ଉଠାଇ ଫାତିମାଙ୍କ ଘରୁ ଚୋରୀ କରିନେଲେ । ବନ୍ଧୁଗଣ ସୂଚନା ଯୋଗ୍ୟ ଯେ, କୋରିୟ କରିଥିବା ମହିଳା ଦୁହେଁ ଫାତିମା ଙ୍କର ବନ୍ଧୁ ସାଦୃଶ୍ୟ ହେବେ । ଅର୍ଥାତ ସେମାନେ ଫାତିମା ଙ୍କୁ ଭଲ ଭାବରେ ଜାଣିଥିଲେ । ବନ୍ଧୁଗଣ ଏହି ବିଚକ୍ଷଣ ମହିଳା ଦୁହେଁ ଅତି କୌଶଳତାର ସହିତ ଫାତିମା ନିଜ ଘରେ ନଥିବା ଅବସ୍ଥାରେ ତାଙ୍କ ଘରେ ପଶି ୩ ଲକ୍ଷ ୫୦ ହଜାର ଟଙ୍କା ଚୋରୀ କରିନେଇଥିଲେ ।

ବନ୍ଧୁଗଣ ଚୋରୀ କରିବା ପରେ ଉଭୟ ସେଠାରୁ କେଉଁଠାକୁ ଲୁଚି ପଳାଇଥିଲେ । ମାତ୍ର ପୋଲିସ ଙ୍କ ସନ୍ଧାନ ଅନୁଯାୟୀ ଡିଟେକ୍ଟିଭ ଟିମ ଯାଇ ସେଠାରେ ଅନୁସନ୍ଧାନ କରିଥିଲେ । ଏହାପରେ ସେମାନେ ସେଠାରେ ତାଙ୍କ ମୋବାଇଲ ତଥା ବିଲ୍ଡିଙ୍ଗ ର ସିସିଟିଭି କ୍ୟାମେରା ସାହାର୍ଯ୍ୟ ରେ ସମସ୍ତ ଫୁଟେଜ ଜରିଆରେ ତଥ୍ୟ ଏକତ୍ରିତ କରି ଚୋରୀ କରି ଫେରାର ହୋଇଥିବା ମହିଳାଙ୍କୁ ଗିରଫ କରିଥିଲେ ।

ବନ୍ଧୁଗଣ ପୋଲିସ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସେ ପୋଲିସ କଷ୍ଟଡି ରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଠାରୁ ୫୦ ହଜାର ଟଙ୍କା ଜବତ କରାଯାଇଅଛି । ମାତ୍ର ବାକି ଇନଭେଷ୍ଟିକେସନ ଚାଲୁଅଛି ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ବନ୍ଧୁଗଣ ଚୋରୀ କରିଥିବା ମହିଳା ଙ୍କ ନାମ ହେଉଛି ଜଣେ ସୁରଭି ଶ୍ରୀବାସ୍ତବ ଏବଂ ଅନ୍ୟ ଜଣଙ୍କ ନାମ ମୋଶନାସ ଶ୍ରୀବାସ୍ତବ । ଉଭୟ ଟିଭି ସିରିୟଲ ସାବଧାନ ଇଣ୍ଡିଆ ତଥା କ୍ରାଇମ ପେଟ୍ରୋଲ ରେ ଛୋଟ ମୋଟ ଅଭିନୟ କରୁଥିବାର ସୂଚନା ମିଳିଅଛି ।

ମାତ୍ର ଶେଷରେ ଆମ୍ଭର ଗୋଟିଏ ପ୍ରଶ୍ନ ସରକାର ତଥା ଟେଲିଭିଜନ ଇଣ୍ଡଷ୍ଟ୍ରି ରେ ସଚେତନତାକୁ ନେଇ ନାନା ପ୍ରକାରର ଉଦାହରଣ ତଥା ଧାରାବାହିକ ପ୍ରଦର୍ଶନ କରାଯାଉଛି ମାତ୍ର ଯୁବାପିଢୀ ସବୁକୁ ଆଡେଇ ଦେଇ ଅପରାଧ ଉପରେ ଅପରାଧ ଭିଆଇବାରେ ଲାଗିଅଛି । ଏହା କେତେ ମାତ୍ରାରେ ସମାଜ ଉପରେ ପ୍ରଭାବ ପକାଉଛି ? ବନ୍ଧୁଗଣ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *