ଟ୍ୟାକ୍ସି ବିକି ରାଜବିର ବଞ୍ଚାଇଥିଲେ ଅଜଣା ଝିଅର ଜୀବନ, ବଦଳରେ ଆଶିମା କଲେ କିଛି ଏମିତି

ସକାଳୁ ଆମେ ଯେତବେଳେ ଖବର କାଗଜ ଉଠାଇଥାଉ ,ତାହେଲେ ଆମକୁ ବହୁତ ପ୍ରକାରର ଖବର ତ ମିଳିଥାଏ ,ଏହା ସହିତ ଆମକୁ ସବୁ ଦିନ ସଡକ ଦୁର୍ଘଟଣାର ଖବର ମିଳିଥାଏ । ଯାହା ଏବେ ସମସ୍ତଙ୍କ ପାଇଁ ସାଧାରଣ ହୋଇଗଲାଣି । ଆପଣଙ୍କୁ ଖବର କାଗଜରେ ସବୁଦିନ ଦେଖିବାକୁ ମିଳିବ କି ଆସୁଥୁବା ଦିନରେ କେତେ ଦୁର୍ଘଟଣା ହେଉଛି ,ଯାହା ଅଧା ରୁ ଅଧିକ ରାସ୍ତା ଉପରେ ହିଁ ହେଉଛି ବୋଲି ଦେଖା ଯାଇଥାଏ ।

ଆପଣ କେବେ ଏହା ଦେଖି ଥିବେ କି ଯେତବେଳେ ବି ସଡକ ଦୁର୍ଘଟଣା ହୋଇଥାଏ ତାହେଲେ ବହୁତ ଏମିତି କମ ଲୋକ ଥାନ୍ତି ଯିଏ ନିଜର ସମୟରୁ କିଛି ସମୟ ବାହାର କରି ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିର ସାହାଯ୍ୟ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଜଣେ ଝିଅ ସଡକ ଦୁର୍ଘଟଣାର ଶିକାର ହୋଇଗଲେ । ଏହି ଖବର ସବୁଠାରୁ ଅଧିକ ଆଶ୍ଚଜ୍ୟର କଥା ଏହା ଥିଲା କି କେହିବି ତା ଆଡକୁ ପାଦ ବଢାଇଲେ ନାହିଁ କିନ୍ତୁ ଜଣେ ଟ୍ୟାକ୍ସି ବାଲାକୁ ଏହା ଏହା ଦେଖା ଗଲା ନାହିଁ । ସେ ତାର ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲନୁ ନେଇ ଗଲେ ଏବନହ ଏତିକି ନୁହେଁ ସେ ନିଜର ଟ୍ୟାକ୍ସି ବିକି ସେହି ଝିଅର ଜୀବନ ବଞ୍ଚାଇଲା । ଏହି ଘଟଣା ସହାରନପୁର ର ଅଟେ ।

ଟ୍ୟାକ୍ସି ବାଲା ଏତେ ଗରିବ କି ତାର ପ୍ରତିଦିନର ରୁଟି ଟ୍ୟାକ୍ସି ରୁ ହିଁ ଚଳୁଥିଲା ,ନିଜର ଟ୍ୟାକ୍ସି ବିକିଲା ପରେ ସେ ଦାନାର ମୋହତାଜ ହେଇଗଲେ । ଏହି ଟ୍ୟାକ୍ସି ଚାଳକଙ୍କ ନାମ ରାଜବିର ଅଟେ । ସେ ନୂଆ ଟ୍ୟାକ୍ସି କିଣିଥିଲେ ଏବଂ ଗୋଟେ ଦିନ ରାସ୍ତାରେ ଯାଉଥିବା ସମୟରେ ଦେଖିଲେ କି ଜଣେ ସୁନ୍ଦର ଝିଅ ରକ୍ତରେ ଜୁଡୁବୁଡୁ ହୋଇ ରାସ୍ତାରେ ପଡିଛି ,ସେ ତାକୁ ଟ୍ୟାକ୍ସିରେ ବସାଇଲେ ଏବଂ ହସ୍ପିଟାଲକୁ ନେଇଗଲେ । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର କହିଲେ କି ଅପରେସନ ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର । ଏହା ଶୁଣି ରାଜବିର ଡେରି ନକରି କିଛି ନଭାବି ସେ ୨.୫ଲକ୍ଷ ଟଙ୍କାରେ ନିଜ ଟ୍ୟାକ୍ସିକୁ ବିକି ତାର ଅପରେସନ କରାଇଲେ ଏବଂ ଅପରେସନ ସକ୍ସେସଫୁଲ ହେବା ପରେ ସେହି ଝିଅ ନିଜ ଘରକୁ ଚାଲିଗଲା ।

ଏହାପରେ ଗୋଟେ ଦିନ ସେହି ଝିଅ ତାଙ୍କ ଘରକୁ ଆସିଲା ଯାହାର ରାଜୀବ ଜୀବନ ବଞ୍ଚାଇ ଥିଲେ ଏବଂ ରାଜୀବ ତାକୁ ଶୀଘ୍ର ଚିହ୍ନିପାରିଲେ । ଯାହାଙ୍କ ନାମ ଆସିମା ଅଟେ । ଆସିମା ତାଙ୍କୁ ନିଜର ଡିଗ୍ରୀର କମ୍ବୋକେସନରେ ଆସିବାକୁ କହିଲେ । ରାଜୀବ ବହୁତ ଗରିବ ଥିଲେ କିନ୍ତୁ ସେ ଭଉଣୀ ଡ଼ାକିଥିବାରୁ ସେଠାରେ ନିଜ ବୁଢୀ ମାଆ ସହିତ ପହଞ୍ଚିଲେ ଏବଂ ସେ ସବୁଠାରୁ ପଛରେ ବସିଲେ । ରାଷ୍ଟ୍ରପତି ପ୍ରଥମେ ଆସିମାଙ୍କ ନାମ ଡାକିଲେ ଏବଂ ତାଙ୍କୁ ଗୋଲ୍ଡ ମେଡାଲରେ ସମ୍ମାନିତ କରାଗଲା । କିନ୍ତୁ ମେଡାଲ ନେବା ବଦଳରେ ସେ ଦୌଡି ରାଜବିରଙ୍କ ପାଖରେ ପହଞ୍ଚିଲେ ଏବଂ କହିଲେ କି ଏହାର ପ୍ରକୃତ ହକଦାର ମୋ ଭାଇ ଅଟେ ଏବଂ ସେ ବିତି ଯାଇଥିବା ସବୁ ଘଟଣା ବିଷୟରେ କହିଲା ଏବଂ ଏହା ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ଏହା ସହିତ ସେ ଭାଇକୁ ଏକ ଟ୍ୟାସ୍କି ବି କିଣି କି ଦେଲେ ଏବଂ ତାଙ୍କ ସହିତ ରହିବାକୁ ବି ଲାଗିଲେ ।

Leave a Reply

Your email address will not be published. Required fields are marked *