ସଫଳତା ପାଇବା ପାଇଁ ମାନେ ରଖନ୍ତୁ ଏହି ଗୋଟେ କଥା- Krishna Vani

ନଦୀ ପାଖ ଦେଇ ଜଣେ ଭିକାରି ଯାଉଥିଲେ । ସେହି ପାଖରେ ଜଣେ ବୃଦ୍ଧା ବସିଥିଲେ । ଭିକାରି ବୁଢା ଲୋକ ଜଣଙ୍କୁ ପଚାରିଲେ ଏଠାରୁ ଗାଁ କେତେ ଦୂର ଅଟେ ?ଶୁଣିଛି ସୂର୍ଯ୍ୟ ଅସ୍ତ ହେବା ପରେ ହିଁ ଗାଁ ର ଦ୍ଵାର ବନ୍ଦ ହୋଇଯାଏ । ଏବେ ସନ୍ଧ୍ୟା ହେବାକୁ ଯାଉଛି ,କଣ ମୁଁ ସେଠାରେ ପହଞ୍ଚି ଜୀବି ? ବୁଢା କହିଲା ଧୀରେ ଚାଲିବ ତ ପହଞ୍ଚି ବି ପାରିବ ।

ଭିକାରି ଏହା ଶୁଣି ଚିନ୍ତାରେ ପଡିଗଲା । ସେ ଭାବିବାକୁ ଲାଗିଲା କି ଲୋକ କହନ୍ତି କି ଶୀଘ୍ର ଯାଅ ,କିନ୍ତୁ ଇଏ ତ ବିପରୀତ କଥା କହୁଛନ୍ତି । ଏଇ ତ ମତେ ଭିକାରି ଭାବି ମଜାକ ଉଡ଼ାଉ ଛନ୍ତି । ସେ ଜୋରରେ ଦୌଡିବାକୁ ଲାଗିଲା ।

ରାସ୍ତା ଆବଡା ଖାବଡା ଏବଂ ପଥରିଆ ଥିଲା । କିଛି ସମୟ ପରେ ଭିକାରି ପଡିଗଲା । କିଛି ପ୍ରକାରରେ ସେ ଉଠିତ ଗଲା ,କିନ୍ତୁ କଷ୍ଟ ପାଇଁ ଚିନ୍ତା କରୁଥିଲା । ସେ ଚାଲି ପାରୁନଥିଲା । ଚାଲିବାରେ ବହୁତ କଷ୍ଟ ହେଉଥିଲା । ସେ କୌଣସି ପ୍ରକାର ତ ଆଗକୁ ବଢିଲା ,କିନ୍ତୁ ସେତବେଳକୁ ଅନ୍ଧାର ହୋଇଯାଇଥିଲା । ସେହି ସମୟରେ ସେ ଗାଁ ଠାରୁ ଅଳ୍ପ ଦୂରରେ ଥିଲା । ସେ ଦେଖିଲା କି କବାଟ ବନ୍ଦ ହୋଇଯାଇଥିଲା ।

ସେ ଦୁଖୀ ହୋଇଗଲା । ତା ଠିକ ପାଖରେ ଜଣେ ବ୍ୟକ୍ତି ଯାଉଥିଲା । ସେ ଭିକାରି କୁ ଦେଖି ହସିବାକୁ ଲାଗିଲେ । ଭିକାରି ରାଗି ଯାଇ କହିଲା ତୁମେ ହସୁଛ କଣ ପାଇଁ ? ବ୍ୟକ୍ତି କହିଲେ କି ଆଜି ଆପଣଙ୍କର ଯାହା ଅବସ୍ତା ହେଇଛି ତାହା କେବେ ମୋର ବି ହୋଇଥିଲା । ଭିକାରୀର ଇଚ୍ଛାଶକ୍ତି ବଢିଗଲା । ସେ ପଚାରିଲା ସଫା ସଫା କୁହ ଭାଇ ।

ସେ ବ୍ୟକ୍ତି କହିଲେ ନଦୀ ପାଖରେ ଜଣେ ବାବା ମତେ ବି କହିଥିଲେ କି ଧୀରେ ଯାଅ । ସେତବେଳେ ମତେ ଠିକ ଲାଗିନଥିଲା । ପ୍ରକୃତରେ ସେ କହିବାକୁ ଚାହୁଁଥିଲେ କି ରାସ୍ତା ଭଲ ନାହିଁ । ସମ୍ଭାଳି ହୋଇ ଚାଲିବ ତ ଶୀଘ୍ର ପହଞ୍ଚି ପାରିବ । ଜୀବନରେ ଜୋର ଦୌଡି ବା ଠିକ ହୋଇନଥାଏ । କେବେ କେବେ ଭାବିଚିନ୍ତି ଧୀରେ ଧୀରେ ପାଦ ବଢାଇଲେ ବି କାମ ଆସିଥାଏ ।

ଶିକ୍ଷା

-ଜ୍ଞାନି ବ୍ୟକ୍ତିଙ୍କର କଥାକୁ କେବେ ଅଣଦେଖା କରିବ ନାହିଁ ।

– ସଫଳତା ପ୍ରାପ୍ତ କରିବା ପାଇଁ ଧର୍ଯ୍ୟର ସହିତ କାମ କରନ୍ତୁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *