କାମ ବାସ୍ନାରେ ବୁଡିଥିବା ମା ସହ ପୁଅ କଲା କିଛି ଏମିତି… ଶୁଣିଲେ ରୁମ ଟାଙ୍କୁରି ଜୀବ

ମାର ଅନ୍ୟ ପୁରୁଷ ସହ ସଂପର୍କକୁ ସାହି ନପାରି ମଉସା ସହ ମିଶି ମା’କୁ ହତ୍ୟା କରିଛି ପୁଅ । ହତ୍ୟାର ପରହିନ ଦାଦା ଓ ମଉସାର ସହଯୋଗରେ ଶବର ପରିଚୟ ମିଟାଇ ଗଙ୍ଗନହରରେ ଫୋପାଡି ଦେଲା । ଏହା ପରେ ଘଟନା ସ୍ଥଳରୁ ପୋଲିସ ଶବକୁ ଉଧାର କରିଛି ।

ମୃତକର ଦ୍ଵିତୀୟ ପୁତ୍ର ନିଜର ଭାଇ,ଦାଦା ଓ ମଉସା ଉପରେ ମା’ର ହତ୍ୟାକାରୀ ଭାବେ ଆରୋପ ଲଗାଇଛନ୍ତି ଏବଂ ପୋଲିସ ପାଖରେ ସେମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଏହି ତିନି ଜଣଙ୍କୁ ନିଜ ଅଧିନକୁ ନେବା ସହ ଜେରା ସମୟରେ ସେମାନେ ନିଜର ଅପରାଧ ସ୍ଵୀକାର କରିଛନ୍ତି ।

Image Courtesy: Google

କକବନ ସ୍ଥିତ କୁରେହ ଗ୍ରାମର ଘଟଣା

ଜିଲ୍ଲାର ବିଲହୋର କ୍ଷେତ୍ର ସ୍ଥିତ କକବନ ଥାନାର କୁରେହ ଗ୍ରାମରେ ଏକ ହୃଦୟ ଥରା ଘଟନା ଲୋକଲୋଚନକୁ ଆସିଛି । ଘଟନାଟି ଏହା ଯେ ସେହି ଗ୍ରାମର ରାମଜିତ ନିଜ ମା’ର ଅବୈଧ ସମ୍ପର୍କରେ କ୍ଷୁବ୍ଧ ହୋଇ ରାତ୍ର ସମୟରେ ସୋଇଥିବା ଅବସ୍ଥାରେ ନିଜ ମା’କୁ କୁରାଢୀରେ ହାଣି ହତ୍ୟା କରିଛି । ଏହାପରେ ଶବକୁ ଗୋଟେ ଦିନ ଗୃହରେ ରାଖୀ ନିଜର ଦାଦା ବଂଶୀ ଓ ପାରିବାରିକ ମଉସା ଭଇୟାଲାଲର ସହଯୋଗରେ ମୃତକ ମା ସିବାକୁମାରୀଙ୍କ ହାତ, ମୁଣ୍ଡ ଓ ପେଟ କାଟି ଶବକୁ ନାହର ସେତୁ ନିକଟରେ ଫୋପାଡି ଦେଇଥିଲା ।

Image Courtesy: Google

୧୬ ଦିନ ପରେ ମିଳିଲା ଶବ

ହତ୍ୟାର ୧୬ ଦିନ ପରେ ଅର୍ଥାତ ୦୮ ମାର୍ଚରେ ଫାଙ୍କି ନଗରରୁ ମହିଳାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା, ଯାହାର ପରିଚୟ ସିବାକୁମାରୀ ବୋଲି ଜଣାପଡିଛି । ଏହି ଘଟଣାରେ ମୃତକର ଦ୍ଵିତୀୟ ପୁତ୍ର ଦୁର୍ଗେଶ ନିଜର ଦାଦା, ଭାଇ ଓ ମାଉସାକୁ ହତ୍ୟାକାରୀ ବୋଲି ଦର୍ଶାଇ ପୋଲିସ ନିକଟରେ ଅଭିଯୋଗ କରିଛି ।

ହତ୍ୟାକାରୀ ମାନେ ହତ୍ୟା କରିବା ପରେ ନିଖୋଜ ଥିଲେ କିନ୍ତୁ ପୋଇସ ସେମାନଙ୍କୁ ଧରିବା ସହ ନିଜର କଠୋର ପଣ କାରଣରୁ ଘଟଣାର ସତ୍ୟତା ଜାଣିବାରେ ସକ୍ଷମ ହେଲା । ଅର୍ଥାତ ଜେରା ସମୟରେ ହତ୍ୟାକାରୀ ନିଜର ଡୋସା ସ୍ଵୀକାର କରିବା ସହ ସମ୍ପୂର୍ଣ ଘଟନା ବର୍ଣନା କରିଛି ।

Image Courtesy: Google

ପୋଲିସର କହିବା ମୁତାବକ ଶିବକୁମାରୀର କନ୍ୟା ଅର୍ଥାତ ରାମଜିତର ଭଉଣୀର ବିବାହ ମେ ମାସରେ ହେବାରଥିଲା । କିନ୍ତୁ ଶିବକୁମାରୀ ଏହା ବିରୋଧରେ ଥିବାରୁ ସେ ଏହି ବିବାହକୁ ହେବାକୁ ଦେଇନଥିଲା ଏବଂ ପ୍ରସ୍ତାବ ଭାଙ୍ଗି ଦେଇଥିଲା । ଏହା ସହ କୁରେହ ଗ୍ରାମର ସାତିର ସହ ଶିବକୁମାରୀଙ୍କ ଅବୈଧ ସମ୍ପର୍କ ଥିବାନେଇ ରାମ କ୍ରୋଧିତ ଥିଲା ବୋଲି ପୋଲିସ ମନ୍ତବ୍ୟ ଦେଇଛି । ତେଣୁ କ୍ରୋଧର ବଶବର୍ତୀ ହୋଇ ମଦ ନିଶାରେ ସେ ମା’କୁ ହତ୍ୟାକରିଛି ବୋଲି ସୂଚନା ମିଳିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *