ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତମାନ ସମୟରେ ଖାଦ୍ଯ ପ୍ରଣାଳୀ ବହୁତ ଖରାବ ହୋଇଯାଇଛି ବର୍ତମାନ ଛୋଟ ଛୋଟ ପିଲା ମଧ୍ୟ ଗ୍ଯାସ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏହା ଛଡା ପ୍ରାୟତଃ ସମସ୍ତଙ୍କୁ ତେଲ ଓ ମସଲା ଜିନିଷ ପସନ୍ଦ ଆସିଥାଏ ଯାହା ଆପେଣ୍ଡିସାଇଟିସ୍ ଓ ଗ୍ୟାସ ର ମୁଖ୍ୟ କାରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆପେଣ୍ଡିସାଇଟିସ୍ ହବାର କାରଣ ଆଉ ତା ଚିକିତ୍ସା ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ପାଇଁ ଆବଶ୍ୟକ ହୋଇଥାଏ ।
ଆପେଣ୍ଡିସାଇଟିସ୍ ହେଲେ କେମିତି ଜାଣିବା ?
ଆପେଣ୍ଡିସାଇଟିସ୍ ହବାର ବହୁତ କାରଣ ହୋଇଥାଏ କିନ୍ତୁ ଏହାର କିଛି ଲକ୍ଷଣ ହୋଇଥାଏ ଯାହା ଦେଖି ଆଶଙ୍କା କରା ଯାଇଥାଏ ଯେ ଆପେଣ୍ଡିସାଇଟିସ୍ ହୋଇଛି ଆଉ ତାହା ପରେ ରକ୍ତ ଆଉ ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା ଦ୍ଵାରା ଏହାକୁ ଡକ୍ଟର ଜାଣି ପାରନ୍ତି । ଯଦି ଆପଣଙ୍କୁ ଆପେଣ୍ଡିସାଇଟିସ୍ ଭଳି ସମସ୍ୟା ଅଛି ତେବେ ଆପଣଙ୍କୁ ତଳି ପେଟରେ ସବୁବେଳେ ଯନ୍ତ୍ରଣା ହବ ଏହା ସହ ଆପଣଙ୍କୁ ବାନ୍ତି ଆଉ ଜର ମଧ୍ୟ ଆସିବ । ତେବେ ଏମିତିକା ଲକ୍ଷଣ ଦେଖା ଗଲେ ଆପଣଙ୍କୁ ଶୀଘ୍ର ଡକ୍ଟର ପାଖକୁ ଯିବା ଉଚିତ ନଚେତ ସମୟା ଦିନକୁ ଦିନ ବଢିବାକୁ ଲାଗି ପାରେ ।
ଏହାର କାରଣ ?
ଏହାର ମୁଖ୍ୟ କାରଣ ଆମ ଖାଦ୍ଯ ପ୍ରଣାଳୀ ଅଟେ । ଯାହା ଆମେ ଖାଇଥାଉ ସେଥିରେ ଯଦି ସଠିକ ମାତ୍ରାରେ ପାଣି ଅଂଶ ନଥାଏ ତେବେ ଆମକୁ ଖାଦ୍ଯ ହଜମ କରିବା ପାଇଁ ଅଲଗା ପାଣି ସେବନ କରିବା ଉଚିତ ନଚେତ ଆମ ଖାଦ୍ଯ ସଠିକ ଭାବରେ ହଜମ ହୋଇନଥାଏ ଆଉ ଝାଡା ଟାଣ ହୋଇଥାଏ ଯେଉଁ କାରଣରୁ ବହୁତ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । କିଛି ପ୍ରକାର ମଞ୍ଜି ହୋଇଥାଏ ଯାହା ହଜମ ହବାରେ ବହୁତ ବଡ ସମସ୍ୟା ଦେଖେଇଥାଏ ଏହି ଭଳି ମଞ୍ଜି ଯଦି ଯାଇ ପେଟର ତଳ ଭାଗରେ ରହି ଯାଇଥାଏ ତେବେ ବହୁତ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ ଆଉ ଆପେଣ୍ଡିସାଇଟିସ୍ ର ମୁଖ୍ୟ କାରଣ ହୋଇଥାଏ ଏହା ଛଡା କ୍ୟାନ୍ସର ମଧ୍ୟ ଗୋଟେ କାରଣ ହୋଇପାରେ କିନ୍ତୁ ତାହା ପରୀକ୍ଷା ପରେ ସଠିକ ଭାବରେ ଜଣା ପଡିଥାଏ ।
ଏହାର ଚିକିତ୍ସା କଣ ?
ଏହାକୁ ଆପଣ ଠାରେ ଆରମ୍ଭ ହେଲା ପରେ ଔଷଧ ଖାଇ ଯନ୍ତ୍ରଣା କମ କରି ପାରିବେ କିନ୍ତୁ ମୂଳରୁ ସମସ୍ୟା ଜୀବ ନାହିଁ ଜଡଶୀ ଆପଣ ସମସ୍ୟାକୁ ମୂଳରୁ ବାହାର କରିବା ପାଇଁ ଇଛା କରନ୍ତି ତେବେ ଏକମାତ୍ର ଉପାୟ ଆପଣଙ୍କୁ ସର୍ଜରୀ ଦ୍ଵାରା ଆପେଣ୍ଡିସାଇଟିସ୍ ବାହାର କରିବାକୁ ହବ ଏହା ସମ୍ପୂର୍ଣ ଚିକିତ୍ସା ଅଟେ ।