ଅର୍ଶ ସମସ୍ଯା ଦୂର କରିବା ପାଇଁ ଏହି ପତ୍ରର ରସ 7 ଦିନ ଯାଏଁ ସେବନ କରନ୍ତୁ… Home remedy  

ଆପଣ ମାନେ ଜାଣିଥିବେ କୃମିରୁ ଯେପରି ଅନେକ ରୋଗ ହୋଇଥାଏ ଠିକ ସେହିପରି ଅର୍ଶରୁ ମଧ୍ୟ ଅନେକ ରୋଗ ଉତ୍ପନ ହୋଇଥାଏ । ଯଦି ଅର୍ଶ ହୋଇଛି ତେବେ ଏହାକୁ ଦୂର କରିବା ନିହାତି ଜରୁରୀ ହୋଇଥାଏ କାରଣ ଏହା ଏକ ମାରାତ୍ମକ ରୋଗ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହା ଦ୍ଵାରା ଅର୍ଶ ଭଳି ସମସ୍ଯା ଦୂର ହେବ । ଅର୍ଶ ବା ପାଇଲ୍ସ ଏମିତି ଏକ ରୋଗ ଯାହା ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି କରିଥାଏ ।

ଏଥିପାଇଁ ବ୍ୟକ୍ତି ଅନେକ କଷ୍ଟ ଅନୁଭବ କରିଥାଏ । ଆଜି ଆମେ ଏମିତି ଏକ ଚମତ୍କାରୀ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଅର୍ଶ ବା ପାଇଲ୍ସ ସମସ୍ଯାର ନିବାରଣ ହେବ ଯେତେ ପୁରୁଣା ଅର୍ଶ ହେଇଥାଉ ନାଁ କାହିଁକି । ଅର୍ଶ ଭଳି ସମସ୍ଯା କୁ ଦୂର କରିବା ପାଇଁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି କଲରା ପତ୍ର । ଏହା ବହୁତ ସହଜରେ ମିଳିଯିବ । କଲରା ପତ୍ର ରେ ବହୁତ ପରିମାଣରେ ଭିଟାମିନ୍ସ ଓ ମିନେରାଲ୍ସ ଥାଏ ଯାହା ଅର୍ଶ ବା ପାଇଲ୍ସ ଭଲ କରିବାରେ ସହାୟକ ହୋଇଥାଏ ।

ଏହି ରେମେଡି ପାଇଁ ୭ଟି କଲରା ପାତ୍ର ନିଅନ୍ତୁ । ଏହା ପରେ କଲରା ପାତ୍ରର ପେଷ୍ଟ କରି ଏହାର ଜୁସ କରନ୍ତୁ । ଏହା ପରେ କଲରା ପତ୍ରର ରସ କୁ ଭଲ ଭାବେ ଛାଣି ଦିଅନ୍ତୁ । କଲରା ପତ୍ର ରସରେ ସେନ୍ଧା ନାମକ ମିଶାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ପରି ଭାବେ କଲରା ପତ୍ର ର ରସ ର ସେବନ ଦ୍ଵାରା ପାଇଲ୍ସ ବା ଅର୍ଶ ଭଳି ସମସ୍ଯା ଦୂର ହେବ । ଏହି ରସ କୁ ସାତ ଦିନ ଯାଏଁ ମାତ୍ର ସକାଳେ ଖାଲି ପେଟରେ ସେବନ କରନ୍ତୁ ।

ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କର ପୁରୁଣା ରୁ ପୁରୁଣା ଅର୍ଶ ବା ପାଇଲ୍ସ ସମସ୍ୟାର ନିବାରଣ ହେବ । ଯଦି ଆପଣଙ୍କର ଅର୍ଶ ରୁ ରକ୍ତ ପଡୁଛି ତେବେ ତାହା ମଧ୍ୟ ବନ୍ଦ ହୋଇଯିବ । ଏହା ଏକ ଚମତ୍କାରୀ ହୋମ ରେମେଡି ଅଟେ ଯାହାର ସେବନ ଦ୍ଵାରା ଅର୍ଶ ବା ପାଇଲ୍ସ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *