Odia Film ରେ କାମ କରିବାକୁ ଏହି ହିରୋ ମାନେ କେତେ ଟଙ୍କା ନେଇଥାନ୍ତି ? Odia hero income

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ହିରୋ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି କଣ ଆପଣ ଜାଣିଛନ୍ତି ? ତେବେ ଓଡିଆ ଫିଲ୍ମରେ ଅନେକ ହିରୋ ନିଜର ଅଭିନୟ ଦ୍ଵାରା ଲୋକଙ୍କର ବେଶ ମନୋରଞ୍ଜନ କରାଇଥାନ୍ତି । ତାଙ୍କ ଅଭିନୟକୁ ମଧ୍ୟ ଓଡିଶାର ଦର୍ଶକ ଖୁବ ଭଲ ପାଇବା ଦେଇଥାନ୍ତି । ତେବେ ଗୋଟେ ଫିଲ୍ମ କରିବାକୁ କେଉଁ ହିରୋ କେତେ ଟଙ୍କା ଡିମାଣ୍ଡ କରିଥାନ୍ତି ? ଓଡିଆର ସବୁଠାରୁ ଧନୀ ହିରୋ କିଏ ଅଟନ୍ତି ? ଏ ସବୁ ବିଷୟରେ ଏଠାରେ ଆପଣ ଜାଣିବାକୁ ପାଇବେ ।

1- ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହିରୋ ମାନଙ୍କ ମଧ୍ୟରୁ ସର୍ବ ପ୍ରଥମେ ଲିଷ୍ଟରେ ଆସୁଚାହନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସେ ଓଡିଆ ଚଳଚିତ୍ର ଇତିହାସରେ ଏକ ନୂତନ ଯୁଗ ତିଆରି କରିଛନ୍ତି । ସେ 100 ରୁ ଉର୍ଦ୍ଧ ଓଡିଆ ଚଳଚିତ୍ରରେ ଅଭିନୟ କରିଛନ୍ତି । 2005 ରୁ 2010 ମଧ୍ୟରେ ସେ ଯେତିକି ଫିଲ୍ମ କରିଛନ୍ତି । ସେଥିପାଇଁ ସେ ପ୍ରତ୍ଯେକଟି ଫିଲ୍ମ ପାଇଁ 5 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି ।

2- ଓଡିଆ ଫିଲ୍ମ ହିରୋ ମାନଙ୍କ ମଧ୍ୟରେ ଦିତୀୟରେ ଆସନ୍ତି ସବ୍ୟସାଚି ମିଶ୍ର । ସେ ଓଡିଆ ଫିଲ୍ମରେ ହିରୋ ଭାବେ ଅଭିନୟ କରିବାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ପାଗଳ ପ୍ରେମୀ ଫିଲ୍ମରେ ସେ ଦମଦାର ଅଭିନୟ କରି ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ହୃଦୟରେ ରାଜ କରି ଆସୁଛନ୍ତି । ସବ୍ୟ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ 14 ରୁ 16 ଲକ୍ଷ ଡିମାଣ୍ଡ କରିଥାନ୍ତି ।

3- ତେବେ ଏହି ଲିଷ୍ଟରେ ତୃତୀୟରେ ଆସୁଛନ୍ତି ଅରିନ୍ଦମ ରଏ । ଜିଏକି ପ୍ରେମ ଋତୁ ଆସିଲାରେ ଫିଲ୍ମରେ ଅଭିନୟ କରି ପ୍ରଥମ ଥର ପାଇଁ ସିନେ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ସେ ଓଡିଆ ସହ ବେଙ୍ଗୋଲି ଫିଲ୍ମରେ ମଧ୍ୟ ଅଭିନୟର ଜାଦୁ ଦେଖାଇଛନ୍ତି । ତେବେ ଏହାରି ଭିତରେ ଅରିନ୍ଦମ ଗୋଟେ ଫିଲ୍ମରେ କାମ କରିବା ପାଇଁ 13 ରୁ 16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ।

4- ଏହି ଲିଷ୍ଟରେ ଚତୁର୍ଥରେ ଆସନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ହିରୋ ଅନୁଭବ ମହାନ୍ତି । ଅନୁଭବ ଏକାଧାରାରେ ହିରୋ ତଥା ସାଂସଦ ମଧ୍ୟ ଅଟନ୍ତି । ଆଇ ଲଭ ୟୁ ଫିଲ୍ମ ଦ୍ଵାରା ସେ ପ୍ରଥମ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଡେବ୍ଯୁ କରୁଥିଲେ । 2010 ମସିହା ପୂର୍ବରୁ ସେ ଗୋଟେ ଫିଲ୍ମରେ କାମ କରିବା ପାଇଁ ବଜେଟ ଟିକେ କମ ରଖୁଥିଲେ । ହେଲେ ତାପରେ ସେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ସେ 18 ରୁ 20 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

5-ପଞ୍ଚମରେ ଆପଣ ଯାହାଙ୍କୁ ଚକୋଲେଟ ହିରୋ ଭାବେ ଜାଣିଛନ୍ତି । ସେ ହେଉଛନ୍ତି ଅଭିନେତା ବାବୁସାନ ମହାନ୍ତି । ବାବୁସାନଙ୍କର ଅଭିନୟକୁ ସବୁ ସମୟରେ ଦର୍ଶକେ ଢେର ସାରା ଭଲ ପାଇବା ଦେଇ ଆସିଛନ୍ତି । ବର୍ତ୍ତମାନ ସମୟରେ ସେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି 14 ରୁ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଜେଟ ରଖିଥାନ୍ତି ।

ଏହିଭଳି ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିବା ସହ ଆପଣଙ୍କର ପ୍ରିୟ ହିରୋଙ୍କ ନାମ ଆମକୁ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *