ଜଦି ଦାନ୍ତ ମଝିରେ ଗେପ୍ ଓ ପାଦର ଆଙ୍ଗୁଠି ଏପରି ଥାଏ… ତାହେଲେ ନିହାତି ଏହି ବିଷୟରେ ଜାଣନ୍ତୁ ! Samudrika shastra

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ଜନ୍ମ ସମୟରେ ନିଜର ଭାଗ୍ୟ ସାଥିରେ ନେଇକି ଆସିଥାଏ । ଯେଉଁ ବ୍ୟକ୍ତିକୁ ତା’ ଭାଗ୍ୟର ସାଥ୍ ମିଳିଥାଏ ସେହି ବ୍ୟକ୍ତି କୌଣସି ବି କଠିନ କାର୍ଯ୍ୟକୁ ଅତି ସହଜରେ କରି ଦେଖାଇଥାଏ । ଅନ୍ୟ ପକ୍ଷରେ ଯେତେବେଳେ ବ୍ୟକ୍ତିକୁ ତା’ ର ଭାଗ୍ୟ ସାଥ୍ ଦେଇନଥାଏ । ସେତେବେଳେ ସେହି ବ୍ୟକ୍ତି ଅନେକ ପରିଶ୍ରମ କରି ସୁଦ୍ଧା ଅତି ସହଜରେ ସଫଳତାର ସ୍ଵାଦ ଚାଖି ପାରିନଥାଏ । ତେବେ ଶାସ୍ତ୍ରରେ ପ୍ରତ୍ଯେକ ବ୍ୟକ୍ତିର ଶାରୀରିକ ଗଠନକୁ ଆଧାର କରି ତା’ ର ବ୍ୟକ୍ତିତ୍ବ ବିଷୟରେ ସଂପୂର୍ଣ୍ଣ ଭାବେ ବର୍ଣ୍ଣନା ରହିଛି । ଏଥିସହ ବ୍ୟକ୍ତିର ଶାରୀରିକ ଗଠନକୁ ଦେଖି ସେ ସୌଭାଗ୍ୟଶାଳୀ କି ଦୁର୍ଭାଗ୍ୟଶାଳୀ ତାହା ମଧ୍ୟ ଶାସ୍ତ୍ରରେ କୁହାଯାଇଛି ।

1- ଯେଉଁ ବ୍ୟକ୍ତିର ପାଦର ପ୍ରଥମ ଆଙ୍ଗୁଠି ପାଖରେ ଥିବା ଦିତୀୟ ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ । ଏମାନେ ଊର୍ଜାବାନ ଓ ତେଜସ୍ବୀ ହୋଇଥାନ୍ତି । ଏମାନେ ଯେଉଁ କାର୍ଯ୍ୟକୁ କରିଥାନ୍ତି ସେହି କାର୍ଯ୍ୟକୁ ଅତି ନିଖୁଣ ରୂପେ ଭଲ ଭାବେ ତୁଲାଇଥାନ୍ତି ।

2- ଯେଉଁ ବ୍ୟକ୍ତିର ପାଦର ପ୍ରଥମ ଆଙ୍ଗୁଠିର ଦିତୀୟ ଆଙ୍ଗୁଠି ଛୋଟ ହୋଇଥାଏ । ସେହି ବ୍ୟକ୍ତି ସବୁବେଳେ ଖୁସିରେ ରହିଥାଏ । ଏମାନେ ନିଜକୁ ଖୁସିରେ ରଖିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି ।

3- ଯେଉଁ ବ୍ୟକ୍ତିର ପାଦର ଆଙ୍ଗୁଠି ଛୋଟରୁ ବଡ ଅନୁସାରେ କ୍ରମ ଅନୁସାରେ ସଜେଇ ହୋଇ ରହିଥାଏ । ଏହି ବ୍ୟକ୍ତି ନିଜର ଶ୍ରେଷ୍ଠତା ପ୍ରମାଣ କରିବାରେ ଲାଗି ପଡିଥାନ୍ତି । ଏମାନେ ଯାହା ଭାବନ୍ତି ଯାହା କରନ୍ତି ତାଙ୍କୁ ତାହା ସବୁଠାରୁ ଅଧିକ ଭଲ ଲାଗିଥାଏ । ଏମାନଙ୍କ ଇଛାକୁ ଯିଏ ସମ୍ମାନ ଦେଇନଥାଏ ଏମାନେ ତାଙ୍କ ଉପରେ ରାଗିଯାଇଥାନ୍ତି । ହେଲେ ସବୁ ସମୟରେ ଏମାନେ ନିଜ ରାଗକୁ ଅନ୍ୟ ନିକଟରେ ପ୍ରକାଶ କରିନଥାନ୍ତି ।

4- ମୁକ୍ତା ଭଳି ସଫା ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଯେଉଁ ଦାନ୍ତ ମଝିରେ ଫାଟ ନଥାଏ । ସେଭଳି ଦାନ୍ତକୁ ମଧ୍ୟ ସମସ୍ତେ ପସନ୍ଦ କରିଥାନ୍ତି । ହେଲେ ଯେଉଁ ଲୋକର ଦାନ୍ତ ମଝିରେ ଫାଙ୍କା ରହିଥାଏ । ଏହିଭଳି ବ୍ୟକ୍ତି ମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏହିପରି ବ୍ୟକ୍ତି ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀରେ ରହିଥାନ୍ତି । ଆର୍ଥିକ ଦ୍ରୁଷ୍ଟିରୁ ନିଜ ଲାଇଫରେ ବହୁତ ସଫଳତା ପାଇଥାନ୍ତି ।

5- ଯେଉଁ ମାନଙ୍କ ଦାନ୍ତ ସାମାନ୍ୟ ବାହାରକୁ ବାହାରି ରହିଥାଏ । ସେମାନେ ଅଧିକ ଜିଦିଆ ହେବ ସହ ବହୁତ କଥା ମଧ୍ୟ କହିଥାନ୍ତି । ହେଲେ ଏମାନଙ୍କ ଭାଗ୍ୟ ତାଙ୍କ ପାଇଁ ବହୁତ ଭଲ ହୋଇ ଥାଏ ।

ବନ୍ଧୁଗଣ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଟିଏ କରିବା ସହ ପୋଷ୍ଟଟିକୁ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *