ଘରେ ଝାଡୁ ରଖିଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇଯିବେ କାଙ୍ଗାଳ ! ଝାଡୁ ଲଗେଇବାର ସଠିକ ନିୟମ ଜାଣନ୍ତୁ ! Vastu Tips

ଝାଡୁ ଲଗାଇବାର ସଠିକ ବିଷୟରେ ଜାଣନ୍ତୁ ! ବନ୍ଧୁଗଣ ଆମେ ଆମ ଘରକୁ ପରିଷ୍କାର ରଖିବା ଏପାଇଁ ଝାଡୁର ବ୍ୟବହାର କରିଥାଉ । ତେବେ ଖାଲି ଘରର ମଇଳାକୁ ସଫା କରିବା ପାଇଁ ଆମେ ଝାଡୁର ବ୍ୟବହାର କରିନଥାଉ । ବଂର ଘରର ଦରିଦ୍ରତାକୁ ଦୂର କରିବା ପାଇଁ ମଧ୍ୟ ଝାଡୁର ବ୍ୟବହାର କରାଯାଇଥାଏ । ହେଲେ ଝାଡୁ କେଉଁ ସମୟରେ ଲଗାଇବା ଉଚିତ ଓ କେଉଁ ସମୟରେ ଲଗାଇବା ଅନୁଚିତ ! ଝାଡୁ ବିଷୟରେ ଯଦି କିଛି ନିୟମ ମାନି ଝାଡୁର ସଠିକ ବ୍ୟବହାର କରନ୍ତି । ତେବେ ଆପଣଙ୍କ ଘର ଉପରେ ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ସବୁବେଳେ ପ୍ରସନ୍ନତା ରହିଥାଏ । କାରଣ ଝାଡୁରେ ମାଆ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

1- ଝାଡୁ ଲଗାଇବା ସମୟରେ ସବୁବେଳେ ମୌନ ରହି ଘର ଝାଡୁ କରନ୍ତୁ । କାରଣ ଯେଉଁ ମହିଳା ଗପସପ କରି ଘର ଝାଡୁ କରିଥାଏ । ସେହି ଘର ଉପରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଠ ରହିଥାନ୍ତି । ଏପରିକି ଝାଡୁରେ ଯଦି ଗୋଡ ବାଜିଥାଏ । ତେବେ ମଧ୍ୟ ମା ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ତେଣୁ ଯଦି ଝାଡୁରେ ଭୁଲରେ ଗୋଡ ବାଜିଯାଇଥାଏ । ତେବେ ମା’ ଲକ୍ଷ୍ମୀଙ୍କୁ କ୍ଷମା ପ୍ରାଥନା କରନ୍ତୁ ।

2- ସୂର୍ଯ୍ୟ ଉଦୟ ପୂର୍ବରୁ ଅବା ସୂର୍ଯ୍ୟ ଉଦୟ ସମୟରେ ଝାଡୁ କରିବାର ଠିକ ସମୟ ଅଟେ । କାରଣ ସୂର୍ଯ୍ୟ ଉଦୟ ପରେ ଘର ଝାଡୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଅବା ସୂର୍ଯ୍ୟ ଅସ୍ତ ହେବାର 10 ମିନିଟ ଭିତରେ ହିଁ ଘର ଝାଡୁ କରି ଦିଅନ୍ତୁ ।

ହେଲେ ଭୁଲ କରି ମଧ୍ୟ ସନ୍ଧ୍ୟା ସମୟରେ କି ରାତି ସମୟରେ ଘରେ ଝାଡୁ ଲଗାନ୍ତୁ ନାହିଁ । ଯଦି କୌଣସି କାରଣ ବଶତଃ ରାତି ସମୟରେ ଘର ଝାଡୁ କରିବାକୁ ପଡୁଥାଏ । ତେବେ ଘରର ମଇଳାକୁ ଘର ବାହାରକୁ ଆସିବାକୁ ଦିଅନ୍ତୁ ନାହିଁ ।

3- ଘରେ କେହି ରାଗୁଥିଲେ, ଚିଲେଉ ଥିଲେ କି ଛିଙ୍କୁ ଥିଲେ ସେହି ସମୟରେ ଘର ଝାଡୁ କରନ୍ତୁ ନାହିଁ ।

4- ଘରର ଦକ୍ଷିଣ କି ପଶ୍ଚିମ ଦିଗରେ ଝାଡୁକୁ ଏକ ସ୍ଥାନରେ ଲୁଚାଇ ରଖନ୍ତୁ । ଯେପରିକି ନିଜର କି ଅନ୍ୟ ବାହାର ଲୋକଙ୍କର ନଜର ତାହା ଉପରେ ପଡି ନପାରେ । ହେଲେ ରୋଷେଇ ଘର କି ବେଡ୍ ରୁମ୍ ରେ ଝାଡୁକୁ ରଖନ୍ତୁ ନାହିଁ । ଜୋତାଚପଲ ରଖୁଥିବା ସ୍ଥାନରେ ମଧ୍ୟ ଝାଡୁ ରଖିବା ଅନୁଚିତ । ଝାଡୁକୁ ମୁଖ୍ୟଦ୍ଵାର ଆଗରେ କି ଛାତ ଉପରେ ରଖନ୍ତୁ ନାହିଁ । ଝାଡୁକୁ ଠିଆ କରି ନରଖି ତାହାକୁ ଶୁଆଇ ରଖନ୍ତୁ । ଝାଡୁ ଏବଂ ଅଳିଆ କଢାକୁ ଏକାଠି କରି ରଖନ୍ତୁ ନାହିଁ ।

ବନ୍ଧୁଗଣ ଏହିଭଳି ପୋଷ୍ଟ ପାଇଁ ଆମ ସହ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *