ସୁଷମା ସ୍ବରାଜଙ୍କ ପରେ ପୁଣି ଏକ ଦିଗଜ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ହେଲା ପରଲୋକ

ବର୍ତ୍ତମାନ ଖବର ଆସିଛି କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ନିଧନ ହୋଇଛି । ତାଙ୍କର ସ୍ୱାସ୍ଥ୍ୟ ଠିକ ନଥିବାରୁ ଗତ ୯ତାରିଖରୁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ଦିନ ୧୨ଟା ରେ ତାଙ୍କର ସେହି ହସ୍ପିଟାଲରେ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ସେ ଏ ସଂସରରୁ ବିଦାୟ ନେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।

ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ଅନ୍ୟାନ୍ୟ ନେତା ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏମ୍ସ ଯାଇ ବହୁତ ଥର ତାଙ୍କୁ ଦେଖା କରି ଆସୁଥିଲେ । ଏହି କିଛି ଦିନ ତଳେ ବିଜେପିର ବରିଷ୍ଟ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ପୁଣି ଦୁଃଖର ଘେରରେ ବିଜେପି ।

ତେବେ ଅରୁଣ ଜେଟଲୀ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କର ବହୁତ ଘନିଷ୍ଟ ମିଟର ଥିଲେ ଓ ତାଙ୍କୁ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କରାଇବାରେ ବହୁତ ସାହାଜ୍ଯ ମଧ୍ୟ କରିଥିଲେ ।

ତେବେ ସୂଚନା ମୁତବକ ଜେଟଲୀ ବହୁତ ଦିନ ହେବ ଅନେକ ରୋଗରେ ପୀଡିତ ଥିଲେ, ଏମିତିକି ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ମଧ୍ୟ ହୋଇଥିଲା। ଏମିତି କି କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ତାଙ୍କ ମୃତ୍ୟୁରେ ସାରା ସରକାର ଏବେ ଦୁଃଖ ପ୍ରକାଶ କରି ଟୁଇଟ କରିଛନ୍ତି ।

Leave a Reply

Your email address will not be published. Required fields are marked *