ଆଶ୍ଚର୍ଯ୍ୟ ହେଲେ ବି ସତ, ଚାଲୁଛି Dining Table! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video… ଆପଣ ବି ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କ ଘରେ ସାଧାରଣ ବସିକି ଖାଇବା ପାଇଁ ଡାଇନିଙ୍ଗ ଟେବୁଲ ନିଶ୍ଚିନ୍ତ ଭାବେ ବ୍ୟବହାର କରୁଥିବେ । ଯାହା ଆଜିକାଲି ଗୋଟେ ଫ୍ୟାସନ ହୋଇ ଗଲାଣି । ଡାଇନିଙ୍ଗ ଟେବୁଲ ରେ ବସି ଖାଇବା ପାଇଁ କିଛି ଲୋକ ଙ୍କୁ ଆନନ୍ଦ ମିଳିଥାଏ । ତେଣୁ ଆଜିକାଲି ପ୍ରତେକ ଘରେ ଘରେ ଡାଇନିଙ୍ଗ ଟେବୁଲ ଲୋକ ମାନେ ରଖୁଛନ୍ତି । ଆପଣ ଯେତେବେଳେ ଚାହିଁବେ ଯାହା ଚାହିଁବ ତାହା ବସି ଖାଇ ପାରିବେ ଡାଇନିଙ୍ଗ ଟେବୁଲ ରେ । ବହୁତ ଆରାମ ମିଳିବ ସହ ମଜା ମଧ୍ୟ ଲାଗିଥାଏ ଡାଇନିଙ୍ଗ ଟେବୁଲ ରେ ବସି ଖାଇବା ପାଇଁ ।

କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଡାଇନିଙ୍ଗ ଟେବୁଲ ଚାଲିବା । ଆଜ୍ଞା ହଁ ବନ୍ଧୁଗଣ କଥା ଟି ଆପଣଙ୍କୁ ଯେତିକି ଚକିତ କରି ଦେଇଛି ସେତିକି ସତ୍ୟ ଅଟେ । ତେବେ ସୂଚନା ଅନୁଯାୟୀ ଚଳନ୍ତା ଡାଇନିଙ୍ଗ ଟେବୁଲ ଯିଏ ଦେଖୁଛି ସିଏ ବୁଲୁ ବୁଲି ଅନାଉଛି । ଏମିତି ଏକ ଗାଡି ଯାହା କେବେ ଏହି ପୂର୍ବ ରୁ ଦେଖି ନ ଥିବେ ।

ଏମିତି ଏକ ଡାଇନିଙ୍ଗ ଟେବୁଲ ଗାଡିର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ଅନୁଯାୟୀ ଡାଇନିଙ୍ଗ ଟେବୁଲ ରେ ତିଆରି ହୋଇଛି ଗାଡି । ଦର୍ଶକ ବନ୍ଧୁ ଏହି କଥା ଟି ଶୁଣିବା ପରେ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିବା କଥା ଟି ପୁରା ସତ ଅଟେ ।

ମହେନ୍ଦ୍ରା ଆଣ୍ଡ ମହେନ୍ଦ୍ରା ଚେୟାରମ୍ୟାନ ଆନନ୍ଦ ମହେନ୍ଦ୍ରା ହିଁ ଏହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ଦେଖା ଯାଉଛି କି ଗାଡି ଟି ପୁରା ଡାଇନିଙ୍ଗ ଟେବୁଲ ଭଳି । ସେଥିରେ ୪ ଜଣ ଯୁବକ ମଧ୍ୟ ବସିଛନ୍ତି । ଟେବୁଲ ଉପରେ ସଜେଇ ହୋଇ ଖାଇବା ମଧ୍ୟ ପରଷା ଯାଇଛି । ଏମିତିକି ଟେବୁଲ ଉପରେ କୋଲଡ୍ରିଂକ୍ସ ମଧ୍ୟ ଥୁଆ ହୋଇଛି ।

ଆଉ ଗାଡି ରେ ଯେତେବେଳେ ତେଲ ସରି ଯାଉଛି ଭିଡିଓ ରେ ଦେଖା ଯାଉଛି କି ଏହି ୪ ଜଣ ସାଙ୍ଗ ତେଲ ପକାଇବାକୁ ଡାଇନିଙ୍ଗ ତେବଲ ସହିତ ପେଟ୍ରୋଲ ପମ୍ପ କୁ ଆସି ତେଲ ମଧ୍ୟ ପକାଉଛନ୍ତି । ଆରାମରେ ବସି ୪ ଜଣ ସାଙ୍ଗ ଏହାର ମଜା ଉଠାଇବା ସହ ରାସ୍ତା ରେ ଆଗକୁ ଆଗକୁ ମଧ୍ୟ ବଢି ଚାଲିଛନ୍ତି ।

ଏହି ଡାଇନିଙ୍ଗ ଟେବୁଲ ରେ ୪ଟି ଚକ ଲାଗିଛି । ବସିବା ପାଇଁ ୪ଟି ଚେୟାର ମଧ୍ୟ ପଡିଛି ଏହି ଡାଇନିଙ୍ଗ ଟେବୁଲ ରେ । ଏହି ନିଆରା ଢଙ୍ଗ ରେ ତିଆରି ହୋଇଥିବା ଗାଡି କୁ ଯିଏ ବି ଦେଖୁଛି ସେ ପୁଣି ଥରେ ଅନାଇ ଦେଖୁଛି । ତେବେ ଏଭଳି ନିଆରା ଘଟଣା କେଉଁ ଠାରେ ଦେଖିବାକୁ ମିଳିଛି ତାହା ର ସ୍ପଷ୍ଟ ସୂଚନା ମିଳି ନାହି ।

ତେବେ ସେ ଯାହା ବି ହେଉ ନିଆରା ଢଙର ଡାଇନିଙ୍ଗ ଟେବୁଲଟି ଦେଖିବାକୁ ବହୁତ ଆକର୍ଷକ ହୋଇଛି । ବନ୍ଧୁଗଣ ଆପଣଙ୍କର ଚଳନ୍ତା ଡାଇନିଙ୍ଗ ଟେବୁଲ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *