ସରକାରୀ Schoolରେ ଏମିତି ଚାଲିଛି ପାଠପଢା! ସପ୍ତମ ବନାନ କରି ପାରୁ ନାହାଁନ୍ତି ୭ମ ଶ୍ରେଣୀର ପିଲା… ପଚାରିଲାରୁ କଣ କହୁଛନ୍ତି ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ପିଲାମାନେ କେମିତି ପାଠ ପଢୁଛନ୍ତି । ଏମିତିକି ଖୋଦ ଶ୍ରେଣୀର ବନାନ ବି ଆସୁ ନାହି ପିଲାଙ୍କୁ । ପଣିକିଆ, ଗୁଣନ,ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ନାଁ ହେଉ ଏମାନେ କିଛି ଜାଣି ନାହାନ୍ତି । କେବଳ ଏହି ସ୍କୁଲରେ ନୁହେଁ ବରଂ ରାଜ୍ୟରେ ଅନେକ ସ୍କୁଲର ଅବସ୍ଥା ଏପରି ରହିଛି । କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ବୁଲୁ ବୁଲି ପିଲାଙ୍କ ସହ କଥା ହେଉଥିଲେ । ଯେଉଁ ସ୍କୁଲଙ୍କ ପିଲାଙ୍କୁ ପଣିକିଆ ଆସେନି ସେହି ସ୍କୁଲର ଶିକ୍ଷକଙ୍କ ଦରମା ବି କାଟିଲେ ।

ହେଲେ ସରକାରୀ ସ୍କୁଲରେ ପିଲା କେମିତି ପଢୁଛନ୍ତି ସେ ନେଇ ଓଟିଭି ତରଫରୁ ରିଅଲିଟି ଚେକ କରାଯାଇଥିଲା । ଏଭଳି ଶୋଚନୀୟ ଅବସ୍ଥାରେ ଥିବା ସ୍କୁଲ ହେଉଛି ଢେଙ୍କାନାଳ ଜିଲ୍ଲା ପର୍ଜ୍ୟଙ୍ଗ ବ୍ଲକ ଜୟପୁରା କାଟେଣି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନଗ୍ନ ଚିତ୍ର । ଏହି ସ୍କୁଲରେ ଯେତେବେଳେ ଶିକ୍ଷକ ଙ୍କୁ ପ୍ରଶ୍ନ କରାଗଲା ପିଲା ମାନେ ପଣିକିଆ କିଛି ଜାଣି ନାହାନ୍ତି ।

ଉତ୍ତର ରେ ମାଷ୍ଟର କହିବା ବେଳକୁ ତାଙ୍କ ପାଟି ଖନି ବାଜୁଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏଠାରେ ସପ୍ତମ ଶ୍ରେଣୀର ଶିକ୍ଷକଙ୍କୁ ଜଣା ନାହି ଓଡିଆ ବର୍ଣ୍ଣ କିମ୍ବା ସଂଖ୍ୟା । ଛାତ୍ରଛାତ୍ରୀଙ୍କ କଥା ପଛରେ ବା କିଏ ? ଇଏ କୌଣସି ଉପାନ୍ତ ନୁହେଁ ବରଂ ରାଜନୀତିର ପିଣ୍ଠସ୍ଥଳ ପାଲଟିଥିବା ଗାଁର ଏ ହେଉଛି ଶିକ୍ଷା ବ୍ୟବସ୍ଥାର ଝଲକ ।

ଏହି ସ୍କୁଲର ଶିକ୍ଷା ବ୍ୟବସ୍ଥା ଏତେ ଶୋଚନୀୟ କି ପିଲା ମାନେ ରାଜ୍ୟର ରାଷ୍ଟ୍ରପତି ବା ଜିଲ୍ଲାପାଳ ଙ୍କ ନାଁ ଜାଣି ନାହାନ୍ତି । ଏବେ ଶିକ୍ଷକ କହୁଛନ୍ତି ଆମେ ପିଲାଙ୍କୁ ଭଲ ପଢାଉଛୁ କିନ୍ତୁ ସେମାନେ ରିସିଭ କରୁ ନାହାନ୍ତି । ଭିଡିଓ ରେ ଶିକ୍ଷକ ଗଣିତ ଶିକ୍ଷକ ଅଟନ୍ତି ଆଉ ସେ କହୁଥିଲେ ପିଲାଙ୍କୁ ଗଣିତ ପଢାଉଥିଲେ । କିନ୍ତୁ ଅଖଣ୍ଡ ସଂଖ୍ୟା କଣ ତାହା ମାଷ୍ଟର ଜାଣି ନାହାନ୍ତି ।

ଏମିତିକି ୪୯ରୁ ୧୨ ଗଲେ ଆଉ କେତେ ବଳକା ରହିଲା ତାହା ଗଣିତ ଶିକ୍ଷକ ଙ୍କୁ ଜଣା ନାହି । ଥରେ ଚିନ୍ତା କରନ୍ତୁ ବନ୍ଧୁଗଣ ଏହି ସ୍କୁଲରେ ମୋଟ ଉପରେ ପାଠପଢା କେମିତି ଚାଲିଛି । ପିଲାମାନେ ସପ୍ତମ ଓଡିଆରେ ଲେଖିପାରୁ ନାହାନ୍ତି କି ଜାଣିପାରୁ ନାହାନ୍ତି । ତେବେ ପିଲାଙ୍କ ପାଠ ପଢା ନେଇ ଜିଲାଲ ଶିକ୍ଷାଧିକାରୀ ନିବେଦିତା ପାଣିଗ୍ରାହୀ କହିଛନ୍ତି କି ସେ ଏହି ବିଷୟରେ BOଙ୍କ ସହ କଥା ହୋଇଛନ୍ତି ।

ଆଉ BO ସ୍ପେଶାଲ ଅଫିସର ସେଥିପାଇଁ ପଠାଇବେ ଆଉ ସେ ଦେଖିବେ ଶିକ୍ଷକ ମାନେ କଣ ପଢାଉଛନ୍ତି । ଆଉ ଶିକ୍ଷକ ମାନେ ପ୍ରପର ଲେସନ ପ୍ଳାନ କରୁଛନ୍ତି କି ନାହିଁ ? ଏହା ସହ ଶିକ୍ଷକମାନେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଆଟେନସନ ଦେଉଛନ୍ତି କି ନାହି ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ତେବେ ଦେଖାଯାଉ ତଦନ୍ତ କେତେ ବାଟ ଆଗକୁ ଯାଉଛି ।ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଶିକ୍ଷା ବ୍ୟବସ୍ଥା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *