ନମସ୍କାର ବନ୍ଧୁଗଣ । ଗ୍ରାହକ ମାନଙ୍କ ପାଇଁ ବଡ ଖବର ରହିଛି । ପୁଣି କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣ ଜନତା ଙ୍କ ପାଇଁ ଏହା ଏକ ଆଶ୍ଵସ୍ତିକର ବା ଖୁସି ଖବର ବୋଲି କୁହାଯାଏ । ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରା ଆଉଛି । ତୈଳ ରପ୍ତାନି କରୁଥିବା ଦେଶ ଗୁଡିକ ସଂଘଠନ ଋଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡିକ ଜୁଲାଇ ଓ ଅଗଷ୍ଟ ରୁ ଅଶୋଧିତ ତୈଳ ଉତ୍ପାଦନ ଆହୁରି ବଢିବା ପାଇଁ ନିସ୍ପତି ନେଇଛନ୍ତି ।
ଉତ୍ପାଦନ ବଢିଲେ ତୈଳ ଦର ହ୍ରାସ ଘଟିବ ବୋଲି ଆସା କରା ଯାଉଛି । ଅଶୋଧିତ ତୈଳ ଦର ବୃଦ୍ଧି କରାଇବା ସହ ପ୍ରତି ଦିନ ୬.୪୮ ଲକ୍ଷ ବ୍ୟାରେଲ କରିବା ପାଇଁ ଋଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡିକ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣା ପଡିଛି । ଏହି ରପ୍ତାନି କାରଣରୁ ସାରା ଦୁନିଆରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହେବ ବୋଲି କୁହା ଯାଉଛି ।
କୋରୋନା କାଳରେ ଅଶୋଧିତ ତୈଳ ବ୍ୟବହାର ହ୍ରାସ ପାଇଥିଲା । ଯାହା ଫଳରେ ପେଟ୍ରୋଲ ଡିଜେଲ ଦର ମଧ୍ୟ କମିଥିଲା । ଏହା ପରେ ତୈଳ ଉତ୍ପାଦନ କାରୀ ଦେଶ ଗୁଡିକ ପେଟ୍ରୋଲ ଦର ସ୍ଥିର କରିବା ଲାଗି ଅଶୋଧିତ ତୈଳ ଦର ହ୍ରାସ କରିଥିଲେ । କିନ୍ତୁ ଏବେ କୋରୋନାର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉ ଥିବାର ତୈଳ ଉତ୍ପାଦନ ଆହୁରି ବୃଦ୍ଧି ଲାଗି ନିସ୍ପତି ନିଆ ଯାଇଛି ।
ବର୍ତ୍ତମାନ ଦିନକୁ ୪.୩୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହେଉଛି । ଚଳିତ ବର୍ଷ ଫେବ୍ରୁଆରି ଶେଷରେ ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବ ପରେ ଆନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ପାଇଥିଲା । ଋଷ ଉପରେ ଅନ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲଗାଇବା କାରଣରୁ ଅଶୋଧିତ ତୈଳ ସପ୍ଲାଏ ବ୍ୟାହତ ହୋଇଥିଲା ।
ଫଳରେ ତୈଳ ଦର ମହଙ୍ଗା ହେବାରେ ଲାଗିଲା । ସୂଚନା ଅନୁଯାୟୀ ନିକଟରେ ଭାରତ ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯ଟଙ୍କା ୫୦ ପିସା କମାଇ ଥିବା ବେଳେ ଡିଜେଲ ଲିଟର ପିଛା ୭ ଟଙ୍କା କମାଇ ଥିଲେ । ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା । ତେବେ ପୁଣି ଠାରେ ତୈଳ ଦର କମିବା ନେଇ ଗ୍ରାହକ ମାନେ ଆଶ୍ଵସ୍ତି ହୋଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।