ଦୀର୍ଘ 8 ଦିନ ହେଲା ଧାରଣ ଦେଲେଣି, ବ୍ଳାଉଜ ଚିରା ହେଉଛି କେସ ନାହି କିନ୍ତୁ.. ଦେଖନ୍ତୁ କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଦୀର୍ଘ ୮ ଦିନ ହେଲାଣି ବ୍ରଂହପୁର ସହରର ଦୀପିକା ନିଜର ହକ ପାଇବା ଲାଗି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି କିନ୍ତୁ କୌଣସି ପ୍ରକାରର ସମାଧାନ ହୋଇପାରି ନାହି । ତେବେ ଦୀପିକାଙ୍କୁ ସାହାଜ୍ଯ କରିବା ଲାଗି ପ୍ରମିଳା ତ୍ରିପାଠି ମଧ୍ୟ ପହଞ୍ଚିଛନ୍ତି । ଏ ନେଇ ପ୍ରମିଳା ମାଉସୀ କହିଛନ୍ତି ବର୍ଷାରେ ଭିଜି ଦୀପିକା ଦାଣ୍ଡରେ ବସିଛି ଆଗକୁ ଏମିତି ଲଢେଇ ଜାରି ରଖିବ । ସାହି ଲୋକ ଏକଜୁଟ ହୋଇ ପ୍ରମିଳାଙ୍କ ସହ କଥା ହୋଇଛନ୍ତି କିଛି ସମାଧାନ କରିବା ପାଇଁ ବୋଲି ପ୍ରମିଳା ମା କହିଛନ୍ତି ।

ସାହି ଲୋକ କଣ ଆଲୋଚନା କରିବେ ତାହା ଦେଖିବା ବାକି ରହିଲା । ଦୀପିକା ୮ ଦିନ ବସିବା ଭିତରେ ତାଙ୍କ ମାଙ୍କର ବ୍ଳାଉଜ ଚିରାଯାଇ ତେଲ ଢାଳି ଧକ୍କା ମରାଯାଇଥିଲା ବୋଲି ପ୍ରମିଳା ମାଉସି କହିଛନ୍ତି । ସେ ଯାଏଁ କିଛି କେସ ହୋଇନ ଥିଲା କିନ୍ତୁ ଏବେ ଦୀପିକାଙ୍କ ମା ଙ୍କ ନାଁରେ କେସ ଦିଆଯାଇଛି । ବର୍ତ୍ତମାନ କେସ ତା ବାଟରେ କୋର୍ଟ ତା ବାଟରେ ବୋଲି ପ୍ରମିଳା କହୁଛନ୍ତି ।

ଆଗକୁ ପ୍ରମିଳା କହୁଛନ୍ତି ଦିନେଶ ବାହାରେ ରହି ଏସ କରୁଛି ଆଉ ଗୁଣ୍ଡା ମାନଙ୍କୁ ପଠାଉଛି ଦୀପିକାଙ୍କୁ ହଇରାଣ କରିବାକୁ । ଏମିତିକି ବାହାରେ ପରିସ୍ରା କରିଲେ ବି ଭିଡିଓ କରାଯାଉଛି ଦୀପିକଙ୍କର ଯାହା ଦିନେଶ ଲୋକ ପଠାଇ କରୁଛନ୍ତି । ଗରମ ପାଣି ପକାଉଛନ୍ତି ଦୀପିକାଙ୍କ ଉପରକୁ ଦିନେଶଙ୍କ ପରିବାର ଲୋକେ । ୧୮ ହଜାର ଟଙ୍କା ଦେଇ କୁକୁର କିଣିଥିଲା ଆଉ ତା ପରେ ପ୍ରେମ ଆରମ୍ଭ ହୋଇଥିଲା ।

ତା ମା ସେତେ ବେଳକୁ ଝିଅକୁ ଗେଲ ବସର କରିଥିଲା ସେତେବେଳେ କଣ ଜାଣି ନ ଥିଲା ପ୍ରେମ କେତେ ଦୃଢ ଏବଂ ବାହା ହୋଇଛନ୍ତି ବ୍ୟାଣ୍ଡ ପାର୍ଟି ଆଣିଛନ୍ତି ସେଇଟା ବି ପ୍ରେମ ବୋଲି ପ୍ରମିଳା ମାଉସୀ କହିଛନ୍ତି । ଏବେ ତାଙ୍କ ପୁଅକୁ ଧରି ବେଦିରେ ବସାଇ ବାହାଘର କରୁ ନାହାନ୍ତି ପିଲାର ପରିଚୟ ଦେଉ ନାହାନ୍ତି ବୋଲି ପ୍ରମିଳା ମା କହିଛନ୍ତି ।

ବର୍ତ୍ତମାନ ଲୋକ ଲଗାଇ ଗାଳି ଗୁଲଜ କରିବା ସହ ଦୀପିକା ଓ ପ୍ରମିଳା ମାଉସୀ ଉଠାଇବା ଲାଗି ଚେଷ୍ଟା କରୁଛନ୍ତି । ଦୀପିକା କହିଛନ୍ତି କଦଳିବାଲା ଝିଅ ସହ ଦିନେଶର ବାହାଘର କରିଦେଲେ ମୋତେ ଓ ମୋ ପୁଅକୁ ନ୍ୟାୟ କିଏ ଦେବ ? ନିଜ ପିଲା ପାଇଁ ମୁଁ ଏଠି ବସିଛି ବୋଲି ଦୀପିକା କହିଛନ୍ତି ।

ଦୀପିକାଙ୍କ ସହ ଦୁର୍ବ୍ୟବହାର କରାଯାଉଛି ସେଟା IIC ସାରଙ୍କୁ ଦେଖାଯାଉ ନାହି କିନ୍ତୁ ତାଙ୍କ ମାଙ୍କ ନାଁରେ କେସ ଦିଆଯାଇଛି ଏଟା କେଉଁ ପ୍ରକାରର ନ୍ୟାୟ ? ଦୀପିକାଙ୍କ ମାଙ୍କର ବ୍ଳାଉଜ ଚିରାଯାଇ ତାଙ୍କୁ ମାଡ ମରାଯାଇଛି କାହିଁକି ଏହି ଘଟଣାରେ IIC କିଛି କରି ନାହାନ୍ତି ।

ଦୀପିକା ଆଗକୁ କହିଛନ୍ତି କି ପୋଲିସ ସୁରକ୍ଷା ଦେଉଛି କେବେଳ ଦିନେଶଙ୍କ ଘର ଲୋକଙ୍କୁ ତାଙ୍କୁ ନୁହେଁ । ଦୀପିକା ଟଏଲେଟ କରିବାକୁ ଯାଇଥିଲେ ସେହି ସମୟରେ ତାଙ୍କ ମା ଆସି ପହଞ୍ଚି କନେଷ୍ଟବଳକୁ ପଚାରିଥିଲେ ମୋ ଝିଅ କାହିଁ ସେଥିପାଇଁ ସେମାନେ କେସ ଦେଇଛନ୍ତି ଏଟା କଣ ନ୍ୟାୟ ? ଏଭଳି ମନ୍ତବ୍ୟ ଦେଇଛନ୍ତି ଦୀପିକା ଓ ପ୍ରମିଳା ମାଉସୀ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *