ଭଗବତ ପୂରଣ ଅନୁସାରେ ସ୍ତ୍ରୀ ଲୋକମାନଙ୍କ ମାସିକ ଧର୍ମ କାହିଁକି ହୋଇଥାଏ, ଏହି ବିଷୟରେ ଗୋଟେ ପୌରଣିକ କଥା ରହିଛି । ପୂରାଣ ହିସାବରେ ବୃହସ୍ପତି ଯିଏ ଦେବତମାନଙ୍କ ଗୁରୁଥିଲେ । ଗୋଟେ ଥର ସେ ଦେବରାଜ ଇନ୍ଦ୍ର ଉପରେ ରାଗିଗଲେ, ଏହି ସମୟରେ ଅସୁରମାନେ ଦେବଲୋକ ଆକ୍ରମଣ କଲେ ଓ ଇନ୍ଦ୍ରଙ୍କୁ ଦେବଲୋକ ଛାଡିକି ଯିବାକୁ ପଡିଲା ତାପରେ ଇନ୍ଦ୍ର ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ ଓ ବ୍ରହ୍ମାଙ୍କୁ ସାହାର୍ଯ୍ୟ ମାଗିଥିଲେ । ତାପରେ ବ୍ରହ୍ମା କହିଥିଲେକି ଇନ୍ଦ୍ରଦେବ ଆପଣଙ୍କୁ ଜଣେ ବ୍ରହ୍ମଜ୍ଞାନୀର ସେବା କରିବାକୁ ହେବ ।
ଏହାଦ୍ବାରା ଆପଣଙ୍କ ଦୁଃଖର ନିବାରଣ ହେବ । ତାପରେ ଇନ୍ଦ୍ର ବ୍ରାହମଜ୍ଞାନୀଙ୍କ ସେବା କରିବାରେ ଲାଗିଲେ କିନ୍ତୁ ସେ ଏହି କଥା ଯାନୀ ନଥିଲେକି ସେଇ ବ୍ରହ୍ମଜ୍ଞାନୀର ମାତା ଅସୁର ଥିଲା ବୋଲି । ମାତାର ଅସୁରଙ୍କ ପ୍ରତି ବହୁତ ଭଲପାଇବା ଥିଲା । ଇନ୍ଦ୍ରଦେବଙ୍କ ଦ୍ଵାରା ଅର୍ପଣା କରାଯାଇଥିବା ସବୁ ହବନ ସାମଗ୍ରୀ ଯାହା ଦେବତାକୁ ଅର୍ପଣ କରଯାଇଥିଲା, ସେ ବ୍ରହ୍ମଜ୍ଞାନୀ ଅସୁର ମାନଙ୍କୁ ଚଢାଉ ଥିଲେ ।

ଏଥିରେ ଇନ୍ଦ୍ରଙ୍କ ସେବା ଭଙ୍ଗ ହୋଇଗଲା । ଯେବେ ଇନ୍ଦ୍ରଙ୍କୁ ଏହି କଥା ଜଣ ପଡିଲା ସେ ବହୁତ ରାଗିଥିଲେ, ଇନ୍ଦ୍ରଦେବ ସେ ବ୍ରହ୍ମଜ୍ଞାନୀର ହତ୍ୟା କରିଥିଲେ । ହତ୍ୟା କରିବା ପୂର୍ବରୁ ଇନ୍ଦ୍ରଦେବ ସେଇ ବ୍ରହ୍ମଜ୍ଞାନୀକୁ ଗୁରୁ ମାନୁଥିଲେ, ଗୁରୁଙ୍କୁ ହତ୍ୟା କରିବା ବହୁତ ପାପ ଅଟେ । ଏହି କାରଣରୁ ତାଙ୍କୁ ବ୍ରହ୍ମ ହତ୍ୟାର ଦୋଷ ଲାଗିଥିଲା । ଏହି ପାପ ଗୋଟେ ଭୟାନକ ଦାନବ ରୂପରେ ତାଙ୍କର ପିଛା କରିବାକୁ ଲାଗିଲା ।

କୌଣସି ପ୍ରକାରରେ ଇନ୍ଦ୍ର ନିଜକୁ ଫୁଲରେ ଛୁପେଇଥିଲେ ।ବହୁତ ବର୍ଷ ପର୍ଯ୍ୟନ୍ତ ତା ଭିତରେ ବିଷ୍ନୁଙ୍କ ତପସ୍ୟା କରୁଥିଲେ । ଭଗବାନ ବିଷ୍ଣୁ ପ୍ରସନ୍ନ ହେଲେ ଓ ଇନ୍ଦ୍ରକୁ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ କରିଥିଲେ, ସେ ଏହି ପାପରୁ ମୁକ୍ତି ହେବ ପାଇଁ ଗୋଟେ ବିଚାର କରିଥିଲେ । ବିଚାର ଅନୁସାରେ ଇନ୍ଦ୍ର ଗଛ, ଜଳ, ଭୂମି, ଓ ସ୍ତ୍ରୀକୁ କିଛି ପାପ ଦେବାକୁ ରାଜି କରାଇଲେ ।

ତାପରେ ଇନ୍ଦ୍ରର କଥା ଶୁଣି ସେ ପ୍ରସ୍ତୁତ ହୋଇଗଲେ । ଇନ୍ଦ୍ର ଜଣକୁ ଜଣକୁ ଗୋଟେ ଗୋଟେ ବରଦାନ ଦେବା କଥା କହିଲେ, ସର୍ବ ପ୍ରଥମ ଗଛ ବ୍ରହ୍ମ ହତ୍ୟାର ଚାରି ଭାଗରୁ ଭାଗେ ପାପ ନେବା ପାଇଁ ଯାହା ବଦଳରେ ଇନ୍ଦ୍ର ତାକୁ ବରଦାନ ଦେଇଥିଲେକି ସେ ନିଜ ଇଚରେ ବଞ୍ଚି ପାରିବ । ସେହି ପରି ଜଳ ମଦ୍ୟ ଚାରିଭାରେ ଭାଗେ ପାପ ନେଲା, ସେ ଜଳକୁ ବରଦାନ ଦେଲେକି ସେ ଅନ୍ୟ ବସ୍ତୁକୁ ପବିତ୍ର କରିବାର ଶକ୍ତି ରହିବ ।

ଭୂମି ବ୍ରହ୍ମ ହତ୍ୟାର ପାପ ନେଲେ ବଦଳରେ ବରଦାନ ପାଇଲେକି ତାକୁ ଯେତେ କ୍ଷତି ପହଞ୍ଚାଇଲେ ତାକୁ କିଛି ଅସୁବିଧା ହେବନି । ସେ ପୁଣି ପୂର୍ବଭଳି ଠିକ ହୋଇଯିବ । ଶେଷରେ ସ୍ତ୍ରୀ ହିଁ ବାକି ଥିଲା ବ୍ରହ୍ମ ହତ୍ୟାର ପାପ ସ୍ତ୍ରୀ ନେଲା ବଦଳରେ ଇନ୍ଦ୍ର ବରଦାନ ଦେଲେକି ସ୍ତ୍ରୀ ମାନଙ୍କୁ ସବୁ ମାସରେ ,ମାଶିକ ଧର୍ମ ହେବ । କିନ୍ତୁ ମହିଳା ମାନେ ପୁରୁଷଙ୍କ ଅପେକ୍ଷା ବହୁତ ଗୁଣ ସମ୍ଭୋଗରେ ଆନନ୍ଦ ଉଠାଇ ପାରିବ ।

ପୌରଣିକ କଥା ଅନୁସାରେ ସ୍ତ୍ରୀ ବ୍ରହ୍ମ ହତ୍ୟା ବା ଗୁରୁ ହତ୍ୟାର ପାପ କେଉଁ କାଳରୁ ଭୋଗ କରୁଛି । ସେଥି ପାଇଁ ମନ୍ଦିରରେ ତାଙ୍କ ଗୁରୁ ମାନଙ୍କ ପାଖକୁ ଯିବାର ଅନୁମତି ନାହିଁ । କୁହାଯାଏକି ସେବେଠୁ ସ୍ତ୍ରୀ ମାନଙ୍କର ମାସିକ ଧର୍ମ ହେବା ଆରମ୍ଭ ହେଲା ।